ପ୍ରୟାଗରାଜର ମହାକୁମ୍ଭ ବଦଳାଇ ଦେଇଛି ମାଳା ବିକ୍ରି କରୁଥିବା ଝିଅ ମୋନାଲିସାଙ୍କ ଭାଗ୍ୟ । ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ତାଙ୍କୁ ସିଧା ସଳଖ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି । ଏବେ ସେ ଯେଉଁଠିକୁ ଯାଉଛନ୍ତି ସେଠାରେ ଶହ ଶହ ଲୋକ ତାଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ସହିତ ସେଲଫି ନେବା ପାଇଁ ଏକାଠି ହୋଇଯାଉଛନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କୁ 'ଦି ଡାଏରୀ ଅଫ୍ ମଣିପୁର' ଚଳଚ୍ଚିତ୍ର ପ୍ରସ୍ତାବ ଦେବାପରେ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ।
ରାଜ କୁମାର ରାଓଙ୍କ ବଡ ଭାଇ ଅମିତ ରାଓ ମଧ୍ୟ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମର ପ୍ରମୋଟର ହେଉଛନ୍ତି ସଞ୍ଜୟ ଭୂଷଣ ପଟିଆଲା । ଏହି ଫିଲ୍ମ ପାଇଁ ମୋନାଲିସା ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି । ସେ ଅଭିନୟ କ୍ଲାସ୍ କରୁଥିବା ବେଳେ ତାଙ୍କର ମେକ୍ଅପ୍ ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଲୋକେ କହୁଛନ୍ତି ସେ ଭବିଷ୍ୟତର ସୁପର୍ଷ୍ଟାର୍। ଏହାରି ଭିତରେ ତାଙ୍କର ଏକ ରିଲ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହାକୁ ବହୁତ ଭ୍ୟୁ ମିଳିଥିବା ଦେଖିବାକୁ ମିଳିଛି ।
Also Read
ଏହାକୁ @_monalisa_official ନାମକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଏହାକୁ ୭.୫ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୧୦ ହଜାରରୁ ଅଧିକ ଲାଇକ୍ ମିଳିସାରିଛି । ଏହି ପୋଷ୍ଟଟିରେ 200 ରୁ ଅଧିକ କମେଣ୍ଟ ମଧ୍ୟ ମିଳିଛି । ସୂଚନାଯୋଗ୍ୟ ନିକଟରେ ମୋନାଲିସାଙ୍କ ଡ୍ୟାନ୍ସ ଭିଡିଓ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ରିଲ୍ରେ, ମୋନାଲିସା ଡେଭିଡ୍ ଧାୱନଙ୍କ ନିର୍ଦ୍ଦେଶିତ 'ଦୁଲହନ୍ ହମ୍ ଲେ ଜାଏଙ୍ଗେ' ଫିଲ୍ମର 'ଓ ମିଷ୍ଟର ରାଜା' ଗୀତରେ ଲିପ୍-ସିଙ୍କ୍ କରୁଥିବାର ଦେଖାଯାଇଛି ।
ସୂଚନାଯୋଗ୍ୟ କୁମ୍ଭ ମେଳା ୨୦୨୫ରେ ନିଜର ଆଖି ପାଇଁ ରାତାରାତି ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି । କେବଳ ଭାଗ୍ୟ ନୁହେଁ ତାଙ୍କର ପୋଷାକ ପରିଧାନର ଶୈଳୀ ମଧ୍ୟ ବଦଳି ଯାଇଛି। ୧୪୪ ବର୍ଷ ପରେ ହୋଇଥିବା ମହାକୁମ୍ଭରେ ଅନେକ ଲୋକ ଭିନ୍ନ ଭିନ୍ନ କାରଣ ପାଇଁ ପ୍ରସିଦ୍ଧି ହାସଲ କରିଥିଲେ । ନିଜ ନିଆରା ଆଖି ପାଇଁ ମାଳା ବିକୁଥିବା ମୋନାଲିସାକୁ ସମସ୍ତେ ପସନ୍ଦ କରିଥିଲେ ।
କୁମ୍ଭ ମେଳାରେ ଭାଇରାଲ ହେବା ପରେ ଘରକୁ ଫେରି ଆସିଥିଲେ ମୋନାଲିସା । ହେଲେ ବଦଳି ଯାଇଥିଲା ତାଙ୍କ ଭାଗ୍ୟ । ଫେରିବା ପରେ ସେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଥିଲେ । ମାଳା ବିକି ଗୁଜୁରାଣ ମେଣ୍ଟଉଥିବା ମୋନାଲିସାଙ୍କୁ ବଲିଉଡରେ ବିଗ ବ୍ରେକ ଦେଇଥିଲେ ଲେଖକ ନିର୍ଦ୍ଦେଶକ ସନୋଜ ମିଶ୍ର ।