Shah Rukh Khan Death Threat Case: ଶାହରୁଖ୍‌ଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତକୁ ବାନ୍ଧିଲା ମୁମ୍ବାଇ ପୋଲିସ୍‌

ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ରାୟପୁରରୁ ଫୈଜାନ ଖାନଙ୍କୁ ଗିରଫ କରିଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଧମକ ଦେବା ଘଟଣାରେ ଫୈଜାନଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ରାୟପୁରରେ ପହଞ୍ଚିଥିଲା ।

ଗିରଫ ହେଲେ ଶାହରୁଖ୍‌ଙ୍କୁ ଧମକ ଦେଇଥିବା ବ୍ୟକ୍ତି

ସଲମାନ ଖାନଙ୍କ ପରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ମିଳିଥିଲା ହତ୍ୟା ଧମକ । କିଙ୍ଗ୍‌ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ସହ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ରାୟପୁରର ଜଣେ ବ୍ୟକ୍ତି ଫୈଜାନ ଖାନଙ୍କୁ ଏହି ଘଟଣାରେ ପୋଲିସ୍‌ ପଚରାଉଚରା କରିଥିଲା । ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି । ମଙ୍ଗଳବାର ସକାଳେ ପୋଲିସ ଫୈଜାନ ଖାନଙ୍କୁ ତାଙ୍କ ଘରୁ ଗିରଫ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁସାରେ, ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ରାୟପୁରରୁ ଫୈଜାନ ଖାନଙ୍କୁ ଗିରଫ କରିଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଧମକ ଦେବା ଘଟଣାରେ ଫୈଜାନଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ରାୟପୁରରେ ପହଞ୍ଚିଥିଲା । ମଙ୍ଗଳବାର ସକାଳ ୧୧ଟାରେ ଫୈଜାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ସଲମାନଙ୍କୁ ପୁଣି ହତ୍ୟା ଧମକ; ମନ୍ଦିରରେ କ୍ଷମା ମାଗ କିମ୍ବା ୫ କୋଟି ଦିଅ, ନଚେତ୍‌....

ଫୈଜାନ୍ କହିଥିଲେ ଯେ ସେ ନଭେମ୍ବର ୧୪ରେ ବାନ୍ଦ୍ରା ପୋଲିସ ପାଖରେ ନିଜର ବୟାନ ରେକର୍ଡ କରିବାକୁ ମୁମ୍ବାଇ ଆସିବେ । ପ୍ରକାଶ ଥାଉକି, ଫୈଜାନଙ୍କ ପରିଚିତମାନେ କହିଥିଲେ ଯେ ତାଙ୍କୁ ଗତ ଦୁଇ ଦିନ ଧରି ଅନେକ ଧମକ ମିଳୁଛି । ତେଣୁ ସେ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖିଥିଲେ ଯେ ସୁରକ୍ଷା କାରଣରୁ ସେ ଶାରୀରିକ ଭାବେ ନୁହେଁ ବରଂ ଅଡିଓ-ଭିଡିଓ ମାଧ୍ୟମ ମାଧ୍ୟମରେ ହାଜର ହେବାକୁ ଚାହୁଁଥିଲେ । ଫୈଜାନ ଖାନଙ୍କୁ CSP ଅଜୟ ସିଂ ଗିରଫ କରିଛନ୍ତି ଏବଂ ଏହି ସୂଚନା ଛତିଶଗଡ ପୋଲିସକୁ ଦିଆଯାଇଛି ।

ଶାହାରୁଖଙ୍କୁ ଧମକ ମିଳିବା ପରେ ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ ପୋଲିସ ରାୟପୁରରୁ ଏହି ଫୋନ୍‌ କଲ୍‌ ଆସିଥିବା ଜାଣିବାକୁ ପାଇଥିଲା । ଯେଉଁ ନମ୍ବରରୁ ଏହି କଲ୍‌ କରାଯାଇଥିଲା, ତାହା ଫୈଜାନ ଖାନ୍‌ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ରହିଥିଲା । ଏହି ବ୍ୟକ୍ତିଙ୍କୁ ରାୟପୁରରେ ପୋଲିସ୍‌ ପକ୍ଷରୁ ପଚରାଉଚରା କରାଯାଇଥିଲା । ଫୈଜାନ କହିଥିଲେ କି ତାଙ୍କ ଫୋନ୍‌ ୫ ଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୨ରେ ଚୋରି ହୋଇଯାଇଥିଲା ।

ସୂଚନା ଅନୁସାରେ ଆଗେ ସଲମାନ, ଏବେ ଶାହରୁଖ । ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ ମିଳିଥିଲା । ନଭେମ୍ବର ୫ ତାରିଖରେ ମୁମ୍ବାଇ ବାନ୍ଦ୍ରା ଥାନାକୁ ଆସିଥିଲା ଏକ ଫୋନ୍‌ କଲ୍ । ଯେଉଁଥିରେ ଅଭିଯୁକ୍ତ କହିଛି କି, ସେ ଶାହରୁଖ୍ ଖାନଙ୍କ ମୁମ୍ବାଇ ଘର ମନ୍ନତ ସମ୍ମୁଖରେ ଛିଡ଼ା ହୋଇଛି । ଯଦି, ୫୦ ଲକ୍ଷ ଟଙ୍କା ନ ମିଳେ ତାହେଲେ ସେ ଶାହରୁଖଙ୍କୁ ହତ୍ୟା କରିବ । ଏଇ ଫୋନ୍ କଲ୍ ରାୟପୁରରୁ ଆସିଥିବା ଜଣା ପଡ଼ିବା ପରେ ମୁମ୍ବାଇରୁ ରାୟପୁର ଯାଏଁ ଚାଲିଥିଲା ତନାଘନା ।

ଶାହରୁଖଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ୍‌ ମୁମ୍ବାଇ ପୋଲିସ ତୁରନ୍ତ ଏହି ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା 308 (4) ଏବଂ 351 (3) (4) ଲାଗୁ କରାଯାଇଥିଲା । ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଅଭିଯୁକ୍ତକୁ ଶୀଘ୍ର ଧରାଯିବ । ଏହି ଧମକପୂର୍ଣ୍ଣ କଲ ପରେ ଇଣ୍ଡଷ୍ଟ୍ରିରେ ଭୟର ବାତାବରଣ ଖେଳିଯାଇଛି । ଏହାପୂର୍ବରୁ ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ସଲମାନଙ୍କୁ କ୍ରମାଗତ ଭାବରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ନାମରେ ଧମକ ଦେଉଛନ୍ତି । ଗତ ମାସରେ ସଲମାନଙ୍କ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା ।

ଶାହରୁଖଙ୍କ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ମିଳିବା ପରେ ତାଙ୍କ ସୁରକ୍ଷା ମଧ୍ୟ କଡ଼ାକଡ଼ି କରାଯାଇଛି । ଶାହରୁଖ୍‌ ରହୁଥିବା ମନ୍ନତରେ ସୁରକ୍ଷା ବୃଦ୍ଧି କରାଯାଇଛି । ଏପରିକି କିଛି ଦିନ ପୂର୍ବରୁ ପୋଲିସ ମନ୍ନତ ବାହାରେ ବ୍ୟାରିକେଡ ଲଗାଇଥିଲା ।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍