Advertisment

ଚାଲିଗଲେ ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନ୍‌

ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଗାୟିକାଙ୍କ ଝିଅ ଶ୍ରାବଣୀ ସେନ୍ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Legendary Singer Sumitra Sen Passes Away

Legendary singer sumitra sen is no more

Advertisment

ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଗାୟିକାଙ୍କ ଝିଅ ଶ୍ରାବଣୀ ସେନ୍ ସୋସିଆଲ ମିଡିଆ ରେ ଏହି ସୂଚନା ଦେଇଛନ୍ତି। ସେ ନିଜ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ବଙ୍ଗଳା ଭାଷାରେ ଲେଖିଛନ୍ତି, 'ଆଜି ସକାଳେ ମା’ ଆମକୁ ଛାଡି ଚାଲିଯାଇଛନ୍ତି'। ଗାୟିକାଙ୍କ ମୃତ୍ୟୁ ହେତୁ ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସମେତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

Advertisment

ସୁମିତ୍ରା ସେନ୍ 'ମେଘ ବୋଲେଛେ ଜାବୋ ଜାବୋ', 'ତୋମରୀ ଝରନେ ନିରଂଜନ', 'ସଖୀ ଭାବୋନା କହାରେ ବୋଲେ', 'ଅଛେ ଦେଖୋ ଅଛେ ମୃତ୍ୟୁ' ଇତ୍ୟାଦି ପ୍ରସିଦ୍ଧ ଗୀତରେ ନିଜ କଣ୍ଠଦାନ ଦେଇଥିଲେ। ୨୦୧୨ରେ ପଶ୍ଚିମବଙ୍ଗ ସରକାର ସୁମିତ୍ରା ସେନ୍‌ଙ୍କୁ ‘ସଂଗୀତ ମହାସମ୍ମାନ’ ପୁରସ୍କାର ପ୍ରଦାନ କରିଥିଲେ। ସେ ନିଜ କଣ୍ଠର ଯାଦୁରେ ରବୀନ୍ଦ୍ର ସଂଗୀତ ସହିତ ସଙ୍ଗୀତ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ କୋଲକାତାର ନିଜ ବାସଭବନରେ ଗାୟିକାଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନ ଧରି ଶ୍ୱାସକ୍ରିୟାଜନିତ ସମସ୍ୟାରେ ପୀଡିତ ଥିଲେ। ସେ ବ୍ରୋକୋ ନିମୋନିଆରେ ପୀଡିତ ହୋଇ ଡିସେମ୍ବର ୨୧ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାର ୩ ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ତେବେ ଘରକୁ ଆସିବା ପରେ ଗାୟିକା ପ୍ରଶଂସକ ଏବଂ ପ୍ରିୟଜନଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି।

Advertisment

ତାଙ୍କ ମୃତ୍ୟୁରେ ପ୍ରଶଂସକ ଏବଂ ପରିବାର ଲୋକେ ଶୋକ ପ୍ରକାଶ କରିଛନ୍ତି। ଲୋକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଅନ୍ୟପକ୍ଷରେ, ଗାୟକଙ୍କ ଦୁଇ ଝିଅ ଇନ୍ଦ୍ରାଣୀ ସେନ୍, ଶ୍ରାବଣୀ ସେନ୍ ମଧ୍ୟ ନିଜ ମା’ଙ୍କୁ ସ୍ମରଣ କରି ପୋଷ୍ଟ୍‌ ଶେୟାର କରିଛନ୍ତି। ଇନ୍ଦ୍ରାଣୀ ଓ ଶ୍ରାବଣୀ ମଧ୍ୟ ବଙ୍ଗଳାର ଜଣେ ଜଣେ ପ୍ରସିଦ୍ଧ ଗାୟିକା। ଉଭୟ ପ୍ରସିଦ୍ଧ ରବୀନ୍ଦ୍ର ସଂଗୀତ କଳାକାର।

Singer Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ