Advertisment

Opal Suchata Crowned Miss World 2025: ଓପାଲ ସୁଚାତାଙ୍କ ମୁଣ୍ଡରେ ବିଶ୍ୱ ସୁନ୍ଦରୀ ମୁକୁଟ

ହାଇଦ୍ରାବାଦରେ ଅନୁଷ୍ଠିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ୭୨ତମ ସଂସ୍କରଣରେ ଥାଇଲାଣ୍ଡର ୨୨ ବର୍ଷୀୟ ଓପାଲ ସୁଚାତାଙ୍କୁ ବିଶ୍ୱ ସୁନ୍ଦରୀ ଘୋଷଣା କରାଯାଇଛି। ଭାରତର ନନ୍ଦିନୀ ଗୁପ୍ତା ଟପ୍-୮ରେ ସ୍ଥାନ ପାଇନପାରି ଫାଇନାଲ ରେସରୁ ବାଦ ପଡିଥିଲେ।

ଅଦ୍ୟତନ ହୋଇଛି
Opal Suchata

Opal Suchata

Advertisment

ଥାଇଲାଣ୍ଡ ସୁନ୍ଦରୀ ହେଲେ ମିସ୍ ୱାର୍ଲଡ-୨୦୨୫ । ହାଇଦ୍ରାବାଦରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ୨୨ ବର୍ଷୀୟ ଓପାଲ ସୁଚାତାଙ୍କୁ ବିଶ୍ବ ସୁନ୍ଦରୀ ଘୋଷଣା କରାଯାଇଛି । ଗତ ବର୍ଷର ମିସ୍ ୱାର୍ଲଡ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିସ୍କୋଭା ସୁଚାତାଙ୍କୁ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି । ଏ ନେଇ ମିସ୍ ୱାର୍ଲ୍ଡ ତାର ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛି । ମିସ୍ ଇଥିଓପିଆ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ମିସ୍ ପୋଲାଣ୍ଡ ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି ।

Advertisment

ଭାରତର ନନ୍ଦିନୀ ଗୁପ୍ତା ଶ୍ରେଷ୍ଠ ୪୦ରେ ସ୍ଥାନ ପାଇଥିଲେ ମଧ୍ୟ ଟପ୍-୮ରେ ସ୍ଥାନ ପାଇ ନ ପାରି ଫାଇନାଲ ରେସରୁ ବାଦ ପଡିଥିଲେ । ରାଜସ୍ଥାନ କୋଟା ବାସିନ୍ଦା ନନ୍ଦିନୀ ପୂର୍ବରୁ ମିସ୍ ରାଜସ୍ଥାନ ଏବଂ ୨୦୨୩ରେ ମିସ୍ ଇଣ୍ଡିଆ ଟାଇଟଲ୍ ବିଜୟୀ ହୋଇଥିଲେ । ସେପଟେ ୨୦୦୩ରେ ଫୁକେଟରେ ଜନ୍ମିତ ସୁଚାତା ପୂର୍ବରୁ ମିସ୍ ଥାଇଲାଣ୍ଡ ହୋଇସାରିଛନ୍ତି । ସେ ଥାଇ, ଇଂରାଜୀ ଏବଂ ଚାଇନିଜ୍ ଭାଷା କହିପାରନ୍ତି।

ଅଧିକ ପଢ଼ନ୍ତୁ: ଆଠ ବର୍ଷ ପରେ ଭାରତକୁ ଆସିବ କି ସପ୍ତମ ମିସ୍ ୱାର୍ଲ୍ଡ ଟାଇଟଲ୍… ଜାଣନ୍ତୁ କିଏ ଆଣିବେ ଏହି ଗୌରବ!

Advertisment

ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନାର ହାଇଦ୍ରାବାଦରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ୭୨ତମ ସଂସ୍କରଣ ଆୟୋଜିତ ହୋଇଥିଲା । ଏଥିରେ ୧୦୮ ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରିଥିଲେ । ଗତ ବର୍ଷ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ପୁଣି ଥରେ ଚଳିତ ବର୍ଷ ଭାରତ ଏହାକୁ ହୋଷ୍ଟ କରିଥିଲା । ପୂର୍ବରୁ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଥିବା ଛଅ ଜଣ ଭାରତୀୟ ସୁନ୍ଦରୀ ହେଉଛନ୍ତି ରୀତା ଫାରିଆ (୧୯୬୬), ଐଶ୍ୱର୍ଯ୍ୟା ରାୟ (୧୯୯୪), ଡାଏନା ହେଡେନ୍ (୧୯୯୭), ଯୁକ୍ତା ମୁଖୀ (୧୯୯୯), ପ୍ରିୟଙ୍କା ଚୋପ୍ରା (୨୦୦୦) ଏବଂ ମାନୁଷୀ ଚିଲ୍ଲର (୨୦୧୭)।

ଅଧିକ ପଢ଼ନ୍ତୁ: ଝିଅକୁ ଚର୍ଚ୍ଚାରୁ ବହୁ ଦୂରରେ ରଖିଛନ୍ତି ରାନୀ ମୁଖାର୍ଜୀ; କାରଣ ଜାଣିଲେ ଆପଣ ବି କହିବେ ବାଃ… ବାଃ…

Advertisment
Hyderabad Miss World
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ