Advertisment

ସୋସିଆଲ୍ ମିଡିଆରେ ଉପଦେଶ ଦେଇ ଟ୍ରୋଲର ଶିକାର ହେଲେ ମିଲିନ୍ଦ ସୋମନ

ବଲିଉଡ୍ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ଅନେକ ଲୋକଙ୍କ ପାଇଁ ପ୍ରେରଣ ହୋଇଛନ୍ତି। ଟଫ୍ ୱାର୍କଆଉଟ୍‌ର ଫଟୋ ଓ ଭିଡିଓ ସେୟାର କରି ମିଲିନ୍ଦ ନିଜ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ୫୫ ବର୍ଷ ବୟସରେ ବି ମିଲିନ୍ଦ ସୁପର ଫିଟ୍ ଓ ସ୍ୱାସ୍ଥ୍ୟବାନ ଅଛନ୍ତି। ନିକଟରେ ମିଲିନ୍ଦ ସୋମନ ତାଙ୍କର ରୁଟିନ୍ ଚେକ୍‌ଅପ୍‌ର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଫଟୋ ସେୟାର କରି ସେ ଏମିତି କିଛି ଉପଦେଶ ଦେଇଛନ୍ତି ଯାହା ପାଇଁ ସେ ବହୁତ ଟ୍ରୋଲ୍ ହେବାରେ ଲାଗିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Milind Sonam

Milind Sonam

ମୁମ୍ବାଇ : ବଲିଉଡ୍ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ଅନେକ ଲୋକଙ୍କ ପାଇଁ ପ୍ରେରଣ ହୋଇଛନ୍ତି। ଟଫ୍ ୱାର୍କଆଉଟ୍‌ର ଫଟୋ ଓ ଭିଡିଓ ସେୟାର କରି ମିଲିନ୍ଦ ନିଜ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ୫୫ ବର୍ଷ ବୟସରେ ବି ମିଲିନ୍ଦ ସୁପର ଫିଟ୍ ଓ ସ୍ୱାସ୍ଥ୍ୟବାନ ଅଛନ୍ତି। ନିକଟରେ ମିଲିନ୍ଦ ସୋନମ ତାଙ୍କର ରୁଟିନ୍ ଚେକ୍‌ଅପ୍‌ର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଫଟୋ ସେୟାର କରି ସେ ଏମିତି କିଛି ଉପଦେଶ ଦେଇଛନ୍ତି ଯାହା ପାଇଁ ସେ ବହୁତ ଟ୍ରୋଲ୍ ହେବାରେ ଲାଗିଛନ୍ତି।

Advertisment
Milind Sonamମିଲିନ୍ଦ୍ ସୋମନ

ସୋସିଆଲ୍ ମିଡିଆରେ ମିଲିନ୍ଦ ସୋନମଙ୍କ ଫଟୋକୁ ନେଟିଜେନ୍ସ ଦାୟିତ୍ୱହିନତା ବୋଲି କହିଛି। ଇନ୍‌ଷ୍ଟାଗ୍ରାମ୍‌ରେ ମିଲିନ୍ଦ ହସପିଟାଲ ପୋଷାକରେ ନିଜର ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ ସିଟିସ୍କାନ୍ କରିବା ପୂର୍ବରୁ ବେଡ୍‌ରେ ବସିରହିଥିବା ନଜର ଆସିଛନ୍ତି। ଚିରାଚରିତ ଭାବେ କ୍ୟାମେରା ଆଗରେ ପୋଜ୍‌ ଦେଲା ବେଳେ ମିଲିନ୍ଦଙ୍କ ଚେହେରାରେ ହସ ଦେଖାଯାଉଛି।

Advertisment

ଏହି ଫଟୋ ସେୟାର କରି ମିଲିନ୍ଦ ସୋମନ ତାଙ୍କ ପ୍ରଶଂସକମାନଙ୍କୁ ନର୍ମାଲା ହେଲ୍ଥ ଚେକ୍ କରିବାର ଜ୍ଞାନ ଦେଇ ସିଟିସ୍କାନ୍ କରିବାର ଉପଦେଶ ଦେଇଛନ୍ତି। ଅଭିନେତା କହିଛନ୍ତି ଯେ ସିଟିସ୍କାନ୍ କରିବା ରୁଟିନ୍ ଚେକ୍‌ଅପ୍‌ର ଏକ ଅଂଶ ହୋଇଥାଏ। ମଡେଲଙ୍କ ଏହି ଜ୍ଞାନ ଶୁଣି ପ୍ରଶଂସକମାନେ ଫିଡିକି ଯାଇଥିଲେ ଓ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ।

ମିଲିନ୍ଦ ସୋମନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ “ବେଙ୍ଗଲୁରୁରେ @nurahealthscreeningindiaରେ ସିଟିସ୍କାନ କରେଇଲି, ବ୍ଲକେଜ୍ ଆଦିର ଯାଞ୍ଚ କରେଇଲି। ସବୁ ନର୍ମାଲ ଅଛି। ଯୋଗ୍ୟ ଦାକ୍ତର ଦ୍ୱାରା କରାଯାଉଥିବା ନିୟମିତ ଯାଞ୍ଜ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସ୍କ୍ରିନିକ ପାଇଁ ଆପଣମାନେ ଯାହା କରୁଛନ୍ତି ତାହା ବି ଜରୁରୀ। ଭୋଜନ, ବ୍ୟାୟାମ, ନିଦ ଓ ଷ୍ଟ୍ରେସ୍ ମ୍ୟାନେଜ୍‌ମେଣ୍ଟ୍ ସହିତ ନିୟମିତ ଭାବେ ଭଲ ଆଦତ ଏହା ସୁନିଶ୍ଚିତ କରିବାରେ ସହଯୋଗ କରେ ଯେ ପ୍ରତ୍ୟେକ ସ୍କ୍ରୀନିଙ୍ଗ୍ ଶରୀରର ସାମାନ୍ୟ କାର୍ଯ୍ୟକୁ ଦର୍ଶାଇ ଥାଏ, ତେବେ ଆପଣଙ୍କ ବୟସ ଯାହା ବି ହୋଇଥାଉ।” ପୋଷ୍ଟରେ ଅନେକ ଲୋକ କମେଣ୍ଟ୍ କରି ମିଲିନ୍ଦଙ୍କୁ ଟ୍ରୋଲ୍ କରିଛନ୍ତି।

Milind Sonamମିଲିନ୍ଦ ସୋମନ

ଜଣେ ଉପଭୋକ୍ତ କମେଣ୍ଟ କରି କହିଛନ୍ତି ଯେ, “ସିଟିସ୍କାନ୍ ନିୟମିତ ଯାଞ୍ଚର ଅଂଶ ନୁହେଁ। ଏହା ନିଜ ଉପରେ ଦୁଷ୍ପ୍ରଭାବ ପକାଇବା ସହିତ ଏକ ମହଙ୍ଗା ପ୍ରକ୍ରିୟା ମଧ୍ୟ। ଦୟାକରି ଏଭଳି ଉଦଦେଶ ଦିଅନ୍ତୁ ନାହିଁ।” ଆଉ ଜଣେ ଲେଖିଛନ୍ତି ଯେ “ବିନା କାରଣରେ ସିଟିସ୍କାନ କରନ୍ତୁ ନାହିଁ। ଦୟାକରି ଏଭଳି ଉପଦେଶ ଦିଅ ନାହିଁ। ଏହା ବହୁତ ହାନିକାରକ ହୋଇଥାଏ।” ସେହିଭଳି ଆଉ ଜଣେ କହିଛନ୍ତି ଯେ “ସାର୍, ସ୍କ୍ରିନିଙ୍ଗ ପାଇଁ ସିଟିସ୍କାନର ଉପଯୋଗ ହୁଏ ନାହିଁ। ଆପଣ ଏଭଳି ଜ୍ଞାନ ଦେବା ବନ୍ଦ କରିଦିଅନ୍ତୁ।”

Bollywood Milind Soman
Advertisment
Advertisment