Advertisment

ବିଭିନ୍ନ ଭୂମିକାରେ ଲୋକଙ୍କ ହୋସ୍ ଉଡେଇଲେ ମଲାଇକା

ମଲାଇକା ସବୁବେଳେ ନିଜ ଷ୍ଟାଇଲରେ ପ୍ରଶଂସକଙ୍କ ମନ କିଣୁଥିବା ବେଳେ ବର୍ତ୍ତମାନ ପୁଣି ଥରେ ତାଙ୍କର ଯାଦୁ ଦେଖେଇଛନ୍ତି। ଏବେ ସୋସିଆଲ୍ ମିଡିଆରେ ମଲାଇକା ଯେଉଁ ଭିଡିଓ ପୋଷ୍ଟ୍ କରିଛନ୍ତି ତାହା ପ୍ରଶଂସକଙ୍କ ହୋସ୍ ଉଡେଇବାରେ ଲାଗିଛି।

author-image
Pramod Behera
Malaika Aroras latest post on social media

Malaika Aroras latest post on social media

ମୁମ୍ବାଇ: ବଲିଉଡ୍‌ର ଅତି ସୁନ୍ଦରୀ, ଷ୍ଟାଇଲିସ୍ ଓ ଗ୍ଲାମରସ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଯେତେ ବି ପ୍ରଶଂସା କରାଯାଏ, ତାହା କମ୍ ପଡିବ। ସେ ସବୁବେଳେ ନିଜ ଷ୍ଟାଇଲରେ ପ୍ରଶଂସକଙ୍କ ମନ କିଣୁଥିବା ବେଳେ ବର୍ତ୍ତମାନ ପୁଣି ଥରେ ତାଙ୍କର ଯାଦୁ ଦେଖେଇଛନ୍ତି। ଏବେ ସୋସିଆଲ୍ ମିଡିଆରେ ମଲାଇକା ଯେଉଁ ଭିଡିଓ ପୋଷ୍ଟ୍ କରିଛନ୍ତି ତାହା ପ୍ରଶଂସକଙ୍କ ହୋସ୍ ଉଡେଇବା ନେଇ ସବୁକିଛି ମସଲା ରଖେ। ଏହି ଭିଡିଓରେ ମଲାଇକା ଅରୋରା ଅନେକ ଭିନ୍ନ ଭିନ୍ନ ଚରିତ୍ରରେ ନିଜକୁ ଉପସ୍ଥାପନ କରୁଥିବା ଦେଖାଯାଏ। ମଲାଇକା ଆରୋରାଙ୍କ ଏହି ଭିଡିଓରେ ମହିଳା ଶକ୍ତି ଓ ଆତ୍ମବିଶ୍ୱାସ ସ୍ପଷ୍ଟ ଦେଖାଯାଉଛି।

Advertisment

ଏହି ନୂଆ ଭିଡିଓରେ ମଲାଇକାଙ୍କ ବିଭିନ୍ନ ଆଉଟ୍‌ଫିଟ୍‌ରେରେ ତାଙ୍କର ଆତ୍ମବିଶ୍ୱାସ ଓ ତାଙ୍କ ସୌନ୍ଦର୍ଯ୍ୟର ଝଲକ ଦେଖିବାକୁ ମିଳେ। ମଲାଇକା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ୍ କରିଛନ୍ତି। ଏହି ଭିଡିଓରେ ମଲାଇକା ବିଭିନ୍ନ ଭୂମିକାରେ ନିଜକୁ ଉପସ୍ଥାପିତ କରିବାକୁ ଚେଷ୍ଟା କରୁଥିବା ଦେଖାଯାଏ।

ଇନ୍‌ଷ୍ଟାଗ୍ରାମ୍‌ରେ ଏମୀ ମୈଲୀଙ୍କ 'ଆଇ ଆମ୍ ୱିମେନ୍, ଆଇ ଆମ୍ ଫିୟରଲେସ୍' ଗୀତରେ ନିଜର ଚମତ୍କାର ଥ୍ରୋବ୍ୟାକ୍ ଫଟୋ ଓ ଭିଡିଓଗୁଡ଼ିକୁ ମିଶେଇ ମଲାଇକା ଏହି ଚମତ୍କାର ଭିଡିଓକୁ ସୁନ୍ଦର ଭାବରେ ତିଆରି କରିଛନ୍ତି। ଭିଡିଓର ଆରମ୍ଭରେ ମଲାଇକା ଏକ କ୍ରିମ୍ ରଙ୍ଗର ଶିମିରି ଗାଉନ୍ ପିନ୍ଧି ଜଣେ ଆତ୍ମବିଶ୍ୱାସୀ ମହିଳାଙ୍କୁ ଉପସ୍ଥାପିତ କରୁଛନ୍ତି। ସେହିପରି ଯେବେ ନିର୍ଭୟର କଥା ଆସୁଛି ମଲାଇକାଙ୍କ ବ୍ୟାୟାମର ଏକ ଭିଡିଓ ଦେଖିବାକୁ ମିଳେ। ଏହା ପରେ ଗ୍ଲାମରସ୍ ଷ୍ଟାଇଲ୍ ଓ ତା’ପରେ ଡିଭାଇନ୍ ଲୁକ୍ ପାଇଁ ସେ ଯେଉଁ ଭିଡିଓ ବ୍ୟବହାର କରିଛନ୍ତି ତାହା ନିଶ୍ଚିତ ପ୍ରଶଂସକମାନଙ୍କ ନିଦ ଉଡେଇଦେବା ଭଳି।

Advertisment

ମଲାଇକା ଅରୋରା ସେହି ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ସୌନ୍ଦର୍ଯ୍ୟକୁ ଯେତିକି ପ୍ରଶଂସା କରାଯାଏ ତାଙ୍କର ଆତ୍ମବିଶ୍ୱାସକୁ ମଧ୍ୟ ସେତିକି ପସନ୍ଦ କରାଯାଏ। ସବୁଠାରୁ ବଡ କଥା ହେଉଛି ପ୍ରତ୍ୟେକ ପୋଷାକକୁ ଅତି ସୁନ୍ଦର ଓ ଷ୍ଟାଇଲ ଭାବରେ ପିନ୍ଧିବାର କଳା ମଲାଇକାଙ୍କୁ ବେଶ ଜଣା। ଅଭିନେତ୍ରୀଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ହାର୍ଟ ଓ ଫାୟାର୍ ଇମୋଜୀ ସହିତ ସେମାନଙ୍କ ଭଲ ପାଇବା ଦେଉଛନ୍ତି। କମେଣ୍ଟ ବକ୍ସରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, 'ଆପଣ ଅନେକ ମହିଳାଙ୍କ ପାଇଁ ପ୍ରେରଣା।'

Bollywood
Advertisment
Advertisment