Advertisment

ବାସନଧୁଆ ଲିକ୍ୱିଡ୍‌ର ବିଜ୍ଞାପନ କରି ଫସିଲେ ମଡେଲ୍‌ ମିଲିନ୍ଦ ସୋମନ୍‌

ଏବେ ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ୍‌। ବିଜ୍ଞାପନ କରି ଫସିଛନ୍ତି। ଲୋକେ କହୁଛନ୍ତି କାମରେ ଜେଣ୍ଡରାଇଜ୍ କରାଯାଇଛି।

author-image
Pramod Behera
Milind Soman promotes dishwashing gel and trolls

Milind Soman promotes dishwashing gel and trolls

ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ୍‌ ତାଙ୍କ ଫିଟ୍‌ନେସ୍‌ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହି ଥାଆନ୍ତି। ବୟସ ବଢିବା ସହିତ ସେ ଅଧିକ ଫିଟ୍ ହଉଛନ୍ତି। ତାଙ୍କ ବୟସର ପ୍ରଭାବ ଏପର୍ଯ୍ୟନ୍ତ ତାଙ୍କ ଚେହେରାରେ ଦେଖିବାକୁ ମିଳେ ନାହିଁ। ତାଙ୍କ ବୟସର ଏହି ପର୍ଯ୍ୟାୟରେ ମଧ୍ୟ ତାଙ୍କର ଫିଟ୍‌ନେସ୍ ଆଶ୍ଚର୍ଯ୍ୟଜନକ ଲାଗେ। ତାଙ୍କ ଫିଟ୍‌ନେସ ଯୋଗୁଁ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି।

Advertisment

ମିଲିନ୍ଦ ତାଙ୍କ କାମ ଓ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ବିବାହଠାରୁ ଆରମ୍ଭ କରି ଉଲଗ୍ନ ହୋଇ ଦୌଡିବା ପର୍ଯ୍ୟନ୍ତ, ମିଲିନ୍ଦ ଅନେକ କାରଣରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମିଲିନ୍ଦ ସୋମନ୍ ଯାହା ବି କରନ୍ତି ତାହା ସମସ୍ତଙ୍କୁ ଚକିତ କରିଦିଏ।

ଏବେ ସେ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମ୍ପ୍ରତି ସେ ବାସନ ମଜା ଲିକ୍ୱିଡ୍‌ର ବିଜ୍ଞାପନ କରିଛନ୍ତି, ଯାହାର ଭିଡିଓ ସେ ଇନଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। କିନ୍ତୁ ଲୋକେ ଫିଟ୍‌ନେସ୍ ପ୍ରେମୀ ମିଲିନ୍ଦଙ୍କର ଏହି ବିଜ୍ଞାପନକୁ ଆଦୌ ପସନ୍ଦ କରୁ ନାହାନ୍ତି। ପ୍ରଶଂସକମାନେ ସେମାନଙ୍କୁ ଜବରଦସ୍ତ ଟ୍ରୋଲ୍‌ କରୁଛନ୍ତି।

Advertisment

ଭିଡିଓରେ ଏହା ଦେଖାଯାଇଛି ଯେ ପୁରୁଷମାନେ ବଡ଼ ବଡ଼ କଥା କହିବା ପରିବର୍ତ୍ତେ ଘରର କାମ ମଧ୍ୟ କରିବା ଉଚିତ। ଯଦି ଦେଖାଯାଏ, ଏହି ଭିଡିଓରେ କେବଳ ଯେ ଲିଙ୍ଗଗତ ଷ୍ଟେରିଓଟାଇପ୍ ଅଛି ତାହା ନୁହେଁ ବରଂ କଳା ରଙ୍ଗକୁ ମଧ୍ୟ ପୁରୁଷମାନଙ୍କ ସହିତ ଜଡିତ କରାଯାଇଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଯୁବକ ଜିମ୍‌ରେ ଥାଇ କହୁଛନ୍ତି ଯେ “ଟିକେ ଥକି ପଡିଛି। କଥା କ’ଣ କି କାଲି ରାତିରେ ସବୁ ବାସନ ମୁଁ ହିଁ ଧୋଇଥିଲି। ମୁଁ ମୋ ମା’ଙ୍କୁ ଘରେ ସାହାଯ୍ୟ କରୁଥିଲି, କେବେ କେବେ ତ କରିଦେବା କଥା ଆଉ କରିବା ହିଁ ଦରକାର।”

ଏହା ଉପରେ ମିଲିନ୍ଦ କୁହନ୍ତି ଯେ “ୱା ବେଟା ୱା… ନିଜକୁ କେତେ ପ୍ରଶଂସା କରାଯାଉଛି… ମଜା ଆସୁଛି ନା ପ୍ରଶଂସା କରି। ଏ ହେଉଛି ଭିମ୍ ବ୍ଲାକ୍ ପୁରୁଷଙ୍କ ପାଇଁ। ବର୍ତ୍ତମାନ ଦିନ-ରାତି, ସକାଳ-ସଞ୍ଜେ ସବୁବେଳେ ବାସନ ଧୋ’ ଆଉ ନିଜକୁ ଖୋଲାଖୋଲି ପ୍ରଶଂସା କର।” ତେବେ ମିଲିନ୍ଦ ସୋମନ ବାସନ ଧୋଇବା ନେଇ ଯେଉଁ ଲିକ୍ୱିଡ୍ ନେଇଛନ୍ତି ତାହା ହଳଦିଆ କି ସବୁଜ ରଙ୍ଗର ନୁହେଁ, ବରଂ ଏହା କଳା ରଙ୍ଗର, ଏହାକୁ ପୁଣି ପୁରୁଷ ସହିତ ଯୋଡା ଯାଇଛି।

ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ଏହି ଭିଡିଓରେ ଜଣେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, “ଏହା ଭୁଲ, କାମକୁ ଲିଙ୍ଗଗତ କରାଯାଇଛି। ଏହାର ଅର୍ଥ ଯଦି ତୁମେ କଳା କୁହ ତେବେ ଏହା ପୁରୁଷତ୍ୱ ହୋଇଗଲା। ତୁମେ ଏ କ’ଣ କଲ।” ସେହିପରି ଅନ୍ୟ ଜଣେ ଲେଖିଛନ୍ତି, “ଏହା ସେତେବେଳେ ଭଲ ହୋଇଥାନ୍ତା ଯେତେବେଳେ ଯୁବକ ଜଣଙ୍କ ବାସନ ମାଜୁଥାନ୍ତା ଆଉ ସେତେବେଳେ ଜଣେ ଯୁବତୀ ତା’ ପ୍ରତି ଆକର୍ଷିତ ହୋଇଥାନ୍ତା।” ଆଉ ଜଣେ କହିଛନ୍ତି, “ମିଲିନ୍ଦଙ୍କୁ ଆହୁରି ଭଲ ବିଜ୍ଞାପନ ମିଳିପାରିବ।”

Bollywood Milind Soman
Advertisment
Advertisment