Advertisment

Viral Video: ସୁଟିଂ ସମୟରେ ଫିଲ୍ମର ହିରୋ ରାତି ଅଧରେ ମୋ ବେଡ୍‌ରୁମ୍‌କୁ ଆସିବାକୁ ଚାହୁଁଥିଲେ: ମଲ୍ଲିକା ଶେରାୱତ୍‌

ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ବର୍ତ୍ତମାନ ‘ମର୍ଡର’ ଗାର୍ଲ ଦୀର୍ଘ ସମୟ ପରେ ମଲ୍ଲିକା ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ'ରେ ନଜର ଆସିବେ। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କ ଜୀବନ ସହ ଜଡିତ ଏକ ବଡ ଖୁଲାସା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Mallika sherawat claims in old viral video that a hero would knock her door at 12 am

Mallika sherawat claims in old viral video that a hero would knock her door at 12 am

ତାଙ୍କ କ୍ୟାରିୟରରେ ଡବଲ୍ ଧମାଲ, ‘ହିସ୍’ ଏବଂ ‘ମର୍ଡର’ ଭଳି ଫିଲ୍ମ ସହିତ ହିନ୍ଦୀ ସିନେମାରେ ଏକ ଆଲୋଡ଼ନ ସୃଷ୍ଟି କରିଥିବା ମଲ୍ଲିକା ଶେରାୱତ୍‌ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ବର୍ତ୍ତମାନ ‘ମର୍ଡର’ ଗାର୍ଲ ଦୀର୍ଘ ସମୟ ପରେ ମଲ୍ଲିକା ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ'ରେ ନଜର ଆସିବେ। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କ ଜୀବନ ସହ ଜଡିତ ଏକ ବଡ ଖୁଲାସା କରିଛନ୍ତି।

Advertisment

ମଲ୍ଲିକା ଶେରାୱତ ତାଙ୍କ କ୍ୟାରିୟର ଆରମ୍ଭରେ ବହୁତ କାମ କରିଛନ୍ତି। ଗୋଟିଏ ସମୟରେ ସେ ନିର୍ମାତାଙ୍କ ପ୍ରଥମ ପସନ୍ଦ ହୋଇଯାଇଥିଲେ। ଏକ ସମୟ ଥିଲା ଯେତେବେଳେ ବଡ ବଡ ନିର୍ଦ୍ଦେଶକ ଏବଂ ନିର୍ମାତା ତାଙ୍କ ସହ କାମ କରିବାକୁ ଚାହୁଁଥିଲେ, କିନ୍ତୁ କିଛି ଦିନ ହେବ ଭାଗ୍ୟ ଆଦୌ ତାଙ୍କ ସପକ୍ଷରେ ନାହିଁ।

Advertisment

ସୋସିଆଲ ମିଡିଆରେ ଏବେ ମଲ୍ଲିକା ଶେରାୱତ୍‌ଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଦୁବାଇରେ ଏକ ବଡ ଷ୍ଟାର କାଷ୍ଟ୍‌ ସହିତ ଏକ ବଡ଼ ଫିଲ୍ମ ପାଇଁ ସୁଟିଂ କରିଥିବା ସମୟକୁ ମନେପକାଇଛନ୍ତି। ଏକ ରାତିରେ ତାଙ୍କ ସହ ଘଟିଥିବା ଏକ ଘଟଣାକୁ ଭିଡିଓରେ ମଲ୍ଲିକା କହିଛନ୍ତି।


ମୁଖ୍ୟ ଭୂମିକାରୁ ପାର୍ଶ୍ୱ ଭୂମିକା:

ଗୋଟିଏ ସମୟ ଥିଲା ଯେତେବେଳେ ସମସ୍ତେ ତାଙ୍କ ସହିତ କାମ କରିବାକୁ ଚାହୁଁଥିଲେ। ବର୍ତ୍ତମାନ ତାଙ୍କୁ କ୍ୱଚିତ୍ ଦେଖିବାକୁ ମିଳେ। ଅଭିନେତ୍ରୀଙ୍କ ସ୍ଥିତି ବଦଳିଗଲା। ଧିରେ ଧିରେ ସେ ଫିଲ୍ମରେ ମୁଖ୍ୟ ଭୂମିକାରୁ ପାର୍ଶ୍ୱ ଭୂମିକାରେ ଅଭିନୟ କରିବାକୁ ଲାଗିଲେ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଜୀବନ ସହ ଜଡିତ ଏକ ଅନ୍ଧକାର ସତ୍ୟକୁ ପ୍ରକାଶ କରିଛନ୍ତି।


ଅଭିନେତ୍ରୀଙ୍କ ବଡ ଖୁଲାସା:

ନିକଟରେ ମଲ୍ଲିକା ଏକ ଦୁଃଖଦ ଘଟଣା ଶେୟାର କରିଛନ୍ତି, ଯେତେବେଳେ ତାଙ୍କୁ ଜଣେ ପୁରୁଷ ସହ-ତାରକା ହଇରାଣ କରିଥିଲେ। ଯେତେବେଳେ ସେ ଦୁବାଇରେ ଏକ ବଡ ଷ୍ଟାର୍‌ କାଷ୍ଟ୍‌ ସହିତ ଏକ ବଡ଼ ଫିଲ୍ମ ପାଇଁ ସୁଟିଂ କରୁଥିଲେ ତାଙ୍କ ସହ ଏଭଳି ଘଟିଥିଲା।

ମଲ୍ଲିକା କହିଛନ୍ତି, “ମୁଁ ଦୁବାଇରେ ଏକ ବଡ ଚଳଚ୍ଚିତ୍ରର ସୁଟିଂ କରୁଥିଲି, ଏହା ଏକ ମଲ୍ଟିଷ୍ଟାରର ଓ ଏକ ସୁପରହିଟ୍ ଫିଲ୍ମ ଥିଲା, ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ, ମୁଁ ଏଥିରେ ଏକ ହାସ୍ୟ ଅଭିନୟ କରିଥିଲି। ସୁଟିଂ ସମୟରେ ଗୋଟିଏ ରାତିରେ ଫିଲ୍ମର ହିରୋ ରାତି ୧୨ଟାରେ ଆସି ମୋ କବାଟ ବାଡେଇଲେ। ମତେ ଲାଗିଲା ସେ କବାଟ ଭାଙ୍ଗିବାକୁ ଯାଉଛନ୍ତି, କାରଣ ସେ ମୋ ଶୋଇବା ଘର ଭିତରକୁ ଆସିବାକୁ ଚାହୁଁଥିଲେ।”

ଏହା ପରେ ସେ ପୁଣି କହିଛନ୍ତି, “ମୁଁ କହିଲି, ନା, ଏମିତି କିଛି ହେବ ନାହିଁ। ଏହା ପରେ ସେହି ହିରୋ ମୋ ସହିତ ଆଉ କାମ କଲେ ନାହିଁ।” କିନ୍ତୁ ଏଠାରେ ଅଭିନେତ୍ରୀ କାହାର ନାଁ ନେବାକୁ ମନା କରିଦେଇଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ମଲ୍ଲିକାଙ୍କ ଆଗାମୀ ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ' ଦୁଇ ବର୍ଷ ପରେ ତାଙ୍କର ଦ୍ୱିତୀୟ ହିନ୍ଦୀ ଫିଲ୍ମ। ଏହାପୂର୍ବରୁ ତାଙ୍କୁ ରଜତ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆର୍‌କେ/ଆର୍‌କେ'ରେ ଦେଖିବାକୁ ମିଳିଥିଲା। ‘ବିକି ବିଦ୍ୟା କା ୱୋ ୱାଲା ଭିଡିଓ’ ଟ୍ରେଲର ଦେଖିବା ପରେ ଲୋକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ୧୧ ଅକ୍ଟୋବର ୨୦୨୪ ରେ ରିଲିଜ୍ ହେବ।

Mallika Sherawat Social Media Viral Video Bollywood
Advertisment
Advertisment