Advertisment

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ, ମିସ୍ ଲେବାନନର ୟାସ୍ମିନା ପ୍ରଥମ ରନର ଅପ୍

ମିସ୍ ୱାର୍ଲ୍ଡ ୱେବସାଇଟ ଅନୁଯାୟୀ, କ୍ରିଷ୍ଟିନା ଜଣେ ଆଇନ ଛାତ୍ରୀ ଓ ସ୍ୱେଚ୍ଛାସେବୀ। ସେ ଆଇନ ଓ ବିଜନେସ ଆଡମିନିଷ୍ଟ୍ରେଶନର ଡିଗ୍ରୀ କରିଛନ୍ତି । ୨୦ ବର୍ଷିୀୟା ଏହି ବିଶ୍ବ ସୁନ୍ଦରୀ କ୍ରିଷ୍ଟିନା ପିସକୋ ଫାଉଣ୍ତେଶନର ପ୍ରତିଷ୍ଠାତା ।

ଅଦ୍ୟତନ ହୋଇଛି
Miss World 2024

Miss World 2024

Advertisment

ମୁମ୍ବାଇରେ ଚମକିଲେ ବିଶ୍ୱ ସୁନ୍ଦରୀ। ଚେକ୍ ରିପବ୍ଲିକର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟାଲ୍ ହାସଲ କରିଛନ୍ତି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ଏହି ଗ୍ରାଣ୍ତ ଫିନାଲେରେ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୪ ବର୍ଷିୟା ଆଇନ ଛାତ୍ରୀ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି।

Advertisment

ଦୀର୍ଘ ୨୮ ବର୍ଷ ପରେ ଭାରତରେ ମିସ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ୍ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ ୱାର୍ଲ୍ଡ କନଭେନସ ସେଣ୍ଟରରେ ଆୟୋଜିତ ହୋଇଥିଲା। ଏଥିରେ ସବୁ ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

ପୂର୍ବ ବର୍ଷର ମିସ ୱାର୍ଲ୍ଡ ପୋଲାଣ୍ତର କାରୋଲିନା ବିଲାସ୍କା କ୍ରିଷ୍ଟିନାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । ମିସ୍ ଲେବାନନର ୟାସ୍ମିନା ଜେଟନ ପ୍ରଥମ ରନର ଅପ୍ ହୋଇଛନ୍ତି । କ୍ରିଷ୍ଟିନା ହେଉଛନ୍ତି ଚେକ୍ ରିପବ୍ଲିକରୁ ଦ୍ୱିତୀୟ ମିସ ୱାର୍ଲ୍ଡ । ୨୦୦୬ରେ ଟାଟାନା କୁଚାରୋଭା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ।

Advertisment

ମିସ୍ ୱାର୍ଲ୍ଡ ୱେବସାଇଟ ଅନୁଯାୟୀ, କ୍ରିଷ୍ଟିନା ଜଣେ ଆଇନ ଛାତ୍ରୀ ଓ ସ୍ୱେଚ୍ଛାସେବୀ। ସେ ଆଇନ ଓ ବିଜନେସ ଆଡମିନିଷ୍ଟ୍ରେଶନର ଡିଗ୍ରୀ କରିଛନ୍ତି । ୨୦ ବର୍ଷିୀୟା ଏହି ବିଶ୍ବ ସୁନ୍ଦରୀ କ୍ରିଷ୍ଟିନା ପିସକୋ ଫାଉଣ୍ତେଶନର ପ୍ରତିଷ୍ଠାତା । ସେ ଇଂରାଜୀ ସମେତ ସ୍ଲୋଭାକ, ଜର୍ମାନ ଓ ପୋଲଣ୍ତ ଭାଷାରେ ପାରଙ୍ଗମ ।

Advertisment

ପୂର୍ବ ବିଜେତା ମେଗନ ୟଙ୍ଗ ଓ ବଲିଉଡ ପ୍ରଯୋଜକ କରଣ ଜୋହର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ଭାରତୀୟ ଡିଜାଇନର୍ ଆର୍ଚାନା କୋଚର ସ୍ୱତନ୍ତ୍ର ରେଶମ କପଡା ବ୍ୟବହାର କରି ବିଶ୍ୱ ସୁନ୍ଦରୀ ୨୦୨୪ ପ୍ରତିଯୋଗୀମାନଙ୍କ ପାଇଁ ସମସ୍ତ ପୋଷାକ ଡିଜାଇନ୍ କରିଥିଲେ। ୭୧ ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ୧୨ ଜଣିଆ ବିଚାରପତିଙ୍କ ମଧ୍ୟରେ ବଲିଉଡ ଅଭିନେତା କ୍ରିତି ସାନନ୍ ଏବଂ ପୂଜା ହେଗଡେ ଥିଲେ।

ଅନ୍ୟ ବିଚାରପତିମାନେ ହେଲେ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ର ସିଇଓ ଜୁଲିଆ ଏଭଲିନ୍ ମୋର୍ଲି ସିବିଏ, ଅମୃତା ଫଡନାଭିସ୍, ସାଜିଦ ନାଦିଆଡୱାଲା, ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ରଜତ ଶର୍ମା, ଇଣ୍ଡିଆ ଟିଭିର ଚେୟାରମ୍ୟାନ୍ ତଥା ସମ୍ପାଦକ ଜାମିଲ ସଇଦ ଏବଂ ଭିନେଟ ଜେନା। ମିସ୍ ୱାର୍ଲ୍ଡ ୨୦୧୭ ମନୁସି ଛିଲରଙ୍କ ସମେତ ପ୍ୟାନେଲରେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ।

Miss World
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ