Advertisment

ନିଜକୁ ଜଣେ ଖରାପ ବାପା ବୋଲି କହିଲେ ମିଥୁନ; ହେଲେ କାହିଁକି…

ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ଜଣେ ବହୁତ ଖରାପ ବାପା ବୋଲି ମଧ୍ୟ କହିଛନ୍ତି। ହେଲେ ସେ ଏମିତି କାହିଁକି କହିଲେ, ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Mithun Chakraborty Son Namishi Chakraborty

ନିଜକୁ ଜଣେ ଖରାପ ବାପା ବୋଲି କହିଲେ ମିଥୁନ; ହେଲେ କାହିଁକି…

Advertisment

ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ ଏମିତି ଅନେକ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅଛନ୍ତି ଯେଉଁମାନଙ୍କର ନିଜସ୍ୱ ଷ୍ଟାଇଲ୍‌ ସିମ୍ବଲ ଅଛି। କିଏ 'ଆଙ୍ଗ୍ରୀ ୟଙ୍ଗମ୍ୟାନ୍' ଭାବେ ଜଣାଶୁଣା ତ ପୁଣି କିଏ 'ବାଦଶାହ' ନାମରେ। କିନ୍ତୁ ଏମିତି ବି ଜଣେ କଳାକାର ଅଛନ୍ତି ଯିଏ ପ୍ରଥମ ଥର ପାଇଁ ବଲିଉଡ୍‌କୁ ଡିସ୍କୋ ଡ୍ୟାନ୍ସ ଦେଇଥିଲେ ଏବଂ ସେ ଲୋକମାନଙ୍କ ମଧ୍ୟରେ 'ଡିସ୍କୋ ଡ୍ୟାନ୍ସର୍' ଭାବରେ ପରିଚିତ ହୋଇଥିଲେ।

Advertisment

ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ସିନେମାଠାରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କ ପୁଅ ନମୋଶୀ ବର୍ତ୍ତମାନ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ ଆଉ କହିଥିଲେ ଯେ ‘ମୁଁ ବହୁତ ଖରାପ ବାପା!’

ଅଧିକ ପଢ଼ନ୍ତୁ: ରିଆଲିଟି ଶୋ’ରୁ ରିଜେକ୍ଟ ହୋଇଥିଲେ ରାଘବ ଜୁୟାଲ; ମିଥୁନ ହେଲେ ସହାୟ

ନିକଟରେ ଫିଲ୍ମ 'ବ୍ୟାଡ୍ ବୟ' ପାଇଁ ହୋଇଥିବା ଏକ ବିଶେଷ କାର୍ଯ୍ୟକ୍ରମକୁ ମିଥୁନ ଚକ୍ରବର୍ତ୍ତୀ ଯାଇଥିଲେ। ସେଠାରେ ସେ ଖୁବ ଭାବପ୍ରବଣ ହୋଇପଡିଥିଲେ। ଫିଲ୍ମ ଏବଂ ଟିଭି ସେଟ୍‌ରେ ଅତି ସହଜ ଦେଖାଯାଉଥିବା ମିଥୁନ ଚକ୍ରବର୍ତ୍ତୀ କାହିଁକି ଭାବପ୍ରବଣ ହୋଇଗଲେ? ସେ କାହିଁକି କହିଲେ ଯେ ସେ ବହୁତ ଖରାପ ବାପା! ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ଏହି କାର୍ଯ୍ୟକ୍ରମରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ ମିଥୁନଙ୍କୁ ପଚରାଯାଇଥିଲା ଯେ ସେ ତାଙ୍କ ପୁଅ ନମୋଶୀଙ୍କୁ ଜଣେ କଳାକାର ଭାବରେ କ’ଣ ଶିଖାଇବାକୁ ଚାହୁଁଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ମିଥୁନ ଅତି ସରଳ ଭାବରେ କହିଥିଲେ, “ମୁଁ ମୋ ପୁଅକୁ କେବଳ ଗୋଟିଏ ପରାମର୍ଶ ଦିଏ ଯେ ଜଣେ ଭଲ କଳାକାର ହେବା ପୂର୍ବରୁ ଜଣେ ଭଲ ମଣିଷ ହେବା ଆବଶ୍ୟକ। କାରଣ ଯିଏ ଭଲ ମଣିଷ ସିଏ ହିଁ କେବଳ ଜଣେ ଭଲ କଳାକାର ହୋଇପାରିବ।”

ପୁଅ ବିଷୟରେ କହିବା ବେଳେ ମିଥୁନ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଥିଲେ ଆଉ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। ସେ କହିଥିଲେ ଯେ ସେ ନମୋଶୀଙ୍କୁ ଏହା ହିଁ ଶିକ୍ଷା ଦିଅନ୍ତି ଯେ “ ପୁଅ ତୁମର ଯୁଦ୍ଧ ତୁମକୁ ହିଁ ଲଢିବାକୁ ପଡିବ। ମୁଁ ତୁମକୁ ଜଣେ ବାପା ଭାବରେ ସବୁବେଳେ ସମର୍ଥନ କରିବି, କିନ୍ତୁ ତୁମ କାମ ପାଇଁ ତୁମକୁ ହିଁ ସଂଗ୍ରାମ କରିବାକୁ ପଡିବ। କାରଣ ତୁମେ ଦୁନିଆକୁ ନିଜେ ଦେଖିବା ଉଚିତ ଦୁନିଆର୍ ସବୁ ମାର୍ଗକୁ ନିଜେ ଶିଖିବାକୁ ପଡିବ।” ଭାବପ୍ରବଣ ହୋଇ ମିଥୁନ କହିଥିଲେ ଯେ “ଯଦି ଏହି ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ମୁଁ ବହୁତ ଖରାପ ବାପା”।

Advertisment

ତେବେ ନିଜ ବାପାଙ୍କ ବିଷୟରେ ନମୋଶୀ କହିଛନ୍ତି ଯେ “ମୁଁ ବହୁତ ଭାଗ୍ୟବାନ ଯେ ମିଥୁନ ଚକ୍ରବର୍ତ୍ତୀ ମୋର ବାପା। ସେ ମୋତେ ଘରେ ବହୁତ ଭଲପାଆନ୍ତି ଏବଂ ଯେତେବେଳେ ଆମେ ସୁଟିଂ କରିବାକୁ ବାହାରକୁ ଯାଉ, ଆମେ ତାଙ୍କ ହାତ ରନ୍ଧା ଖାଦ୍ୟକୁ ଅପେକ୍ଷା କରିଥାଉ। ସେ ଜଣେ ଭଲ ରୋଷେୟା। ମୋ କାମ ବେଳେ ସେ ସବୁବେଳେ ମୋର ସାହସ ପାଲଟିଯାଆନ୍ତି। ଆଜି ହିଁ ସେ ମୋତେ କହିଛନ୍ତି ଯେତେ ବି ପ୍ରଶଂସା ମିଳୁଛି ନେଇଚାଲ, କିନ୍ତୁ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କର।”

ଆଜିକାଲି ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମୋଶୀଙ୍କ ଫିଲ୍ମ 'ବ୍ୟାଡ୍‌ ବୟ'ର ଏକ ଗୀତ ବଡ଼ ହିଟ୍ ହେବାରେ ଲାଗିଛି। ଏହା ସହିତ ନମୋଶୀଙ୍କୁ ଖୁବ ଦର୍ଶକୀୟ ପ୍ରଶଂସା ମଧ୍ୟ ମିଳୁଛି। ସେ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ଲଗାତାର ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ୨୮ ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Bollywood Mithun Chakraborty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ