Advertisment

ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡ଼ିଲେ ମିନିଶା ଲାମ୍ବା

ଛାଡପତ୍ର ପରେ ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ପୁଣି ଥରେ ପ୍ରେମରେ ପଡିଛନ୍ତି। ସମ୍ପ୍ରତି, ଏହି ଖବର ଲୋକ ଲୋଚନକୁ ଆସିବା ପରେ ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକର ନାମ ଏବଂ ଚେହେରା ପ୍ରକାଶ କରି ତାଙ୍କ ସମ୍ପର୍କକୁ ମୋହର ଦେଇଛନ୍ତି।

author-image
Pramod Behera
ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡ଼ିଲେ ମିନିଶା ଲାମ୍ବା

Minissha Lamba

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ଆଜିକାଲି ନିଜ ଲଭ ଲାଇଫ୍‌କୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି। ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ସେ ପୁଣି ଥରେ ପ୍ରେମରେ ପଡିଛନ୍ତି। ସମ୍ପ୍ରତି, ଏହି ଖବର ଲୋକ ଲୋଚନକୁ ଆସିବା ପରେ ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକର ନାମ ଏବଂ ଚେହେରା ପ୍ରକାଶ କରି ତାଙ୍କ ସମ୍ପର୍କକୁ ମୋହର ଦେଇଛନ୍ତି। ତେବେ ମିନିଶାଙ୍କ ପ୍ରେମିକର ବଲିଉଡ ସହିତ କୌଣସି ସମ୍ପର୍କ ନାହିଁ। ସେ ଜଣେ ବ୍ୟବସାୟୀ। ୨୦୧୯ରେ ପ୍ରଥମ ଥର ପାଇଁ ଏକ ପୋକର୍ ଚାମ୍ପିଅନସିପ୍ ଇଭେଣ୍ଟରେ ଦୁହେଁ ସାକ୍ଷାତ ହୋଇଥିଲେ।

Advertisment

ନିକଟରେ ମିନିଶା ଲାମ୍ବା ତାଙ୍କ ସମ୍ପର୍କକୁ ନିଶ୍ଚିତ କରି କହିଛନ୍ତି ଯେ ସେ ଆଜିକାଲି ଦିଲ୍ଲୀର ବ୍ୟବସାୟୀ ଆକାଶ ମଲିକଙ୍କୁ ଡେଟ୍‌ କରୁଛନ୍ତି। ମିନିଶା କହିଛନ୍ତି ଯେ, 'ହଁ, ମତେ ମୋ ପ୍ରେମ ମିଳିଯାଇଛି ଏବଂ ମୁଁ ଖୁସି ଅଛି। ମୁଁ ପ୍ରତିଦିନ ତାଙ୍କୁ ପାଖରେ ପାଇ ନିଜକୁ ଧନ୍ୟ ମନେକରୁଛି।

Advertisment

ସୂଚନା ମୁତାବକ, ମିନିଶା ଏବଂ ଆକାଶ ଆରମ୍ଭରେ କେବଳ ବନ୍ଧୁ ଥିଲେ। ସେମାନେ କେବେ ବି ପରସ୍ପରକୁ ଫୋନ ମଧ୍ୟ କରି ନ ଥିଲେ, କିନ୍ତୁ ପରେ ଏକ ପୋକର ଗେମ୍ ସମୟରେ ଦୁହେଁ ନିକଟତର ହୋଇଥିଲେ। ବନ୍ଧୁତା ପରେ ମଧ୍ୟ ଉଭୟ ପ୍ରାୟ ୧୭-୧୮ ମାସ ପରେ ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ। ମିନିଶା ତାଙ୍କ ଫଟୋ ଆକାଶଙ୍କ ସହ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ହାର୍ଟ୍ ଇମୋଜି ଦେଇଛନ୍ତି। ଫଟୋରେ, ସେ ଆକାଶଙ୍କ ହାତ ଧରି କ୍ୟାଣ୍ଡେଲ୍ ଲାଇଟ୍ ଡିନର ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ସମ୍ପ୍ରତି ସେ ତାଙ୍କ ରିଲେସନ୍‌ସିପ୍‌କୁ ନେଇ କହିଛନ୍ତି ଯେ ବ୍ରେକ୍‌ଅପ୍ ପାଇଁ ବେଳେବେଳେ କାହାକୁ ଦାୟୀ କରାଯାଏ ନାହିଁ। ଯେତେବେଳେ ଦୁଇଜଣ ବ୍ୟକ୍ତି ଏକାଠି ରହିପାରିବେ ନାହିଁ ଏବଂ ସେଥିରେ କାହାର ବି ଭୁଲ ନ ଥିବ, ଏପରି ପରିସ୍ଥିତିରେ ଆପଣ କାହାକୁ ଦାୟୀ କରିପାରିବେ ନାହିଁ। ମୁଁ କହିବାକୁ ଚାହେଁ ଯେ କୌଣସି ରିଲେସନ୍‌ସିପ୍‌ କିମ୍ବା ବିବାହର ସମାପ୍ତି ଜୀବନର ଶେଷ ନୁହେଁ। ତୁମେ ଭଲ ପାଇବା ପାଇଁ ଦ୍ୱିତୀୟ ସୁଯୋଗ ପାଇବ, ଏହି କାରଣରୁ ତୁମେ ତୁମର ଅତୀତକୁ ଛାଡିଦେବାକୁ ସକ୍ଷମ ହୋଇପାରିବ।

ପ୍ରକାଶଥାଉ ଯେ ମିନିଶା 'ହନିମୁନ୍ ଟ୍ରାଭେଲ୍ସ ପ୍ରାଇଭେଟ୍‌ ଲିମିଟେଡ୍', 'ବଚନା ଏ ହସିନୋ', 'କିଡ୍‌ନାପ୍', 'ୱେଲ୍ ଡନ୍‌ ଅବ୍‌ବା' ଏବଂ 'ହମ୍ ତୁମ୍ ଶବାନା' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ୨୦୧୪ ମସିହାରେ, ମିନିଶା ‘ବିଗ୍ ବସ୍-୮’ ରେ ଦେଖାଦେଇଥିଲେ, କିନ୍ତୁ ସେ ଏକ ମାସ ପରେ ଶୋ ଛାଡି ଦେଇଥିଲେ। ତେବେ କାମର କଥା କହିବାକୁ ଗଲେ, ଆଜିକାଲି ସେ ତାଙ୍କର ପ୍ରଥମ ଡିଜିଟାଲ୍ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି।

Bollywood Minissha Lamba
Advertisment
Advertisment