ଆଜିକାଲି ଖରାପ ଜୀବନଶୈଳୀ କାରଣରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସବୁ ସେଲିବ୍ରେଟିମାନେ ମହ୍ୟ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି। କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ବରୁଣ ଧାୱନ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ସେ ଭେଷ୍ଟିବୁଲାର ହାଇପୋଫଙ୍କସନରେ ପୀଡିତ।
ବରୁଣ ଧାୱନ ପ୍ରାୟତଃ ତାଙ୍କ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହୁଥିଲେ। କିନ୍ତୁ ତାଙ୍କର ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ତ୍ତମାନ ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ଭେଷ୍ଟିବୁଲାର ହାଇପୋଫଙ୍କସନ ରୋଗ କ’ଣ ଏବଂ ଏହା ଆମ ଶରୀର ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ।
Also Read
ଅଧିକ ପଢ଼ନ୍ତୁ: ଶରୀରରେ ଦେଖାଦେଉଛି କି ଏହି ସବୁ ଲକ୍ଷଣ, ତୁରନ୍ତ ମୋବାଇଲ ବ୍ୟବାହାରରୁ ବିରତ ରୁହନ୍ତୁ
କ’ଣ ଏହି ଭେଷ୍ଟିବୁଲାର ହାଇପୋଫଙ୍କସନ ବ୍ୟାଧି:
- ହପକିନ୍ସ ମେଡିସିନ୍ ରିପୋର୍ଟ ଅନୁଯାୟୀ, ଭେଷ୍ଟିବୁଲାର୍ ହାଇପୋଫଙ୍କସନ୍ ହେଉଛି ଏକ ସନ୍ତୁଳନ ବ୍ୟାଧି, ଯାହା କାନରେ ସଂକ୍ରମଣ ବା ଅନ୍ୟାନ୍ୟ କାରଣରୁ ହୋଇଥାଏ। ଏହି କାରଣରୁ ଆଖି, ନାକ ଏବଂ କାନର ଭେଷ୍ଟିବୁଲାର ସିଷ୍ଟମ ଖରାପ ହୋଇଯାଏ।
- ଆମ କାନ ଭିତରେ ଏକ ସେନ୍ସର ଅଛି, ଯାହା ଆମ ମସ୍ତିଷ୍କକୁ ସୂଚନା ପଠାଇଥାଏ। ଏହି କାରଣରୁ ଶରୀରର ସନ୍ତୁଳନ ଭାବନା ଠିକ୍ ରହିଥାଏ।
- ଭେଷ୍ଟିବୁଲାର ହାଇପୋଫଙ୍କସନ ହେତୁ କାନର ସେନ୍ସର ସଠିକ୍ ଭାବରେ କାମ କରେ ନାହିଁ ଏବଂ ଆବଶ୍ୟକ ସଙ୍କେତ ମସ୍ତିଷ୍କରେ ପହଞ୍ଚି ପାରେନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ଶରୀରର ସନ୍ତୁଳନ ବିଗିଡିଯାଏ। ଯଦିଓ ଏହି ସମସ୍ୟା ସବୁ ବୟସର ଲୋକଙ୍କ ସହିତ ହୋଇପାରେ, କିନ୍ତୁ ବୃଦ୍ଧମାନେ ଏହାର ଅଧିକ ସମ୍ମୁଖିନ ହୋଇଥାନ୍ତି।
ଏମିତି କାହିଁକି ହୁଏ:
- ସଂକ୍ରମଣ ହେତୁ ଏହି ବ୍ୟାଧି ହୋଇପାରେ
- କିଛି ଔଷଧ ଖାଇବା ମଧ୍ୟ ଏହି ସମସ୍ୟା ସୃଷ୍ଟି କରିପାରେ
- କାନ ଭିତରର ସମସ୍ୟା କିମ୍ବା ଖରାପ ରକ୍ତ ସଞ୍ଚାଳନ ହେତୁ ଏହି ସମସ୍ୟା ହୋଇପାରେ
- କାନର ଅର୍ଦ୍ଧ-ବୃତ୍ତାକାର କେନାଲରେ କ୍ୟାଲସିୟମ ଆବର୍ଜନା ଜମା ହେତୁ ଏହି ବ୍ୟାଧି ହୋଇପାରେ
- ମସ୍ତିଷ୍କ ଆଘାତ କିମ୍ବା ଅନ୍ୟାନ୍ୟ ଆଘାତ ମଧ୍ୟ ଏହି ସମସ୍ୟା ଆଣିପାରେ
ଲକ୍ଷଣ:
- ମୁଣ୍ଡ ବୁଲାଇବା
- ସନ୍ତୁଳନ ହରାଇବା
- ଦୃଶ୍ୟଶକ୍ତି କମିଯିବା
- ଭାସିବା ଭଳି ଅନୁଭବ ହେବା
- ପଡ଼ିବା କିମ୍ବା ଝୁଣ୍ଟିବା
- କେଉଁଥିରେ ମନ ନ ଲାଗିବା
- ଝାଡା ବାନ୍ତି ହେବା
- ଚିନ୍ତା ଏବଂ ଭୟ ରହିବା
- ହୃଦୟର ଗତି ପରିବର୍ତ୍ତନ ହେବା
କ’ଣ ଚିକିତ୍ସା:
ଏହି ବ୍ୟାଧିରୁ ମୁକ୍ତି ପାଇବା ପାଇଁ ଅଭିନେତା ବରୁଣ ଧାୱନ ଯୋଗ, ସୁଇମିଙ୍ଗ, ଫିଜିଓଥେରାପି ଆଦିର ସାହାଯ୍ୟ ନେଉଛନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି। ଜୀବନଶୈଳୀକୁ ଠିକ୍ କରିବା ସହିତ ଖରାରେ କିଛି ସମୟ ରହିବା ନେଇ ସେ କହିଛନ୍ତି। ଏହା ଦ୍ୱାରା ତାଙ୍କୁ ବହୁତ ଆରାମ ଲାଗୁଛି ଓ ସେ ଭଲ ଅନୁଭବ କରୁଥିବା ଜଣେଇଛନ୍ତି। ଭେଷ୍ଟିବୁଲାର ହାଇପୋଫଙ୍କସନ ବ୍ୟାଧିରେ ପୀଡିତ ଲୋକମାନେ ଚିକିତ୍ସା ପାଇଁ ନାକ, କାନ ଏବଂ ଗଳାର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ।
ଏହାଛଡା କ୍ଲିନିକାଲ୍ ପରୀକ୍ଷା, ରକ୍ତ ପରୀକ୍ଷା, ଦୃଶ୍ୟ ପରୀକ୍ଷା, ଶ୍ରବଣ ପରୀକ୍ଷା, ମୁଣ୍ଡ ଓ ମସ୍ତିଷ୍କ ଇମେଜିଙ୍ଗ ଟେଷ୍ଟ କରିବା ପରେ ଡାକ୍ତରମାନେ ଏହାର ଚିକିତ୍ସା କରନ୍ତି। କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୁଏ।