Advertisment

ମିଲିନ୍ଦ ସୋମନଙ୍କ ଲଭ୍‌ ଲାଇଭ୍; ସେଟ୍‌ରୁ ଆରମ୍ଭ ହେଲା ପ୍ରେମ

୯୦ ଦଶକର ମଡେଲିଂ ଦୁନିଆ କଥା ପଡିଲେ ମିଲିନ୍ଦ ସୋମନଙ୍କ ନାଁ ସବୁଠାରୁ ଆଗରେ ରହିବ। ତାଙ୍କ ନାଁ ସହିତ ଅନେକ ଯୁବତୀଙ୍କ ନାଁ ଯୋଡା ଯାଉଥିଲେ ମଧ୍ୟ ସବୁଠାରୁ ଆଗରେ ଥିଲେ ଜଣେ ଫରାସୀ ଅଭିନେତ୍ରୀ। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଲଭ୍ ଲାଇଫ୍।

author-image
Pramod Behera
Milind Soman and Mylene Jampanoi love life

Milind Soman and Mylene Jampanoi love life

ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ଅଭିନୟ ଅପେକ୍ଷା ନିଜ ଫିଟ୍‌ନେସ୍‌ ପାଇଁ ଅଧିକ ଜଣାଶୁଣା। ମିଲିନ୍ଦ ୯୦ ଦଶକର ସବୁଠାରୁ ଆଗ ଧାଡିର ଜଣେ ମଡେଲ୍ ଥିଲେ। ମଡେଲିଂ ଦୁନିଆରେ ସଫଳତା ପାଇବା ପରେ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଛୋଟ ପରଦାରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ୧୯୯୬ ମସିହାରେ ସେ ହିନ୍ଦୀ ସିରିଏଲ୍‌ 'ଦାୟରା'ରେ ଅଭିନୟ କରିଥିଲେ।

Advertisment

ଏହି ସିରିଏଲ ପରେ ସେ ଆହୁରି ଅନେକ ଟିଭି ଶୋ’ରେ ଅଭିନୟ କରିଥିଲେ। ୧୯୯୮ରେ ଆସିଥିବା ସିରିଏଲ୍ 'କ୍ୟାପଟେନ୍ ବ୍ୟୋମ୍' ରେ ସେ ଏକ ଘରୋଇ ନାମ ତିଆରି କରିବାରେ ସଫଳ ହୋଇଥିଲେ। ତେବେ ଅଭିନୟ ଅପେକ୍ଷା ସେ ବ୍ୟକ୍ତିଗତ ଜୀବନ ହେତୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଆଜି ତାଙ୍କର ପ୍ରଥମ ବିବାହ ବାର୍ଷିକୀ ହୋଇଥିବାରୁ ଆସନ୍ତୁ ନଜର ପକେଇବା ତାଙ୍କ ରୋମାଣ୍ଟିକ୍ ଜୀବନ ଉପରେ।

ମିଲିନ୍ଦ ସୋମନଙ୍କ ପ୍ରେମ ଜୀବନ ଖୁବ ଚର୍ଚ୍ଚାରେ ଥିଲା। ତାଙ୍କ ନାଁକୁ ଅନେକ ମହିଳାଙ୍କ ସହ ଯୋଡା ଯାଇଥିଲା। କିନ୍ତୁ ଯେତେବେଳେ ତାଙ୍କ ନାଁ ମାଇଲିନ ଜୈମ୍ପାନୋଇଙ୍କ ସହ ଯୋଡା ହେଲା ସେବେଠାରୁ ଚର୍ଚ୍ଚା ଜୋର ଧରିବାରେ ଲାଗିଲା। ମାଇଲିନ ଜଣେ ଫରାସୀ ଅଭିନେତ୍ରୀ।

Advertisment

ଦୁହେଁ ଏକ ଫିଲ୍ମର ସେଟ୍‌ରେ ପ୍ରେମରେ ପଡିଥିବା କୁହାଯାଉଛି। ଏହି ଫିଲ୍ମର ନାମ ଥିଲା 'ଭ୍ୟାଲି ଅଫ ଫ୍ଲାୱାର୍'। ଏହି ଫିଲ୍ମରେ ମିଲିନ୍ଦ ମାଇଲିନଙ୍କ ସହ-ଅଭିନେତା ଥିଲେ। ଉଭୟଙ୍କ ବ୍ୟତୀତ ନାସିରୁଦ୍ଦିନ ଶାହା ମଧ୍ୟ ଏହି ଫିଲ୍ମରେ କାମ କରିଥିଲେ। ୨୦୦୬ ମସିହାରେ, ଉଭୟଙ୍କ ପ୍ରେମ ଏତେ ବଢିଗଲା ଯେ ବିବାହ ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା।

୨୦୦୬ ମସିହାରେ, ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ବିବାହ ସ୍ଥଳ ଭାବେ ଗୋଆକୁ ବାଛିଥିଲେ। ୨୦୦୬ ମସିହା ଜୁଲାଇ ୧୧ରେ, ଦୁହେଁ ଗୋଆର ଏକ ପର୍ଯ୍ୟଟନ ରିସୋର୍ଟରେ ବିବାହ ମଧ୍ୟ କରିଥିଲେ। ବିବାହ ପରେ କିଛି ଦିନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଥିଲା। କିନ୍ତୁ ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଲା।

ମିଲିନ୍ଦ ଏବଂ ମାଇଲିନଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ରହିଲା ନାହିଁ। ବିବାହର ଦୁଇ ବର୍ଷ ପରେ ଦୁହେଁ ନିଜ ରାସ୍ତା ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ କାମ ହେତୁ ଉଭୟଙ୍କୁ ବାରମ୍ବାର ପରସ୍ପରଠାରୁ ଦୂରରେ ରହିବାକୁ ପଡୁଥିଲା। ଯେଉଁଥିପାଇଁ ଉଭୟଙ୍କ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଲା। ୨୦୦୮ ମସିହାରେ, ଦୁହେଁ ଛାଡପତ୍ର ନେବାକୁ ମନସ୍ଥ କରିଥିଲେ ଏବଂ ୨୦୦୯ ସୁଦ୍ଧା ସେମାନଙ୍କ ସମ୍ପର୍କ ସମାପ୍ତ ହୋଇଥିଲା।

Bollywood Milind Soman
Advertisment
Advertisment