Advertisment

ତିନିଟି ଲୁକ୍ସରେ ନଜର ଆସିବେ ଆମୀର ଖାନ୍

ରିଲିଜ୍ ହୋଇଛି ଆମୀର ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଟ୍ରେଲର। ସାଧାରଣ ମଣିଷର ଅସାଧାରଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା। ଆମୀରଙ୍କ ସହ ପୁଣି ଥରେ ନଜର ଆସିବେ ହିଟ୍ ଯୋଡ଼ି କରିନା।

ଅଦ୍ୟତନ ହୋଇଛି
Laal singh chaddha trailer review

Laal singh chaddha trailer review

Advertisment

ଏଥର ତିନିଟି ଲୁକ୍ସରେ ନଜର ଆସିବେ mr perfectionist। ରିଲିଜ୍ ହୋଇଛି ଆମୀର ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଟ୍ରେଲର। ସାଧାରଣ ମଣିଷର ଅସାଧାରଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା। ଆମୀରଙ୍କ ସହ ପୁଣି ଥରେ ନଜର ଆସିବେ ହିଟ୍ ଯୋଡ଼ି କରିନା। ତା’ସହ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ତେଲୁଗୁ ଷ୍ଟାର୍‌ ନାଗା ଚୈତନ୍ୟ। ଓସ୍କାର ବିଜେତା ହଲିଉଡ୍ ଫିଲ୍ମ ଫରେଷ୍ଟ ଗମ୍ପରର ଏ ହେଉଛି ଅଫିସିଆଲ୍ ରିମେକ୍। ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ଆସିବ ଫିଲ୍ମ।

Advertisment

ସ୍ୱପ୍ନ ଦେଖିବା ଆଉ ପୂରଣ ହେବା, ନିଜ ଭାଗ୍ୟକୁ ପରିବର୍ତ୍ତନ କରିବା। ଅନେକ ଅସମାହିତ ପ୍ରଶ୍ନ ଆଉ ତାକୁ ଖୋଜିବାକୁ ଯାଇ କ’ଣ ସବୁ ଘଟୁଛି ତା’ ଜୀବନରେ, ଏହା ହି ‘ଲାଲ୍ ସିଂହ ଚଢ଼ା’ର କାହାଣୀ। ତିନିଟି ଲୁକସ୍ ଗୋଟିଏ ଫିଲ୍ମରେ। ସେ ଆମୀର ଖାନ୍ ତେଣୁ ତାଙ୍କ ଫିଲ୍ମ ବି ଅନ୍ୟଠୁ ଭିନ୍ନ। ଲାଲ୍ ସିଂହ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍‌ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ୍‌ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି।

ପରେ ସେନାରେ ଭର୍ତ୍ତି ହୋଇ ଦେଶ ପାଇଁ ଯୁଦ୍ଧ ଲଢ଼ିଛି। ଖାଲି ଯୁଦ୍ଧ ନୁହେଁ ରାଷ୍ଟ୍ରପତିଙ୍କ ପାଖରୁ ମେଡେଲ୍ ବି ପାଇଛି। ହେଲେ ସେ ପ୍ରେମରେ ବିଫଳ। ମିଷ୍ଟର ପର୍‌ଫେକ୍ସନିଷ୍ଟ ଏହି ସିନେମାରେ ଇମୋସନାଲ୍ ଫୁଲ୍। ଆମୀରଙ୍କ ସହ କରିନାଙ୍କ ହିଟ୍ ଯୋଡ଼ି ପୁଣି ଦେଖିବେ ଦର୍ଶକ। ଏହି ସିନେମା ଜରିଆରେ ବଲିଉଡ୍‌କୁ ଏଣ୍ଟ୍ରି କରିଛନ୍ତି ସାଉଥ୍ ଷ୍ଟାର୍‌ ନାଗା ଚୈତନ୍ୟ।

Advertisment

ଲାଲ୍ ସିଂହ ଚଢ଼ା ୧୯୯୪ର ହଲିଉଡ୍‌ ଓସ୍କାର ଉନିଂ ଫିଲ୍ମ ଫରେଷ୍ଟ୍‌ ଗମ୍ପର ଅଫିସିଆଲ୍ ରିମେକ୍ । ଟମ୍ ହାନସ୍କଙ୍କ ଚରିତ୍ରରେ ଏଠି ଆମୀର ନଜର ଆସିବେ। ଅବିକଳ ନହେଲେ ବି କିଛିଟା ସିନ୍‌ରେ ଟମ୍‌ଙ୍କ ଭଳି ଆମୀର ବି ଏଠି ଦେଖା ଯାଉଛନ୍ତି। ତା’ସହ ଆମୀରଙ୍କ ବିଗତ ଫିଲ୍ମ ଧୁମ୍-୩ ଓ ପିକେର ଝଲକ ବି ଦର୍ଶକ ଏଥିରେ ପାଇଛନ୍ତି ।

ଲାଲ୍ ସିଂହ ଚଢ଼ା ଭାରତ ଓ ବିଦେଶର ୧୦୦ରୁ ଅଧିକ ସ୍ଥାନରେ ସୁଟିଂ କରାଯାଇଛି। କରୋନା ପାଇଁ ଗତ ଦୁଇ ବର୍ଷ ଧରି ଫିଲ୍ମର ରିଲିଜ୍‌କୁ ବାରମ୍ବାର ଘୁଞ୍ଚାଇବାକୁ ପଡ଼ିଥିଲା। ଶେଷରେ ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ଏହା ରିଲିଜ୍ ହେବ।

Advertisment
Bollywood Laal Singh Chaddha Trailer Review
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ