Advertisment

ଆଉ ନାହାନ୍ତି ଅଭିନେତ୍ରୀ ମିନୁ ମୁମତାଜ୍

ସିନେ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଆମ ଗହଣରେ ଆଉ ନାହାନ୍ତି ଡ୍ୟାନ୍ସର ତଥା ଅଭିନେତ୍ରୀ ମିନୁ ମୁମତାଜ୍। କାନାଡାରେ ତାଙ୍କର ପରଲୋକ ହୋଇଛି। ସେ ଜଣାଶୁଣା କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ଥିଲେ। ମୁମତାଜ୍‌ଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ଅନ୍‌ୱର୍‌ ଅଲୀ ଦେଇଛନ୍ତି। ୫୦ ଦଶକର ଜଣାଶୁଣା ଏହି ସହ କଳାକାରଙ୍କର ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

author-image
Pramod Behera
Minoo Mumtaz passed away

Minoo Mumtaz passed away

ମୁମ୍ବାଇ : ସିନେ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଆମ ଗହଣରେ ଆଉ ନାହାନ୍ତି ଡ୍ୟାନ୍ସର ତଥା ଅଭିନେତ୍ରୀ ମିନୁ ମୁମତାଜ୍। କାନାଡାରେ ତାଙ୍କର ପରଲୋକ ହୋଇଛି। ସେ ଜଣାଶୁଣା କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ଥିଲେ। ମୁମତାଜ୍‌ଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ଅନ୍‌ୱର୍‌ ଅଲୀ ଦେଇଛନ୍ତି। ୫୦ ଦଶକର ଜଣାଶୁଣା ଏହି ସହ କଳାକାରଙ୍କର ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବଲିଉଡର ବରିଷ୍ଠ ଅଭିନେତ୍ରୀ ମୀନା କୁମାରୀଙ୍କର ବହୁତ ନିକଟତର ଥିଲେ ମିନୁ।

Advertisment
Minoo Mumtaz passed awayଆଉ ନାହାନ୍ତି ଅଭିନେତ୍ରୀ ମିନୁ ମୁମତାଜ୍

୧୯୫୦ ରୁ ୧୯୬୦ ଦଶକ ମଧ୍ୟରେ ମିନୁ ମୁମତାଜ ଅନେକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମରେ ସେ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କର ହୃଦୟ ଜିତିବାରେ ସେ ମାହିର ଥିଲେ। ନାଚ ସାଙ୍ଗକୁ ସେ ଅନେକ ଫିଲ୍ମରେ କ୍ୟାରେକ୍ଟର ଆର୍ଟିଷ୍ଟ ଭାବେ ମଧ୍ୟ ନଜର ଆସିଛନ୍ତି। ସେ ଯେତେବେଳେ ଫିଲ୍ମରେ କାମ କରିବା ଆରମ୍ଭ କଲେ ମୀନା କୁମାରୀ ତାଙ୍କ ନାମକୁ ବଦଳେଇ ମିନୁ ମୁମତାଜ କରିଦେଇଥିଲେ। ସେବେଠାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମୀନୁ ମୁମତାଜ ନାମରେ ଦର୍ଶକଙ୍କ ହୃଦୟରେ ରହିଗଲେ।

Advertisment

ମିନୁ ମୁମତାଜଙ୍କ ମୃତ୍ୟୁ ଖବର ଗଣମାଧ୍ୟମକୁ ଦେବା ବେଳେ ତାଙ୍କ ଭାଇ ଅନୱର୍ ଅଲୀ ଇଣ୍ଡଷ୍ଟ୍ରୀର ଲୋକ ସହିତ ମିଡିଆ ଓ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣେଇଛନ୍ତି। ମିନୁ ତାଙ୍କ ଗ୍ଲାମର କ୍ୟାରିଅର ଜଣେ ଷ୍ଟେଜ୍‌ ଡ୍ୟାନ୍ସର ଭାବେ ଆରମ୍ଭ କରିଥିଲେ। ପରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ସଖୀ ହାତିମ୍’ ଥିଲା। ଏହି ଫିଲ୍ମରେ ବଲରାଜ ସାହନୀଙ୍କ ପରି ବରିଷ୍ଠ ଅଭିନେତାମାନଙ୍କ ସହ ସେ କାମ କରିବାର ପ୍ରଥମ ସୁଯୋଗ ପାଇଥିଲେ। ମିନୁ ଗୁରୁଦତ୍ତ ସାହବଙ୍କ ସହ ମଧ୍ୟ କାମ କରିଛନ୍ତି। ଚୌଦହବୀ କା ଚାନ୍ଦ, କାଗଜ କେ ଫୁଲ୍, ସାହିବ ବିବି ଔର୍ ଗୁଲାମ୍, ତାଜମହଲ୍, ଘୁଂଘଟ୍, ଇଂସାନ୍ ଜାଗ ଉଠା, ଘର ବସାକେ ଦେଖୋ ଭଳି ଅନେକ ଫିଲ୍ମରେ କାମ କରିଥିବା ମିନୁ ଆଜି ଦୁନିଆକୁ ଅଲବିଦା କହିଛନ୍ତି।

Minoo Mumtaz in Filmଏକ ସିନେମାର ଦୃଶ୍ୟରେ ମିନୁ ମୁମତାଜ

ତେବେ ମିନୁ ଦୀର୍ଘଦିନ ହେବ କାନାଡାରେ ରହିଆସୁଥିଲେ। ୧୯୬୩ରେ ନିର୍ଦ୍ଦେଶକ ଏସ୍. ଅଲୀ ଅକବରଙ୍କ ସହ ମିନୁଙ୍କର ବିବାହ ହୋଇଥିଲା। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

Bollywood Minoo Mumtaz Mina Kumari
Advertisment
Advertisment