Advertisment

ଟିଭି ଦୁନିଆକୁ ପୁଣି ଫେରୁଛନ୍ତି ମନ୍ଦିରା ବେଦୀ

ଛୋଟ ପରଦାରେ ପୁଣି ନଜର ଆସିବେ ମନ୍ଦିରା ବେଦୀ। ଉଭୟ ପଜିଟିଭ୍ ଓ ନେଗେଟିଭ୍ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଦୀର୍ଘ ଦିନ ପରେ ସେ ପୁଣି ଅଭିନୟ ଜଗତକୁ ଫେରୁଥିବାରୁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଚାହିଁ ରହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Mandira Bedi to make come back on tv

Mandira Bedi to make come back on tv

ଅଭିନେତ୍ରୀ ମନ୍ଦିରା ବେଦୀ ପୁଣି ଥରେ ଟିଭିକୁ ଫେରୁଛନ୍ତି। କୁହାଯାଉଛି ଯେ ସେ ଏକତା କପୁରଙ୍କ ଆଗାମୀ ପାରିବାରିକ ଡ୍ରାମା 'ସଂସାର'ରେ ନଜର ଆସିବେ। ଏହା ମଧ୍ୟ ଅନୁମାନ କରାଯାଉଛି ଯେ ଏହି ଶୋ’ରେ ସେ ଭିଲେନ୍ ଭାବରେ ଏଣ୍ଟ୍ରି କରିବେ। ଶୋ’ରେ ତାଙ୍କୁ ଏକ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିବ, ଯାହା ଶୋ’ର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ତେବେ ଏ ବାବଦରେ ନିର୍ମାତା କିମ୍ବା ଅଭିନେତାଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ମତ ସାମ୍ନାକୁ ଆସି ନାହିଁ।

Advertisment

ମନ୍ଦିରା ବେଦୀ ଟିଭି ଦୁନିଆର ଖ୍ୟାତନାମା ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁରଙ୍କ ସହ ହାତ ମିଳାଇଛନ୍ତି। କୁହାଯାଉଛି ଯେ ଏକତା କରିସ୍ମା କପୁର ଏବଂ ଗୋବିନ୍ଦାଙ୍କ ୧୯୯୪ ମସିହାର ଫିଲ୍ମ 'ରାଜା ବାବୁ'କୁ ଆଧାର କରି ‘ସଂସାର’ ନିର୍ମାଣ କରୁଛନ୍ତି।

ଶୋ’ର ନିକଟ ସୂତ୍ରରୁ ଜଣାପଡିଛିଯେ, ଏହି ଶୋ’ରେ ଏକ ନକାରାତ୍ମକ ଚରିତ୍ରରେ ଅଭିନୟ କରିବାକୁ ମନ୍ଦିରାଙ୍କୁ ଚୟନ କରାଯାଇଛି। ସେ ଏହି ଧାରାବାହିକରେ ଏକ ଲୋକପ୍ରିୟ ଭୂମିକାରେ ନଜର ଆସିବେ। ଏହି ଶୋ’ରେ ତାଙ୍କୁ ଏକ ବ୍ୟାବସାୟିକ ଟାଇକୁନ୍ ଏବଂ ଜଣେ ମା ଭାବରେ ଦେଖିବାକୁ ମିଳିବ। କୁହାଯାଉଛି ଯେ, ମନ୍ଦିରାଙ୍କ ବ୍ୟତୀତ ଏହି ଶୋ’ରେ ଅରୁଣା ଇରାନୀ ଏବଂ ଆଲୋକ ନାଥଙ୍କ ଭଳି ଭେଟେରାନ ଅଭିନେତା ମଧ୍ୟ ଅଛନ୍ତି। ଉଭୟଙ୍କୁ ଲିଡ ରୋଲ୍ ଅର୍ଥାତ ବାପାମାଆ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ପର୍ଲ ଭି ପୁରୀ ମେଲ୍ ଲିଡ୍ ଭୂମିକାରେ ନଜର ଆସିବେ।

Advertisment

ପ୍ରକାଶଥାଉ ଯେ ମନ୍ଦିରା ଦୀର୍ଘ ଦିନ ଧରି ଟିଭି ସିରିଏଲ୍ ଠାରୁ ଦୂରରେ ଥିଲେ। ତେବେ ସେ ଟିଭିରୁ ହିଁ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଦୂରଦର୍ଶନରେ ପ୍ରସାରିତ ପ୍ରସିଦ୍ଧ ସିରିଏଲ 'ଶାନ୍ତି' ପାଇଁ ବେଶ ଜଣାଶୁଣା। ଏହି ସିରିଏଲ ୧୯୯୪ ମସିହାରେ ଆସିଥିଲା। ଏହା ପରେ ସେ 'କ୍ୟୁଁକି ସାସ୍ ବି କଭି ବହୁ ଥି', 'ଔରତ୍', 'ଦୁଷ୍ମନ' ଏବଂ 'ଜସ୍ସୀ ଜୈସୀ କୋଇ ନେହି' ଭଳି ସିରିଏଲରେ ମଧ୍ୟ କାମ କରିଛନ୍ତି।

Bollywood Mandira Bedi
Advertisment
Advertisment