Advertisment

କାହିଁକି ଦେଖିବେ ଲାଲ୍ ସିଂହ ଚଡ୍‌ଢା ?

ଯଦି ଆମୀରଙ୍କ ସହ ସମସ୍ୟା ତେବେ ତାଙ୍କୁ ବିରୋଧ ହେଉ, ତାଙ୍କ ସିନେମାକୁ ନୁହେଁ...

Laal Singh Chaddha

Laal Singh Chaddha

Advertisment

ଲମ୍ବା ସମୟ ଧରି ଆପଣ ମାନେ ଆଉ ମୁଁ ଲାଲ୍ ସିଂହ ଚଢ଼ାକୁ ନେଇ ଅନେକ କଥା ଶୁଣିଥିଲୁ। ମାସ ଧରି ସୋସିଆଲ ମିଡିଆରେ ବୟକଟ କ୍ୟାମ୍ପେନ ବି ଦେଖିଥିଲୁ। ସିନେମା ଦେଖିବା ପରେ ବୁଝି ହେଲାଣି କି ୟେ କଣ ପାଇଁ? ଆମୀର ଖାନଙ୍କ ଏହି ସିନେମା ପାଇଁ ଏତେ ଘୃଣା କଣ ପାଇଁ। କିଏ ଭାବିଛନ୍ତି କି ସିନେମାର କାହାଣୀ କଣ? ସିନେମା କଣ ଜଣକ ଉପରେ ଆଧାରିତ କିମ୍ବା ର୍ନିଭର କି ? ଯଦି ଆମୀରଙ୍କ ସହ ସମସ୍ୟା ତେବେ ତାଙ୍କୁ ବିରୋଧ ହେଉ, ତାଙ୍କ ସିନେମାକୁ ନୁହେଁ। ଫିଲ୍ମ ଚାଲେ ଅନେକ ଲୋକଙ୍କୁ ନେଇ, ଅନେକ ଲୋକ ଏଥିରେ ର୍ନିଭର କରନ୍ତି। ସେସବୁ ପରେ...ଆମେ ସିନେମା ଉପରେ କଥା ହେବା। 

Advertisment

ସିଂହ ଚଢ଼ା ଆପଣଙ୍କୁ ବଞ୍ଚିବାର ରାସ୍ତା ଦେଖେଇବ, ପ୍ରତି କ୍ଷଣ ଆପଣ ହାରିବା ପରେ ବି ସଂଘର୍ଷ କରିବାକୁ ଶିଖେଇବ, ସବୁ ରାସ୍ତା ଯେତେବେଳେ ବନ୍ଦ ହୋଇଯାଏ ସେତିକି ବେଳେ ନୂଆ ଆଶାର କିରଣ ଆପଣଙ୍କ ପାଖରେ ପହଞ୍ଚିବ। ଏମିତି ଜଣେ ବ୍ୟକ୍ତି ଯିଏ ମଣିଷ ଭିତରେ ଭେଦଭାବକୁ ବୁଝେନି, ଆପଣାର କିଏ ଆଉ ପର କିଏ ଜାଣେନି, ଏକୁଟିଆ ଥାଇ ବି ସେ ତା ଦୁନିଆକୁ ପାଇ ଯାଏ। ମାଆ ସହ ପୁଣି କେତେବେଳେ ରୂପା ସହ ପୁଣି କେତେବେଳେ ବାଲା ସହ। ଗମ୍ସ ଆପଣ ମାନଙ୍କ ଭିତରୁ ଅନେକ ଦେଖିଥିବେ।  ନଦେଖିଲେ ବି ଏ ବିଷୟରେ ଶୁଣିଥିବେ ଜରୁରୀ। ଲାଲ ସିଂହ ଦେଖିବା ପୂର୍ବରୁ ଆଉ ଥରେ ଫରେଷ୍ଟ ଗମ୍ ଦେଖିଥିଲି। 

ଜାଣିଛନ୍ତି- ଲାଲ୍ ସିଂହ ଚଢ଼ା ମୋତେ ଫରେଷ୍ଟ ଗମ୍ କଥା ଭୁଲେଇ ଦେଲା। କହି ପାରିବା ଏଥିରେ ଆମୀରଙ୍କ ଅଭିନୟ ଏତେ ନିଖୁଣ ଯେ ଆପଣ ସିନେମାରେ ବୁଡି ରହିବେ। ଜାଣି ପାରିବେନି କି କେତେବେଳେ ଇଣ୍ଟରଭାଲ୍ ହେଇଯିବ। ଆମୀର ଅନ୍ୟ ଅଭିନେତାଙ୍କ ଠାରୁ ଅଲଗା।    ଜାଣିଛନ୍ତି, ଯେତେବେଳେ ବି ଆପଣ ତାଙ୍କ ସିନେମା ଦେଖିବେ ସେବେ ଆପଣ କେବଳ ସେହି ଚରିତ୍ରକୁ ହିଁ ପାଇବେ, ଆମୀରଙ୍କୁ ନୁହେଁ। ସିଂହ ଚଢ଼ାରେ ହୁଏତ୍ ଆପଣଙ୍କୁ ପିକେ କିମ୍ବା ଧୁମ୍-୩ କଥା ମନେ ପଡ଼ିବ କିନ୍ତୁ ଏହା କିଛି ସମୟ ପାଇଁ ପରେ ପରେ ଆପଣ ଲାଲ୍ ଆଉ ଖାଲି ଲାଲ୍ କଥାରେ ବୁଡି ଯିବେ। ଅନେକ ନୂଆ କଥା ଯୋଡ଼ି ହୋଇଛି। ଟ୍ରେନରେ ଲାଲ୍ ନିଜ କାହାଣୀ ଶୁଣେଇବା। ଗମରେ ପାର୍କରେ ହିରୋ ନିଜ କାହାଣୀ କୁହେ ଆଉ ଏଠି ଟ୍ରେନରେ। ଟ୍ରେନରେ ଥିବା ସହ ଯାତ୍ରୀ ଗୋଟେ ପରେ ଗୋଟେ ଯୋଡ଼ି ହେବା କାହାଣୀକୁ ଅଧିକ ରୋମାଞ୍ଚିତ କରେ     କାହାଣୀ।

Advertisment

ସିନେମା ଏକଦମ ସାଧାରଣ ଲାଗିବ। ଆପଣଙ୍କୁ କିଛି ମସଲା ଯୋଡ଼ି ହୋଇ ରହିବା ଭଳି ଅନୁଭବ ହେବନି। ଆପଣ ପ୍ରଶ୍ନ କରି ପାରିବେ କି ଆଇ କ୍ୟୁ କମ୍ ଥିବା ବ୍ୟକ୍ତି କିପରି ସେନାରେ ଭର୍ତ୍ତି ହେଲା? ହେଲେ ତା ଜବାବ ଏୟା ହେଇ ପରେ କି ୯୯ ମସିହା ପୂର୍ବରୁ ସେନାରେ ଭର୍ତ୍ତି ପ୍ରକ୍ରିୟାରେ କିଛିଟା କୋହଳ ନୀତି ଥିଲା। ଏୟା ବି ହେଇପାରେ କି ଲାଲ୍ ମାନସିକ ସ୍ତରରେ ସୁଦୃଢ ଥିଲା, ବାସ୍ କିଛି କଥା ବୁଝିବାରେ ଡେରି କରୁଥିଲା। ସିଂହ ଚଢ଼ା ସିନେମାରେ ଭାରତରେ ଘଟିଥିବା ଅନେକ ଘଟଣାକୁ ସ୍ଥାନ ଦେଇଛି।

ସ୍ୱର୍ଣ୍ଣ ମନ୍ଦିରରେ ଆତଙ୍କି ଆକ୍ରମଣ, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା, ଶିଖ ଦଙ୍ଗା, ବାବ୍ରି ଘଟଣା, ଆନାଙ୍କ ଅନସନ ଭଳି ଅନେକ କିଛି। ଏହି ସବୁ ଘଟଣା ଲାଲ୍‌ର ଜୀବନରେ ପ୍ରଭାବ ପକାଏନି। କେବଳ ଘଟଣା ନା କି ତା ଜୀବନ। ଏହାହିଁ ସିନେମାକୁ ଅନ୍ୟଠୁ ଭିନ୍ନ କରିଛି। ୪ ବର୍ଷ ଦୌଡେ, ନିଜ କଷ୍ଟକୁ ଲୁଚାଇବାକୁ, କାଶ୍ମୀରଠୁ କନ୍ୟାକୁମାରୀ ଦୌଡେ। ୧୭ଟି ସ୍ଥାନକୁ ଏହି ସମୟରେ ଦେଖେଇବାକୁ ଚେଷ୍ଟା ହୋଇଛି। ଗଙ୍ଗା କୂଳରେ ଲାଗିଥିବା ମୋଦିଙ୍କ ର୍ନିବାଚନୀ ପ୍ରଚାରର ଝଲକ ବି ରଖାଯାଇଛି।  ଜାଣି ଶୁଣି ୨ ସେକେଣ୍ଡର ପୋଜ୍ ଦିଆହୋଇଛି, ଯାହାକୁ ଦର୍ଶକ ଭଲ ଭାବେ ବୁଝୁ ବୋଲି ନିର୍ଦ୍ଦେଶକ ଚାହିଁଛନ୍ତି।

Advertisment

ଲାଲ ସିଂହ ଚଢ଼ା ସମସ୍ତଙ୍କୁ ଦେଖିବା ଜରୁରୀ। ନୁହେଁ କି ଦେଶପ୍ରେମ ଜାଗ୍ରତ ହେବ କିମ୍ବା ଆପଣ ଆଉ କିଛି ପାଇବେ।  ଏହା ଗୋଟେ ଭଲ ସିନେମା। ସିନେମାର ଅର୍ଥ କଣ? ଆପଣଙ୍କୁ ଗୋଟେ ପଟ କିମ୍ବା ଗୋଟିଏ ଦିଗରୁ ନଦେଖିଇ ବରଂ ସବୁ କଥାକୁ ଦର୍ଶାଉଥିବ। ଏମିତି ଯାହା ଆପଣଙ୍କୁ ବଞ୍ଚିବାକୁ ରାହା ଦେଖେଇବ।   

Bollywood Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ