Advertisment

ଫ୍ରି ଡ୍ରିଙ୍କ୍ସ ପାଇଁ ବାର୍ ଟେବୁଲ୍ ଉପରେ ଚଢି ନାଚିଲେ ମଲାଇକା

ଖୁସି ମନେଇବା ପାଇଁ ଭଉଣୀ ଅମୃତା ଅରୋରାଙ୍କ ସହ ଗୋଆରେ ପହଞ୍ଚିଲେ ମଲାଇକା ଆରୋରା। ବାର୍‌ରେ ପହଞ୍ଚିଲେ। ମାଲିକଙ୍କୁ କହିଲେ ଆମକୁ ଫ୍ରିରେ ଡ୍ରିଙ୍କ୍ସ କରାନ୍ତୁ। ମାଲିକ କହିଲେ, ଯାହା ଦରକାର ଦେବି, ହେଲେ ଏହା ବଦଳରେ ଆମକୁ….

ଅଦ୍ୟତନ ହୋଇଛି
Malaika Arora Dance on Bar Top For Free Drinks

Malaika arora dance on bar top for free drinks

Advertisment

ଆଜିକାଲି ମଲାଇକା ଆରୋରା ତାଙ୍କ ରିଅଲିଟି ସୋ 'ମୁଭିଙ୍ଗ୍ ୱିଥ୍ ମଲାଇକା' ରେ ତାଙ୍କ ବାସ୍ତବ ଜୀବନର ଅନେକ ପୃଷ୍ଠା ଖୋଲୁଛନ୍ତି। ଏହି ଶୋ’ରେ ମଲାଇକା ତାଙ୍କ ଭୟଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଟ୍ରୋଲିଂ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ବିଷୟରେ କହୁଛନ୍ତି। ଏହି ଶୋ’ର ତାଜା ଏପିସୋଡ୍‌ରେ ୪୯ ବର୍ଷିୟ ମଲାଇକା ତାଙ୍କ ଗୋଆ ପାର୍ଟୀ ବିଷୟରେ କିଛି ମଜାଦାର କଥା କହିଛନ୍ତି।

Advertisment

ଶେଷ ଏପିସୋଡ୍‌ରେ ମଲାଇକା ଜାଣିବାକୁ ପାଇଲେ ଯେ ତାଙ୍କ ଭଉଣୀ ଅମୃତା ଅରୋରା ବହୁତ ନିରାଶ ଅଛନ୍ତି। ଏଭଳି ପରିସ୍ଥିତିରେ, ଅମୃତାଙ୍କୁ ମନାଇବା ପାଇଁ ମଲାଇକା ତାଜା ଏପିସୋଡ୍‌ରେ ଗୋଆରେ ପହଞ୍ଚିଥିଲେ ଏବଂ ଏଠାରେ ବହୁତ ମଜା କରିଥିଲେ। କେବଳ ଏତିକି ନୁହେଁ, ଏହି ଧାରାବାହିକରେ ଅର୍ଜୁନ କପୁରଙ୍କୁ ବିବାହ କରିବାର କଥା ମଧ୍ୟ ମଲାଇକା ସ୍ୱୀକାର କରିଛନ୍ତି। ,

ଏହି ଏପିସୋଡ୍‌ରେ ଅମୃତା ମଲାଇକାଙ୍କୁ କୁହନ୍ତି ଯେ "ଚାଲ, ତୁମେ ନିଜ ଷ୍ଟାଇଲ୍‌ର, ନିଜ ଚାର୍ମର ଯାଦୁ ପୁଣି ଚାଲୁକର, ଆମକୁ ଫ୍ରି ଡ୍ରିଙ୍କ୍ସ ପିଏଇ କୁହ।” ଏହା ଶୁଣି ପ୍ରଥମେ ମଲାଇକା ମନା କରିଦେଲେ, କିନ୍ତୁ ପରେ ଦୁଇ ଭଉଣୀ ବାର୍ ମାଲିକଙ୍କ ପାଖକୁ ଯାଆନ୍ତି।

Advertisment

ମଲାଇକା ବାର୍ ମାଲିକଙ୍କୁ କୁହନ୍ତି, “ପ୍ରକୃତରେ ମୁଁ ମୋର ୱାଲେଟ୍ ଭୁଲି ଯାଇଛି କିନ୍ତୁ ଆମକୁ ଏଠାରେ ଖୁବ୍ ଭଲ ଲାଗୁଛି। ଯଦି ଆପଣ…” ଏହି କଥାକୁ ନେଇ ବାର୍ ମାଲିକ କୁହନ୍ତି, “ତୁମେ ଯଦି ପ୍ରକୃତରେ ଭୁଲି ଯାଇଛ ନା ଏହା ଆଉ କିଛି?”

ଅଧିକ ପଢ଼ନ୍ତୁ: ମଲାଇକାଙ୍କ ବିଳାଶପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌, କୋଟି କୋଟି ଟଙ୍କାର ମାଲିକାଣୀ ! ଏତେ ପଇସା ଆସିଲା କେଉଁଠୁ ?

Advertisment

ମଲାଇକା କୁହନ୍ତି, “ନା, ମୁଁ ପ୍ରକୃତରେ ଭୁଲି ଯାଇଛି ଏବଂ ଆମକୁ ଏଠାରେ ଖୁବ ଭଲ ଲାଗୁଛି, ତେଣୁ…” ଏହା ଉପରେ ମାଲିକ କୁହନ୍ତି, “ମୋର ଏକ ସର୍ତ୍ତ ଅଛି। ଆପଣଙ୍କୁ ଯାହା ଦରକାର ମୁଁ ଦେବି, ଯେ କୌଣସି ବି ଡ୍ରିଙ୍କ୍ସ। କିନ୍ତୁ ଏହାର ପ୍ରତିବଦଳରେ ଆମେ କ’ଣ ପାଇବୁ? ମୋର କହିବାର ଅର୍ଥ, ଏହା ତ ଏତେ ସହଜ ହୋଇପାରିବ ନାହିଁ, ତ…?”

ବର୍ତ୍ତମାନ ବାର୍ ମାଲିକଙ୍କ କଥା ଶୁଣିବା ପରେ ମଲାଇକା ଚିନ୍ତାରେ ପଡିଗଲେ ଯେ ସେ କ’ଣ ଏପରି ଫ୍ରି ଡ୍ରିଙ୍କ୍ସ ନେବାକୁ ପ୍ରସ୍ତୁତ କି ନାହିଁ। ତା’ପରେ ତାଙ୍କ ଭଉଣୀ ଅମୃତା ଏକ ଡିଲ୍ କରନ୍ତି। ଅମୃତା କୁହନ୍ତି, “ଆପଣ ଆମକୁ କିଛି ବି ଫ୍ରି ଡ୍ରିଙ୍କ୍ସ ପିଆନ୍ତୁ, ଏହା ବଦଳରେ ଆପଣଙ୍କ ବାର୍‌ରେ ପଡିଥିବା ଟେବୁଲ୍ ଉପରେ ମଲାଇକା ଚଢି ଏଠାରେ ବସିଥିବା ସବୁ ଲୋକଙ୍କ ଆଗରେ ଚାଚିବେ।” ଏହି ଡିଲ୍ ଶୁଣି ବାର୍ ମାଲିକ ରାଜି ହେଲେ, କିନ୍ତୁ ମଲାଇକା ମନା କରିଦେଲେ।

ମଲାଇକାଙ୍କୁ ମନାଇବା ପାଇଁ ଅମ୍ରତା ତାଙ୍କୁ କୁହନ୍ତି, “ତୁମେ ଡରୁଛ କି, ଏହାକୁ ନେଇ ଅର୍ଜୁନ (କପୁର) କ’ଣ ଭାବିବେ ..?” ଏହା ଉପରେ ମଲାଇକା କୁହନ୍ତି ଯେ ସେ ଏମିତି କିଛି ଭାବୁ ନାହାଁନ୍ତି କିନ୍ତୁ ସେ ସେମିତି କରିବେ ନାହିଁ। କିନ୍ତୁ କ’ଣ ହେଲା କେଜାଣି କିଛି ସମୟ ପରେ ମଲାଇକା ରାଜି ହୋଇ ଯାଆନ୍ତି ଆଉ ବାର୍ ଟେବୁଲ ଉପରେ ଚଢି ନାଚନ୍ତି।

ଗୋଆରେ ଭଉଣୀମାନଙ୍କ ଏହି ମଜାକୁ ନେଇ ଉଭୟ ଭଉଣୀ ମଧ୍ୟ ବହୁତ ଖୁସି ହୋଇଯାଆନ୍ତି।

Bollywood Malaika Arora Malaika Arjun Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ