Advertisment

Mamta Kulkarni: ମହାମଣ୍ଡଳେଶ୍ୱର ବିବାଦ; ମୁଣ୍ଡ ନୁଆଁଇଲେ ମମତା କୁଲକର୍ଣ୍ଣୀ, ପଦରୁ ଦେଲେ ଇସ୍ତଫା

ସୋସିଆଲ ମିଡ଼ିଆରେ ମମତା କୁଲକର୍ଣ୍ଣୀ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମହାମଣ୍ଡଳେଶ୍ୱର ହେବାକୁ ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ ସେହି ଲୋକଙ୍କ ବିଷୟରେ ସେ କିଛି କହିବେ ନାହିଁ। ଦୀର୍ଘ ୨୫ ବର୍ଷ ହେବ ସେ ସାଧ୍ୱୀ ହୋଇଥିଲେ। ଏବେ ସେମିତି ସାଧ୍ୱୀ ହୋଇ ରହିବେ।

ଅଦ୍ୟତନ ହୋଇଛି
mamta kulkarni

mamta kulkarni

Advertisment

ବଢ଼ିଲା ମହାମଣ୍ଡଳେଶ୍ୱର ବିବାଦ । ଶେଷରେ ପଦବୀରୁ ଇସ୍ତଫା ଦେଲେ। ଯେମିତି କିନ୍ନର ଆଖଡ଼ାକୁ ଆସିଥିଲେ, ସେମିତି ଆଖଡ଼ା ଛାଡ଼ିବାକୁ ବାଧ୍ୟ ହେଲେ। ଏବେ ସାଧାରଣ ସାଧ୍ୱୀ ଭାବେ ବଞ୍ଚିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ।

Advertisment

ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ମମତା। ମହାକୁମ୍ଭରେ ପିଣ୍ଡ ଦାନ ପରେ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। କିନ୍ତୁ ଏହାକୁ ନେଇ ବହୁତ ବିବାଦ ଦେଖା ଦେବାରୁ ସେ ଏବେ ନିଜ ପଦବୀରୁ ଇସ୍ତଫା ଦେଉଥିବା ଘୋଷଣା କରିଛନ୍ତି। କୌଣସି ମାନସରୋବର କିମ୍ବା ହିମାଳୟ ନ ଯାଇ ସମଗ୍ର ବ୍ରହ୍ମାଣ୍ଡ ଆଗରେ ସାରା ଜୀବନ ସାଧ୍ୱୀ ହୋଇ ରହିବି ବୋଲି କହିଛନ୍ତି।

ସୋସିଆଲ ମିଡ଼ିଆରେ ମମତା କୁଲକର୍ଣ୍ଣୀ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମହାମଣ୍ଡଳେଶ୍ୱର ହେବାକୁ ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ ସେହି ଲୋକଙ୍କ ବିଷୟରେ ସେ କିଛି କହିବେ ନାହିଁ। ଦୀର୍ଘ ୨୫ ବର୍ଷ ହେବ ସେ ସାଧ୍ୱୀ ହୋଇଥିଲେ। ଏବେ ସେମିତି ସାଧ୍ୱୀ ହୋଇ ରହିବେ। ପିଲାମାନଙ୍କୁ ଜ୍ଞାନ ଦେବାକୁ ସେ ମହାମଣ୍ଡଳେଶ୍ୱରଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

ପ୍ରୟାଗରାଜ ମହାକୁମ୍ଭରେ କିନ୍ନର ଆଖଡ଼ାରେ ପୂର୍ଣ୍ଣ ଦୀକ୍ଷା ନେଇଥିଲେ ମମତା କୁଲକର୍ଣ୍ଣୀ। ଏହା ପରେ ତାଙ୍କୁ ତୁରନ୍ତ ମହାମଣ୍ଡଳେଶ୍ୱର କରାଯାଇଥିଲା। ପ୍ରଥମେ ପିଣ୍ଡଦାନ ପରେ ସଙ୍ଗମରେ ସ୍ନାନ କରି ସାରିବା ମାତ୍ରେ ଅଭିଷେକ କରାଯାଇ ତାଙ୍କୁ ମହାମଣ୍ଡଳେଶ୍ୱର କରାଯାଇଥିଲା। ହେ‌ଲେ ମମତା ମହାମଣ୍ଡଳେଶ୍ୱର ହେବା ପରେ ଅନେକ ପ୍ରଶ୍ନ ଉଠିଥିଲା। ବାବା ରାମଦେବଙ୍କଠାରୁ ଆରମ୍ଭ କରି ଅନେକ ସନ୍ଥ ଏହାକୁ ବିରୋଧ କରିଥିଲେ।

Advertisment

୧୯୭୨ ମସିହା ଅକ୍ଟୋବର ୨୦ ତାରିଖରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ମମତା କୁଲ୍‌କର୍ଣ୍ଣି। ପାଠ ପଢ଼ା ଶେଷ ପରେ ମାୟାନଗରୀରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ତ୍ରିରଙ୍ଗା। ୧୯୯୨ ମସିହାରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ପରବର୍ତ୍ତୀ ସମୟରେ ଆସିକ ଆୱାରା’, କ୍ରାନ୍ତିବୀର, କରନ ଅର୍ଜୁନ, ସବସେ ବଡ଼ା ଖିଲାଡ଼ି, ବାଜି ଆଦି ଅନେକ ହିଟ୍‌ ଫିଲ୍ମରେ ସେ ଅଭିନୟର ଛାପ ଛାଡ଼ିଥିଲେ। ଶେଷ ଥର ପାଇଁ ୨୦୦୨ ମସିହାରେ ସେ ‘ଛୁପା ରୁସ୍ତମ’ ଫିଲ୍ମରେ ନଜର ଆସିଥିଲେ। ତା’ପଠାରୁ ସେ ମାୟାନଗରୀଠାରୁ ଦୂରେଇ ଯାଇଥିଲେ। 

ଅଧିକ ପଢ଼ନ୍ତୁ: ଭାବବିହ୍ୱଳ ହେଲେ ମମତା କୁଲକର୍ଣ୍ଣି; ମହାକୁମ୍ଭ ମେଳାରେ ବଦଳିଗଲା ନାଁ

Prayagraj Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ