Advertisment

ଦ୍ୱୀପ କିଣିଲେ ମିକା ସିଂହ; ଫ୍ୟାନ୍ କହିଲେ ‘ରିଅଲ୍ କିଙ୍ଗ’

ଇତିହାସ ରଚିଲେ ମିକା ସିଂହ। ନିଜର ଏକ ଦ୍ୱୀପ କିଣି ହେଲେ ପ୍ରଥମ ଭାରତୀୟ। ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Mika Singh bought his own island

Mika Singh bought his own island

ମିକା ସିଂହ ବଲିଉଡ୍‌ର ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ଏବଂ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ସେ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଗାୟକ ବର୍ତ୍ତମାନ ତାଙ୍କର ବ୍ୟକ୍ତିଗତ ଦ୍ୱୀପ କିଣିଛନ୍ତି, ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି।

Advertisment

କିଣିଛନ୍ତି ୭ ଡଙ୍ଗା, ୧୦ ଘୋଡା:

ପ୍ରସିଦ୍ଧ ଗାୟକ ମିକା ସିଂହ ତାଙ୍କ ପ୍ରାଇଭେଟ ଦ୍ୱୀପର ଝଲକ ମଧ୍ୟ ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି, ଯେଉଁଥିରେ ସେ ଡଙ୍ଗା ଚଲେଇ ଯାଉଥିବାର ନଜର ଆସିଛନ୍ତି। ଡଙ୍ଗାରେ MS ଲେଖାଯାଇଥିବା ମଧ୍ୟ ଦେଖାଯାଏ, ଯାହାର ଅର୍ଥ ହେଉଛି 'ମିକା ସିଂହ'। ଏହି ଦ୍ୱୀପ କିଣିବା ସହିତ ସେ ଭାରତର ପ୍ରଥମ ଗାୟକ ହୋଇପାରିଛନ୍ତି ଯିଏକି ନିଜର ବ୍ୟକ୍ତିଗତ ଦ୍ୱୀପ କିଣିଛନ୍ତି। କେବଳ ଏତିକି ନୁହେଁ ଦ୍ୱୀପ ସହିତ ୭ ଟି ଡଙ୍ଗା ଏବଂ ୧୦ଟି ଘୋଡା ମଧ୍ୟ କିଣାଯାଇଛି।

ଭିଡିଓ ଶେୟାର କରି ମିକା ଲେଖିଛନ୍ତି, “ପପ୍ ଗାୟକ @mikasingh ତାଙ୍କ ଛୋଟ ସ୍ୱର୍ଗରେ ବହୁତ ସମୟ ଅତିବାହିତ କରୁଛନ୍ତି। ହ୍ରଦ, ୭ଟି ଡଙ୍ଗା ଏବଂ ୧୦ଟି ଘୋଡା ସହିତ ନିଜର ବ୍ୟକ୍ତିଗତ ଦ୍ୱୀପ ଥିବା ପ୍ରଥମ ଭାରତୀୟ ଗାୟକ। ଏହାକୁ ହିଁ ତୁମେ ପ୍ରକୃତ ରାଜା ବୋଲି କହୁଛ!"

Advertisment

ମିକା ସିଂହଙ୍କ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ଦେଖି ପ୍ରଶଂସକମାନେ ପ୍ରତିକ୍ରିୟାର ସୁଅ ଛୁଟେଇ ଦେଇଛନ୍ତି। ମିକାଙ୍କ ଜଣେ ପ୍ରଶଂସକ 'ସିଂହ ଇଜ୍ କିଙ୍ଗ୍' ଲେଖିଥିବା ବେଳେ ଆଉ ଜଣେ ‘ମହାନ ଭାଇ’ ବୋଲି ଲେଖିଛନ୍ତି।

ମିକା ସିଂହ ମାତ୍ର ୮ ବର୍ଷ ବୟସରେ ଗୀତ ଶିଖିବା ଆରମ୍ଭ କରିଥିଲେ। ଏହା ପରେ ସେ କେତେକ ବାଦ୍ୟଯନ୍ତ୍ର ଶିଖିଲେ ଏବଂ ଭଜନ କୀର୍ତ୍ତନ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ପଞ୍ଜାବୀ ଗୀତ ଗାଇଥିଲେ। ପରେ ସେ ହିନ୍ଦୀ ସିନେମା ଆଡକୁ ଢଳିଥିଲେ ଏବଂ ତାଙ୍କ ସ୍ୱରର ଯାଦୁରେ ସମସ୍ତଙ୍କୁ ପାଗଳ କରିଦେଲେ। ସେ ଅନେକ ଟିଭି ଶୋ’ରେ ବିଚାରପତି ଭାବେ ମଧ୍ୟ ନଜର ଆସିଛନ୍ତି।

Bollywood Mika Singh
Advertisment
Advertisment