Advertisment

ନିର୍ମାଣ ହେବାକୁ ଯାଉଛି ମୀରାବାଇ ଚାନୁଙ୍କ ବାୟୋପିକ୍

ଅଲମ୍ପିକରେ ରୈପ୍ୟ ବିଜେତା ମୀରାବାଇଙ୍କ ଜୀବନକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । ଅଲିମ୍ପିଆନସ୍ ମୀରାବାଇ ଦିନରାତି କିପରି ପରିଶ୍ରମ କରିଥିଲେ ଏବଂ ବହୁ ଅସୁବିଧାକୁ ଏଡ଼ାଇ କିପରି ଏହି ସ୍ଥାନରେ ପହଞ୍ଚିଲେ ତାହା ଏହି ଫିଲ୍ମ ମାଧ୍ୟମରେ ଦେଶବାସୀଙ୍କୁ ଦର୍ଶାଯିବ । ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ଇଂରାଜୀ ଏବଂ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଡବିଂ କରାଯିବ ବୋଲି ଫିଲ୍ମ ନିର୍ମାତା ମାନୋବ ଏମ୍ ଏମ୍ କହିଛନ୍ତି।

ଅଦ୍ୟତନ ହୋଇଛି
ନିର୍ମାଣ ହେବାକୁ ଯାଉଛି ମୀରାବାଇ ଚାନୁଙ୍କ ବାୟୋପିକ୍

Mirabai chanu

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ଜୀବନୀ ଉପରେ ଏକ ମଣିପୁରୀ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ନିକଟରେ ଇମ୍ଫାଲର ନଙ୍ଗପୋକ କାଚିଙ୍ଗ ଗାଁରେ ଥିବା ମୀରାବାଇଙ୍କ ବାସଭବନରେ ମାରାବାଇ ଏବଂ ଏକ ଫିଲ୍ମ ପ୍ରଡକ୍ସନ୍ସ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ତେବେ ଏନେଇ ଫିଲ୍ମ ପ୍ରଡକସନ୍‌ର ନିର୍ମାତା ମାନୋବ ଏମ୍ ଏମ୍ ଏହି ସୂଚନା ଦେଇଛନ୍ତି ।

Advertisment

ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ଇଂରାଜୀ ଏବଂ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଡବିଂ କରାଯିବ ବୋଲି ମାନୋବ ଏମ୍ ଏମ୍ କହିଛନ୍ତି। ଏହାଛଡା ସେ କହିଛନ୍ତି ଯେ ଆମେ ଏବେ ଜଣେ ଅଭିନେତ୍ରୀ ଖୋଜୁଛୁ ଯିଏ ମୀରାବାଇ ଚାନୁଙ୍କ ଚରିତ୍ରକୁ ଅତି ନିଖୁଣ ଭାବରେ ଅଭିନୟ କରିପାରିବେ ଓ ତାଙ୍କୁ ମୀରାବାଇଙ୍କ ଜୀବନଶୈଳୀ ଉପରେ ତାଲିମ ଦିଆଯିବ ।

ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତି ଭାରତ ପାଇଁ ପ୍ରଥମେ ଖାତା ଖୋଲିଥିଲେ। ତେବେ ମୀରାବାଇଙ୍କ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମର ସୁଟିଂ ଆରମ୍ଭ ହେବା ପାଇଁ ପ୍ରାୟ ୪ ମାସ ଲାଗିଯିବ ବୋଲି ନିର୍ମାତା ସୂଚନା ଦେଇଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଦେଶବାସୀଙ୍କୁ ଦର୍ଶାଯିବ ଯେ ମୀରାବାଇ ଦିନରାତି କିପରି ପରିଶ୍ରମ କରୁଥିଲେ ଏବଂ ସବୁ ଅସୁବିଧାକୁ ଏଡ଼େଇ ଦେଶ ପାଇଁ କିପରି ପଦକ ଜିତିଛନ୍ତି।

Advertisment

ସୂଚନା ଅନୁସାରେ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁ ହେଉଛନ୍ତି ପ୍ରଥମ ଭାରତୀୟ। ଭାରତର ପ୍ରତିନିଧିତ୍ୱ କରି ସେ ଭାରୋତ୍ତୋଳନରେ ୪୯ କିଲୋଗ୍ରାମ ବର୍ଗରେ ୨୧ ବର୍ଷ ପରେ ରୌପ୍ୟ ପଦକ ପାଇଥିଲେ। ମୀରାବାଇ ଚାନୁ ୧୯୯୪ ଅଗଷ୍ଟ ୮ ରେ ଇମ୍ଫାଲରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ ଚାନୁଙ୍କ ପରିବାର ଭାରୋତ୍ତୋଳନକାରୀ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ସମର୍ଥନ କରିଥିଲେ।

New Delhi Bollywood News Mirabai Chanu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ