Advertisment

ପୁଣି ଆସିଲା #MeToo... ଜାଲରେ ପଡ଼ିବେ ଅନେକ ନିର୍ଦେଶକ-ପ୍ରଯୋଜକ

ବରିଷ୍ଠ ଅଭିନେତା ମୋହନଲାଲଙ୍କ ନେତୃତ୍ୱରେ ଏହି ସଂଗଠନ କାର୍ଯ୍ୟ କରୁଥିଲା। ସଂଗଠନର କିଛି କଳାକାରଙ୍କ ନାଁରେ ଏଭଳି ଅଭିଯୋଗ ପରେ, ମୋହନଲାଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ଅଦ୍ୟତନ ହୋଇଛି
#MeToo shakes Malayalam cinema

MeToo

Advertisment

କିଛି ବର୍ଷର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଛି ମି-ଠୁ କ୍ୟାମ୍ପେନ। ଏଥର ବଲିଉଡ ନୁହେଁ, ମଲିଉଡରେ ହଇଚଇ। ମଲିଉଡ୍.. ମାନେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି । କେରଳର ମାଲାୟାଲମ ଫିଲ୍ମ ଜଗତରେ ଗତ କିଛି ଦିନ ଭିତରେ ଲଗାତାର ଅଭିନେତ୍ରୀଙ୍କ ମି-ଠୁ ଅଭିଯୋଗ ସାମ୍ନାକୁ ଆସିବା ପରେ ପୂରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

କେରଳରେ ରୁଜୁ ହୋଇଛି ଏସଂପର୍କିତ ମୋଟ ୧୭ଟି ଯୌନ ଉତ୍ପୀଡ଼ନ ମାମଲା। ବହୁ ବଡ଼ ବଡ଼ ନାଁ କରା ଅଭିନେତା, ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମି-ଠୁ ଜାଲରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଅଭିଯୋଗ ଆସିବା ପରେ କେରଳର ଫିଲ୍ମ କଳାକାର ସଂଘ- ଆସୋସିଏସନ ଅଫ୍ ମାଲାୟାଲାମ ମୁଭି ଆର୍ଟିଷ୍ଟ ବା ଆମା ସଂଗଠନ ଭାଙ୍ଗି ଦିଆଯାଇଛି।

ଅଧିକ ପଢନ୍ତୁ : ପାନ ମସଲାର ବ୍ରାଣ୍ଡ୍ ଆମ୍ବାସଡର୍ ହେବାକୁ ସିଧା ମନା କରିଦେଲେ ଆର୍‌ ମାଧବନ୍; ପାଇଥାନ୍ତେ କୋଟି କୋଟି ଟଙ୍କା

Advertisment

ବରିଷ୍ଠ ଅଭିନେତା ମୋହନଲାଲଙ୍କ ନେତୃତ୍ୱରେ ଏହି ସଂଗଠନ କାର୍ଯ୍ୟ କରୁଥିଲା। ସଂଗଠନର କିଛି କଳାକାରଙ୍କ ନାଁରେ ଏଭଳି ଅଭିଯୋଗ ପରେ, ମୋହନଲାଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏହି ମାମଲାରେ ଖୁବଶୀଘ୍ର କିଛି ଆଗଧାଡିର କଳାକାରଙ୍କୁ ପଚରାଉଚରା କରାଯିବ। ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ସୋନିଆ ମଲହାର ତାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡନ ନେଇ ଅଭିଯୋଗ କରିଛନ୍ତି। ଯଦିଓ ଏହି ଅଭିଯୋଗ ଆଜିର ଘଟଣା ନୁହେଁ। ୨୦୧୩ରେ ଏକ ଫିଲ୍ମ ସେଟ୍‌ରେ ଜଣେ ଅଭିନେତା ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ସୋନିଆ ମଲହାର। ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ, କେରଳ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଗଠନ କରିଛନ୍ତି। ତେବେ କିଏ ସେହି ଅଭିନେତା, ସେନେଇ ଗଣମାଧ୍ୟମରେ ଖୁଲାସା କରିନାହାନ୍ତି ସୋନିଆ ମଲହାର।

ଗତ ରବିବାର ଅଭିନେତ୍ରୀ ମିନୁ ମୁନ୍ନିର ମଧ୍ୟ ମି-ଠୁ କ୍ୟାମ୍ପେନରେ ସାମିଲ ହୋଇ କିଛି ଅଭିନେତା ଓ ଟେକନିସିଆନଙ୍କ ନାଁରେ ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି। ୨୦୦୮ରୁ ୨୦୧୩ ମଧ୍ୟରେ ତାଙ୍କ ପ୍ରତି ଫିଲ୍ମ ସେଟରେ ଅସଦାଚରଣ ହୋଇଥିବା ସେ କହିଛନ୍ତି। ଅଭିନେତା ଏମ ମୁକେଶ, ଜୟସୁରିୟା, ମାନିୟାନପିଲ୍ଲା ରାଜୁ, ଇଡାଭେଲା ବାବୁ ଅସଦାଚରଣ କରିଥିବା କହିଛନ୍ତି ମିନୁ ମୁନ୍ନିର। ଏହି ଅଭିଯୋଗ ପରେ ତାଙ୍କୁ ଏବେ ସୋସିଆଲ ମିଡିଆରେ ଧମକ ମିଳୁଥିବା ମଧ୍ୟ ସେ କହିଛନ୍ତି ।
ଏହାର ମଧ୍ୟ ତଦନ୍ତ କରିବ ଏସଆଇଟି ଟିମ୍।

Advertisment

ସବୁଠୁ ବଡ଼ କଥା ହେଉଛି। ମିନୁ ମୁନ୍ନିର ଅଭିଯୋଗ କରିଥିବା ଅଭିନେତାଙ୍କ ନାଁକୁ ତାଙ୍କ ମାମଲା ସହ ନଯୋଡିବାକୁ ଅନୁରୋଧ କରିଛନ୍ତି ସୋନିଆ ମଲହାର। ସୋନିଆଙ୍କ ଅପିଲ ପରେ ଯାହା ଅନୁମାନ କରାଯାଉଛି, ଅନ୍ୟ କିଛି କଳାକାର ମଧ୍ୟ ଏହି ମି-ଠୁ ଜାଲରେ ଫସିପାରନ୍ତି ।

ପ୍ରଥମେ ଆମେରିକାରେ ମି-ଠୁ କ୍ୟାମ୍ପେନ ଆରମ୍ଭ ହୋଇଥିଲା। ପାଖାପାଖି ୧୨-୧୩ ବର୍ଷ ତଳେ ଆମେରିକାର ଜଣେ ସମାଜସେବୀ ତରାନା ବୁର୍କେ, ନିଜ ଉପରେ ଘଟିଥିବା କିଛି ଯୌନ ଉତ୍ପିଡନ ଘଟଣାର ବର୍ଣ୍ଣନା କଲା ବେଳେ ମି-ଠୁ ଶବ୍ଦର ବ୍ୟବହାର କରିଥିଲେ। ଏହି ଶବ୍ଦର ପ୍ରଭାବ ସେତେବେଳେ ବିଶେଷ ଦେଖିବାକୁ ମିଳିନଥିଲା। ପ୍ରଥମ ଥର ପାଇଁ ୨୦୧୭ରେ ମି-ଠୁ ଶବ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ହଲିଉଡ ଫିଲ୍ମ ନିର୍ମାତା ହାର୍ବେ ୱାଇନଷ୍ଟିନଙ୍କ ବିରୋଧରେ ୫୦ରୁ ଅଧିକ ମହିଳା ଗତ ୩୦ ବର୍ଷ ଭିତରେ ହୋଇଥିବା ଅସଦାଚରଣର ଖୁଲାସା କରିଥିଲେ। ସେମାନେ ମଧ୍ୟ ଏହି ମି-ଠୁ ଶବ୍ଦ ମାଧ୍ୟମରେ ଏକ କ୍ୟାମ୍ପେନ କରି ନିଜର ଅଭିଯୋଗ ଲୋକଲୋଚନକୁ ଆଣିଥିଲେ। ତାପରେ ପରେ ଭାରତରେ ମଧ୍ୟ ମି-ଠୁ କ୍ୟାମ୍ପେନ ଜୋର ଧରିଥିଲା ।

ଅଧିକ ପଢନ୍ତୁ : Trailer Release: ରିଲିଜ୍ ହେଲା ସଞ୍ଜୟ ଦତ୍ତଙ୍କ ‘ଡବଲ୍ ଆଇସ୍ମାର୍ଟ’ର ଟ୍ରେଲର୍; ଲୋକେ କହିଲେ ବ୍ଲକ୍‌ବଷ୍ଟର୍

Me Too
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ