Advertisment

ମାଲକାନଗିରିରୁ ଟଲିଉଡ୍,ତେଲୁଗୁ ସିନେମାର ନାୟିକା ହେବେ ଓଡ଼ିଆ ଝିଅ

‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ....ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ...କାଲିମେଳା ଏମଭି ୭୫ ଗାଁର ମୋନିକା ସମାଦ୍ଦାର...

author-image
Prangyan Parimita
ଅଦ୍ୟତନ ହୋଇଛି
Journey Of Odia Youth From malkangiri to Telugu cinema

Journey Of Odia Youth From malkangiri to Telugu cinema

ତେଲୁଗୁ ସିନେମାରେ ନାୟିକା ହେବେ ମାଲକାନଗିରିର ଝିଅ । ମାଲକାନଗିରି କାଲିମେଳା ବ୍ଲକ ଏମଭି ୭୫ ଗାଁର ମୋନିକା ସମାଦ୍ଦାରଙ୍କୁ ତେଲୁଗୁ ସିନେମାର ସୁଟିଂ ସେଟରେ ଦେଖିବାକୁ ମିଳିଛି । ତେଲୁଗୁ ଚଳଚ୍ଚିତ୍ର "ଗାରାଗା" ଚଳଚ୍ଚିତ୍ରରେ ମୋନିକା ସମାଦ୍ଦାର ହିରୋଇନ୍ ଭାବେ ଲିଡ୍ ରୋଲରେ ଆସିବେ। ଏହି ଚଳଚ୍ଚିତ୍ରର ସୁଟିଂ ଏବେ ଚାଲିଛି।

Advertisment

ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ଛୋଟ ବ୍ୟବସାୟୀ। ବଡ଼ ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରନ୍ତି। ବେଙ୍ଗଲି ପରିବାରରୁ ଆସୁଥିବା ମୋନିକା ମାଲକାନଗିରିରେ ଏକ ଘରୋଇ ଆବାସିକ କଲେଜରେ ଯୁକ୍ତ ୨ ପାଠ ଶେଷ କରିଥିଲେ। ପରେ ନିଜ ବଡ଼ ଭାଇଙ୍କ ସହିତ ହାଇଦ୍ରାବାଦକୁ ଡ୍ୟାନ୍ସ ଶିଖିବା ପାଇଁ ପହଞ୍ଚିଥିଲେ।

ତାଙ୍କର ଏଭଳି ଇଚ୍ଛା ଦେଖି ବଡ଼ ଭାଇ ମୋନିକାଙ୍କୁ ହାଇଦ୍ରାବାଦର "ହାଇ- ଡ୍ୟାନ୍ସ ଷ୍ଟୁଡିଓ" ଏକାଡେମୀରେ ଭର୍ତ୍ତି କରିଥିଲେ। ମୋନିକାଙ୍କ ନୃତ୍ୟ ଶୈଳୀ ଏବଂ ଛୋଟ ଛୋଟ ଅଭିନୟକୁ ଦେଖି ସର୍ଟ ମୁଭିରେ କାର୍ଯ୍ୟ କରିବା ପାଇଁ ଅଫର୍ ଆସିଥିଲା। ତେବେ ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ଜନ୍ମ ହୋଇ ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ମୋନିକା ଉଦାହରଣ ସାଜିଛନ୍ତି।

Advertisment
Tollywood Odia Girl
Advertisment
Advertisment