Advertisment

ପୁଣି ଏକାଠି ହେବେ କପିଲ-ସୁନିଲ୍-କୃଷ୍ଣା; ଖୁବ ମଜେଇବେ, ହସେଇବେ

କପିଲ ଶର୍ମା ଶୋ’ ପୁଣି ଥରେ ଦର୍ଶକଙ୍କୁ ହସେଇବାକୁ ପ୍ରସ୍ତୁତ। ଏଥର ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ସହକର୍ମୀଙ୍କ ସହ ଟିଭିରେ ନୁହେଁ ବରଂ OTT ରେ ପାଦ ଦେବାକୁ ଯାଉଛନ୍ତି। କପିଲ ଶର୍ମା ଏବଂ କୃଷ୍ଣା ଅଭିଷେକଙ୍କ ସହ କପିଲଙ୍କ ପୁରୁଣା ସାଥୀ ସୁନୀଲ ଗ୍ରୋଭର ମଧ୍ୟ କପିଲ ଶର୍ମା ଶୋ’ର ଡିଜିଟାଲ ସଂସ୍କରଣରେ ଦେଖିବାକୁ ମିଳିବେ।

ଅଦ୍ୟତନ ହୋଇଛି
Kapil Sharma Reunites With Sunil Grover

Krushna abhishek expresses happiness as kapil Sharma sunil grover reunite after 6 years

Advertisment

କପିଲ ଶର୍ମା ଶୋ’ ପୁଣି ଥରେ ଦର୍ଶକଙ୍କୁ ହସେଇବାକୁ ପ୍ରସ୍ତୁତ। ଏଥର ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ସହକର୍ମୀଙ୍କ ସହ ଟିଭିରେ ନୁହେଁ ବରଂ OTT ରେ ପାଦ ଦେବାକୁ ଯାଉଛନ୍ତି। କପିଲ ଶର୍ମା ଏବଂ କୃଷ୍ଣା ଅଭିଷେକଙ୍କ ସହ କପିଲଙ୍କ ପୁରୁଣା ସାଥୀ ସୁନୀଲ ଗ୍ରୋଭର ମଧ୍ୟ କପିଲ ଶର୍ମା ଶୋ’ର ଡିଜିଟାଲ ସଂସ୍କରଣରେ ଦେଖିବାକୁ ମିଳିବେ।

Advertisment

ସୁନୀଲ ଗ୍ରୋଭର ୬ ବର୍ଷ ପୂର୍ବେ ‘ଦି କପିଲ ଶର୍ମା ଶୋ’ର ଏକ ଅଂଶ ଥିଲେ, କିନ୍ତୁ ତା’ପରେ ଦୁଇ ହାସ୍ୟ ଅଭିନେତାଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା, ସେମାନେ ଅଲଗା ହୋଇଯାଇଥିଲେ। ସେମାନେ ଆଉ ୬ ବର୍ଷ ହେଲା ଏକାଠି କାମ କରି ନାହାନ୍ତି।

ଅଧିକ ପଢ଼ନ୍ତୁ: ଦିନେ ମୋଟାପଣ ପାଇଁ କରାଯାଇଥିଲା ବାରଣ; ଏବେ ସବୁଠୁ ଲୋକପ୍ରିୟ କପିଲ୍ ଶର୍ମା

Advertisment

ବର୍ତ୍ତମାନ ଏହି ଯୋଡି ଦର୍ଶକଙ୍କୁ ହସାଇବା ପାଇଁ ପୁଣି ଥରେ ଏକାଠି ହେଉଛନ୍ତି। ନିକଟରେ ଏକ ଗଣମାଧ୍ୟମରେ ଶୋ’ର ଏକ ଅଂଶ ଥିବା ଅଭିନେତା ତଥା ହାସ୍ୟ ଅଭିନେତା କୃଷ୍ଣା ଅଭିଷେକ OTT ରେ ଆସୁଥିବା ଏହି ଶୋ ବିଷୟରେ କଥା ହୋଇଛନ୍ତି। ସେ କହିଛନ୍ତି, “ଆମେ ସମସ୍ତେ ଏକ ନୂଆ ଶୋ’ ପାଇଁ ଏକାଠି ହେଉଛୁ। ସୁନୀଲ ଗ୍ରୋଭର ମଧ୍ୟ ବର୍ତ୍ତମାନ ଆମ ସହ ଯୋଗ ଦେଇଛନ୍ତି। ସେ ଜଣେ ଅତି ଦକ୍ଷ ଅଭିନେତା ଏବଂ ତାଙ୍କ ଲାଇଭ୍ ପରଫର୍ମାନ୍ସ ଦେଖିବା ଅତ୍ୟନ୍ତ ମଜାଦାର।

କୃଷ୍ଣା ଆହୁରି କହିଛନ୍ତି ଯେ “ସୁନୀଲ ଗ୍ରୋଭର ଜଣେ ମହାନ କଳାକାର, ଆପଣ ସମସ୍ତେ ବହୁତ ଉପଭୋଗ କରିବାକୁ ଯାଉଛନ୍ତି। ସୁନୀଲ ବର୍ତ୍ତମାନ କରୁଥିବା ନୂଆ ଚରିତ୍ରଟି ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ମତେ ତାଙ୍କ ଚରିତ୍ର ବହୁତ ପସନ୍ଦ ଆସିଲା... ମୁଁ ତାଙ୍କୁ କହିଲି ତୁମର ଚରିତ୍ର ବହୁତ ଭଲ ଏବଂ ତୁମର ଅଭିନୟ ମଧ୍ୟ ବହୁତ ଭଲ। ଦର୍ଶକମାନେ କିନ୍ତୁ ଏମିତିରେ ତ ଗ୍ରହଣ କରିବେ ନାହିଁ। ଆମ ସମସ୍ତଙ୍କୁ ଏକାଠି ଦେଖନ୍ତୁ, ବହୁତ ମଜା ଆସିବ।”

Advertisment

ଏହି ଅଭିନେତା ତାଙ୍କର ଆଗାମୀ ଶୋ’ ‘ଓଏମ୍‌ଜି ୟେ ମେରା ଇଣ୍ଡିଆ ସିଜନ ୧୦’ ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ , ‘ଓଏମ୍‌ଜି ୟେ ମେରା ଇଣ୍ଡିଆ ସିଜନ ୧୦’ ଏମିତି ହେବ ଯେମିତି ଦର୍ଶକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିଛନ୍ତି, ଶୋ ନୂଆ କାହାଣୀ ଏବଂ ନୂଆ ପ୍ରତିଭା ସହିତ ସେହି ଉତ୍ସାହ ନେଇ ଫେରିଆସୁଛି।

Kapil Sharma The Kapil Sharma Show Krushna Abhishek Sunil Grover
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ