Advertisment

୭ ଦଶନ୍ଧି ଧରି ସଂଗୀତ ଦୁନିଆରେ ରାଜ୍ କରିଥିଲେ ଲତା

ସଂଗୀତର ଅନ୍ୟ ନାମ ଲତା ଲଙ୍ଗେସକର୍। ସେ ସିନା ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ଛାଡିଯାଇଛନ୍ତି ତାଙ୍କର ସୁମଧୁର ସୁର। ସେ ତାଙ୍କ କ୍ୟାରିୟର୍‌ରେ ଅନେକ ସଂଗୀତ ନିର୍ଦ୍ଦେଶକଙ୍କ କମ୍ପୋଜିସନ୍‌କୁ ନିଜର ଯାଦୁକରୀ କଣ୍ଠରେ ଅମର କରିଦେଇଛନ୍ତି।

author-image
Pramod Behera
Lata ruled the music world for 7 decades

Lata ruled the music world for 7 decades

‘ନାମ୍ ଗୁମ୍ ଜାୟେଗା, ଚେହେରା ୟେ ବଦଲ୍ ଜାୟେଗା, ମେରି ଆଓ୍ୱାଜ୍ ହି ପେହଚାନ୍ ହୈ।’ ସତରେ ତାଙ୍କ କଣ୍ଠ, ତାଙ୍କ ସ୍ୱର ହିଁ ତାଙ୍କର ପରିଚୟ। କେତେ ଅଭିନେତ୍ରୀ, କେତେ ସାଥି କଣ୍ଠଶିଳ୍ପୀ, କେତେ କେତେ ସଂଗୀତ ନିର୍ଦ୍ଦେଶକ ଆସିଛନ୍ତି ଆଉ ଯାଇଛନ୍ତି, ହେଲେ ୭ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍ କରିଥିଲେ ଦ ଓ୍ୱାନ୍ ଆଣ୍ଡ୍ ଓନ୍ଲି ଲତା ମଙ୍ଗେସକର। ତେବେ ଆସନ୍ତୁ ନଜର ପକାଇବା, ସେ ନିଜ କ୍ୟାରିୟର୍‌ରେ କେଉଁ କେଉଁ ସଂଗୀତ ନିର୍ଦ୍ଦେଶକଙ୍କ କମ୍ପୋଜିସନ୍‌କୁ ନିଜର ଯାଦୁକରୀ କଣ୍ଠରେ ଅମର କରିଦେଇଛନ୍ତି।

Advertisment

୭ ଦଶନ୍ଧି, ୩୬ ଭାଷା, ହଜାରେରୁ ଅଧିକ ଫିଲ୍ମ, ୩୦ ହଜାରରୁ ଅଧିକ ଗୀତର ଅଧିକାରୀ ହୋଇଥିଲେ ଲତା। ବଲିଉଡ୍‌ରେ ତ ୩ ପିଢ଼ି ଧରି ଛାଇ ରହିଥିଲା ତାଙ୍କ ଯୁଗ। ୧୯୪୮ରେ ‘ମଜବୁର୍’ ଫିଲ୍ମ ପାଇଁ ତାଙ୍କୁ ବ୍ରେକ୍ ଦେଇଥିବା ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ୍ ହାଇଦରଙ୍କୁ ଗଡ୍ ଫାଦର ମାନୁଥିଲେ ଲତା ମଙ୍ଗେସ୍‌କର। ତେବେ ୧୯୪୯ରେ ଖେମଚାନ୍ଦ ପ୍ରକାଶଙ୍କ କମ୍ପୋଜିସନ୍‌ରେ ‘ଆୟେଗା ଆନେଓ୍ୱାଲା’ ଥିଲା ତାଙ୍କର ପ୍ରଥମ ହିଟ୍ ଗୀତ।

୧୯୫୦ ବେଳକୁ ଏହି କୋକିଳ କଣ୍ଠୀଙ୍କ ପାଇଁ ଲାଗିଯାଇଥିଲା ମ୍ୟୁଜିକ୍ ଡାଇରେକ୍ଟରଙ୍କ ଲମ୍ବା ଲାଇନ୍‌। ସେମାନଙ୍କ ଭିତରେ ଥିଲେ ଅନୀଲ ବିଶ୍ୱାସ, ଶଙ୍କର ଜୟକିଶନ, ନୌଶଦ ଅଲ୍ଲୀ, ଏସ୍.ଡି. ବର୍ମନ୍, ଅମରନାଥ, ହୁସନ୍‌ଲାଲ୍, ଭଗତ୍ରାମ, ସି. ରାମଚନ୍ଦ୍ରନ, ହେମନ୍ତ କୁମାର, ସଲିଲ ଚୌଧୁରୀ, କଲ୍ୟାଣଜୀ-ଆନନ୍ଦଜୀ, ମଦନ ମୋହନ ଓ ଉଷା ଖାନ୍ନାଙ୍କ ଭଳି ୨୦ରୁ ଅଧିକ ନାଁ। ୧୯୬୦ ମୁଗଲ୍-ଏ-ଆଜମ୍‌ରେ ନୌଶାଦଙ୍କ କମ୍ପୋଜିସନ୍‌ରେ ‘ପ୍ୟାର୍ କିୟା ତୋ ଡର୍‌ନା କ୍ୟା’, ଶଙ୍କର ଜୟକିଶନଙ୍କ କମ୍ପୋଜିସନ୍‌ରେ ‘ଅଜୀବ୍ ଦାସ୍ତାଁ ହେ ୟେ’, ୧୯୬୨ରେ ହେମନ୍ତ କୁମାରଙ୍କ କମ୍ପୋଜିସନ୍‌ରେ ‘କହିଁ ଦୀପ୍ ଜଲେ କହିଁ ଦିଲ୍’ ଆଦି ଚିର ସବୁଜ ଗୀତ ଚହଳ ପକାଇଦେଇଥିଲା ସାରା ଦେଶରେ।

Advertisment

୧୯୬୩ ବେଳକୁ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ଙ୍କ ନିର୍ଦ୍ଦେଶନା ଓ ଲତାଙ୍କ କଣ୍ଠ, ଯେପରି ପାଲଟିଯାଇଥିଲା ହିଟ୍ ମେସିନ୍। ୩୫ ବର୍ଷ ଭିତରେ ଏହି ଯୋଡ଼ି ୭୦୦ରୁ ଅଧିକ ଗୀତ ପରଶିଥିଲା ଏବଂ ସେଥିରୁ ଅଧିକାଂଶ ସୁପରହିଟ୍ ହୋଇଥିଲା। ସେ ଭିତରେ ୧୯୭୨ ପାକୀଜାରେ ଗୁଲାମ୍ ମହମ୍ମଦଙ୍କ କମ୍ପୋଜିସନ୍‌ରେ ‘ଚଲ୍‌ତେ ଚଲ୍‌ତେ’ ଓ ‘ଇନହି ଲୋଗୋନେ’ ଆଦି ଗୀତ ବି ସାଉଁଟିଥିଲା ଆଶାତୀତ ସଫଳତା। ୧୯୮୦ ବେଳକୁ ଶିବ୍-ହରି, ରାମ-ଲକ୍ଷ୍ମଣ, ୧୯୯୦ ପରେ ଆନନ୍ଦ-ମିଲିନ୍ଦ, ନଦୀମ-ଶ୍ରବଣ, ଜତୀନ ଲଲିତ, ଦିଲୀପ ସେନ୍-ସମୀର ସେନ୍, ଉତ୍ତମ ସିଂ, ଅନୁ ମଲ୍ଲିକ, ଆଦେଶ ଶ୍ରୀବାସ୍ତବ ଓ ଏ.ଆର୍ ରେହମାନଙ୍କ କମ୍ପୋଜିସନ୍‌ରେ ବି ବହୁ ଗୀତ ଗାଇଛନ୍ତି ଲତା ମଙ୍ଗେସକର।

ତେବେ ୫୦-୬୦ ଦଶକର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଓ.ପି. ନାୟାରଙ୍କ ସହ କେବେ ବି ଗୀତ ଗାଇନାହାନ୍ତି ଲତା। ଆସ୍ମାନ ଫିଲ୍ମ ପାଇଁ ସହ ଅଭିନେତ୍ରୀଙ୍କ ଉପରେ ଆଧାରିତ ଗୀତ ଗାଇବାକୁ ଲତା ରାଜି ନ ହେବାରୁ ତାଙ୍କୁ ଅନ୍ୟ କୌଣସି ଫିଲ୍ମରେ ନ ନେବାକୁ ଶପଥ କରିଥିଲେ ଓ.ପି. ନାୟାର୍। ସେହିପରି ଲତାଙ୍କ ସହ ମହମ୍ମଦ ରଫି ସବୁଠୁ ଅଧିକ ଡୁଏଟ୍ ଗାଇଥିବା ବେଳେ, ରୟାଲ୍‌ଟିକୁ ନେଇ ମତାନ୍ତର କାରଣରୁ ଉଭୟ ୩ ବର୍ଷ ଧରି ପରସ୍ପର ସହ ଗୀତ ଗାଇବା ବନ୍ଦ କରିଦେଇଥିଲେ।

Bollywood
Advertisment
Advertisment