ମୁମ୍ବାଇ: ଜୀବନକୁ ସ୍ୱାଭାବିକ କରିବା ପାଇଁ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି ମନ୍ଦିରା ବେଦୀ। ଭାଇରାଲ ହୋଇଥିବା ଫଟୋରେ ଅଭିନେତ୍ରୀଙ୍କୁ ଗ୍ରୀନ ଶାଢ଼ୀରେ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଫଟୋରେ ସେ ହସୁଥିବାର ମଧ୍ୟ ନଜର ଆସୁଛନ୍ତି ।
ଏହି ଫଟୋ ଏହାକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ କିଛି ପ୍ରେମ ଓ ସକାରାତ୍ମକତା ପଠାଉଛନ୍ତି।’’
ବନ୍ଧୁମାନେ ମନ୍ଦିରାଙ୍କୁ ଦୁଃଖରୁ ବାହାର କରିବାରେ ସାହାଯ୍ୟ କରୁଛନ୍ତି ବୋଲି ମନ୍ଦିରା କହିଛନ୍ତି । ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ହେବାର ଏକ ମାସ ପରେ ମନ୍ଦିରା ବେଦୀ ତାଙ୍କ ଘରେ ପୂଜା କରିଥିଲେ। ସ୍ୱାମୀଙ୍କ ଆତ୍ମାର ଶାନ୍ତି ପାଇଁ ସେ ତାଙ୍କର ଦୁଇ ପିଲାଙ୍କ ସହିତ ଏହି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରାଙ୍କ ଏହି ଫଟୋ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ବର୍ତ୍ତମାନ ସାଧାରଣ ଜୀବନକୁ ଫେରିବାକୁ ଚେଷ୍ଟା କରୁଛନ୍ତି।
ନିର୍ଦ୍ଦେଶକ-ନିର୍ମାତା ରାଜ କୌଶଲ ଅର୍ଶଦ ୱାର୍ସି, ସଞ୍ଜୟ ଦତ୍ତ ଓ ମିନିଶା ଲାମ୍ବା ଅଭିନୀତ 'ଆନ୍ଥୋନୀ କୌନ ହେ'ରେ ନିର୍ଦ୍ଦେଶନା ଦେଇଥିଲେ, ଏହା ବ୍ୟତୀତ 'ଶାଦି କା ଲଡ୍ଡୁ' ଓ 'ପ୍ୟାର ମେନ୍ କଭି କଭି' ଭଳି ଫିଲ୍ମ ନିର୍ମାଣ କରିଥିଲେ।