• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଫିଲ୍ମର ସୁଟିଂ ସମୟରେ ସେଲିବ୍ରିଟିମାନେ ପିନ୍ଧିଥିବା ପୋଷାକ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ । ସେଲିବ୍ରିଟି ପିନ୍ଧିଥିବା ପୋଷାକକୁ ଅନେକ ଅନୁସରଣ କରିଥାନ୍ତି । ସେହି ପୋଷାକ ଓ ଚରିତ୍ରକୁ ଲୋକେ ନିଜ ମଧ୍ୟରେ ଅନୁଭବ କରନ୍ତି । ସେହି ଫ୍ୟାସନ୍‌ ଶେଷରେ ଟ୍ରେଣ୍ଡରେ ପରିଣତ ହୁଏ । ଆଜିକାଲି ଫିଲ୍ମ ନିର୍ମାଣ ପାଇଁ ଶହ ଶହ କୋଟି ଖର୍ଚ୍ଚ ହେଉଛି । ଏହି ଖର୍ଚ୍ଚର ଏକ ବଡ଼ ଭାଗ ତାରକା ଓ ଅନ୍ୟ ଚରିତ୍ରମାନଙ୍କ ପୋଷାକ ବା କଷ୍ଟ୍ୟୁମରେ ବ୍ୟୟ ହୋଇଥାଏ । ଫିଲ୍ମର ଷ୍ଟାରମାନେ କୋଟି କୋଟି ଟଙ୍କା ମୂଲ୍ୟର ଦାମୀ ପୋଷାକ ପିନ୍ଧନ୍ତି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଫିଲ୍ମର ସୁଟିଂ ପରେ ଏହି ଦାମୀ ପୋଷାକଗୁଡ଼ିକର କ’ଣ କରାଯାଏ ?

କିଛି ସିନେମା ସ୍ମରଣୀୟ ଓ ଐତିହାସିକ ହୋଇଥିବା ବେଳେ ଏହି ଫିଲ୍ମର ଚରିତ୍ର ସହିତ ସେମାନଙ୍କ ପୋଷାକ ମଧ୍ୟ ପ୍ରସିଦ୍ଧ ହୋଇଥାଏ । ଏଭଳି ପରିସ୍ଥିତିରେ ଏହି ପୋଷାକଗୁଡ଼ିକୁ ନିଲାମ କରାଯାଇଥାଏ ଓ ସୌଖିନ ଲୋକମାନେ ଲକ୍ଷ ଲକ୍ଷ ଏପରିକି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେଗୁଡ଼ିକୁ କିଣନ୍ତି । ଫିଲ୍ମ ଦେବଦାସରେ ମାଧୁରୀ ଦୀକ୍ଷିତ ପିନ୍ଧିଥିବା ସବୁଜ ଲେହେଙ୍ଗା କଥା ଆପଣଙ୍କୁ ମନେ ଥିବ ? ତାହାକୁ ୩ କୋଟି ଟଙ୍କାରେ ନିଲାମ କରାଯାଇଥିଲା । ସେହିପରି ଫିଲ୍ମ ‘ମୁଜସେ ଶାଦି କରୋଗି’ରେ ସଲମାନ ଖାଁ ପିନ୍ଧିଥିବା ଟାୱେଲକୁ ୧ ଲକ୍ଷ ୪୫ ହଜାରରେ ବିକ୍ରି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଝିଅ ପାଇଁ କ୍ୟାରିୟର୍ ଛାଡିଦେବେ କି ପ୍ରିୟଙ୍କା; କାହିଁକି କହିଲେ ଏମିତି ?

Salman Khan(Salman Khan's Towel From Mujhse Saadi Karogi Movie)

ବଲିଉଡ୍‌ର ବଡ଼ ବଡ଼ କଳାକାର, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଲମାନ ଖାନ ଏବଂ ରଜନୀକାନ୍ତ Charity ପାଇଁ ପୋଷାକକୁ ନିଲାମ କରିଥାନ୍ତି । ଫିଲ୍ମରେ ପିନ୍ଧିଥିବା ପୋଷାକଗୁଡିକର ଦାମ ନିଲାମୀରେ ଅଧିକ ରଖାଯାଇଥାଏ । ସେଥିରୁ ସଂଗୃହୀତ ଟଙ୍କାକୁ ପରୋପକାର ତଥା Charity କୁ ଯାଏ ।

ଗୋଟିଏ ଫିଲ୍ମର ପୋଷାକକୁ ମଧ୍ୟ ଅନ୍ୟ ଫିଲ୍ମରେ ପୁଣି ଥରେ ବ୍ୟବହାର କରାଯାଏ । ଯଦିଓ ଏହାକୁ ମୁଖ୍ୟ କଳାକାରଙ୍କୁ ଦିଆଯାଏ ନାହିଁ, କିନ୍ତୁ ଛୋଟ ଚରିତ୍ର ତଥା ନୃତ୍ୟଶିଳ୍ପୀମାନେ ଏହାକୁ ପିନ୍ଧିଥାନ୍ତି । କୁହାଯାଉଛି ଯେ, ଫିଲ୍ମ ବଣ୍ଟି ଓର୍‌ ବବଲିର ଗୀତ ‘କଜରାରେ’ ରେ ଐଶ୍ୱର୍ଯ୍ୟା ରାୟ ପିନ୍ଧିଥିବା ଲେହେଙ୍ଗା ଫିଲ୍ମ ବ୍ୟାଣ୍ଡ ବାଜା ବାରାତର ଏକ ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କୁ ଦିଆଯାଇଥିଲା ।

Bunty Aur Bubbly Movie(Bunty Aur Bubbly Movie)

କିଛି ପ୍ରଡକ୍ସନ ହାଉସ ପୋଷାକକୁ ଅର୍ଡରରେ ନେଇଥାନ୍ତି ଏବଂ ସୁଟିଂ କାମ ଶେଷ ହେବା ପରେ ଫେରାଇ ଦିଅନ୍ତି । ଟିଭି ଧାରାବାହିକ ଗୁଡ଼ିକରେ ଏହା ଅଧିକ ପ୍ରଚଳିତ । ଆଉ କିଛି ଅଭିନେତାମାନେ ନିଜର କେତେକ ପ୍ରସିଦ୍ଧ ଚରିତ୍ରର ପୋଷାକ ନିଜ ପାଖରେ ରଖିଥାନ୍ତି ।