Advertisment

ଏହି ଦିନ ବାହାହେବେ ମଲାଇକା ଅରୋରା ଓ ଅର୍ଜୁନ କପୁର

ପ୍ରେମର ନୂଆ ନାଁ ଦେବେ ମଲାଇକା ଓ ଅର୍ଜୁନ। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ। ଏହି ଦିନ ବିବାହ କରିବେ ବୋଲି ଆସିଛି ଖବର।

author-image
Pramod Behera
Malaika Arora and Arjun Kapoor are going to get married

Malaika Arora and Arjun Kapoor are going to get married

ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ପ୍ରେମ ସମ୍ପର୍କକୁ ଦୀର୍ଘ ଦିନ ହୋଇଗଲାଣି। ପ୍ରେମ ହେବା ଦିନ ଠାରୁ ଉଭୟଙ୍କ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଛି। ବେଳେବେଳେ ଏହି ଯୋଡି ସର୍ବସାଧାରଣ ସ୍ଥାନରେ ନଜର ଆସିଥା’ନ୍ତି, କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ମଲାଇକା ଅରୋରା ଓ ଅର୍ଜୁନ କପୁର ସେମାନଙ୍କ ସମ୍ପର୍କକୁ ଏକ ବିଶେଷ ନାମ ଦେବାକୁ ଯାଉଛନ୍ତି। ଯଦି ଖବରକୁ ବିଶ୍ୱାସ କରାଯାଏ, ତେବେ ଉଭୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଉଭୟ ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି। ତଥାପି, ଏପର୍ଯ୍ୟନ୍ତ ଏହାର ଉପରେ କାହାର କୌଣସି ଅଫିସିଆଲ୍ ମୋହର ଲାଗି ନାହିଁ।

Advertisment

ବିବାହ ଖବର ସହିତ, ବର୍ତ୍ତମାନ ସେମାନଙ୍କ ବିବାହ ମାସ ମଧ୍ୟ ସ୍ଥିର ହୋଇଯାଇଛି। ବଲିଉଡ୍‌ ଖବର ଅନୁଯାୟୀ, ଉଭୟ ୱିଣ୍ଟର୍‌ ଲଭର ଭାବେ ଜଣାଶୁଣା ହୋଇଥିବା ବେଳେ ସେମାନେ ନଭେମ୍ବର କିମ୍ବା ଡିସେମ୍ବର ମାସରେ ବିବାହ କରିବାର ଖବର ଆସୁଛି।

ଏହା ମଧ୍ୟ ଖବର ଆସୁଛି ଯେ ବିବାହ ଭୋଜିକୁ ସେମାନେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିବେ ନାହିଁ। ମଲାଇକା ଓ ଅର୍ଜୁନଙ୍କ ଅନୁଯାୟୀ, ଉଭୟଙ୍କ ବିବାହରେ କେବଳ ପରିବାର ଓ ବିଶେଷ ବନ୍ଧୁମାନେ ଜଡିତ ହେବେ। ସେମାନଙ୍କ ବିବାହର ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥିସହିତ ପ୍ରଶଂସକଙ୍କ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି।

Advertisment

ଏହି ପୋଷ୍ଟ୍‌ରେ ପ୍ରଶଂସକଙ୍କ ମନ୍ତବ୍ୟର ଲାଇନ୍ ଲାଗିଯାଇଛି। ଜଣେ ପ୍ରଶଂସକ କମେଣ୍ଟ ଦେଇ କହିଛନ୍ତି ଯେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ବିବାହକୁ କେଉଁମାନଙ୍କୁ ନିମନ୍ତ୍ରଣ କରଯିବ। ଠିକ୍ ଏହି ସମୟରେ ମଲାଇକା ଅର୍ଜୁନଙ୍କ ପ୍ରଶଂସକ ମନ୍ତବ୍ୟ ଦେଇ ସେମାନଙ୍କୁ ଶୁଭ କାମନା ଜଣାଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ ମଲାଇକାଙ୍କ ବ୍ରାଇଡାଲ୍ ଲୁକ୍ ଦେଖିବା ଯୋଗ୍ୟ ହେବ।

Bollywood
Advertisment
Advertisment