Advertisment

ବିବାଦରେ ‘ଆଦିପୁରୁଷ’; ରହିଛି ୧୦ ତ୍ରୁଟି

ଫିଲ୍ମ ଆଦିପୁରୁଷକୁ ନେଇ ଦେଖାଦେଇଛି ବିବାଦ। ରାବଣର ଚେହେରାକୁ ନେଇ ସବୁଠାରୁ ଅଧିକ ବିବାଦ ଦେଖାଦେଇଥିବା ବେଳେ ଏଥିରେ ରହିଛି ଆହୁରି ୧୦ ତ୍ରୁଟି। କ’ଣ ଏହିସବୁ ତ୍ରୁଟି ଆସନ୍ତୁ ଜାଣିବା।

author-image
Pramod Behera
Know 10 weird things of in Adipurush which spoiled the fun

Know 10 weird things of in Adipurush which spoiled the fun

ପ୍ରତି ବର୍ଷ ଦଶହରାରେ ରାବଣ ପୋଡି ହେବା ସମସ୍ତେ ଜାଣନ୍ତି। ରାବଣ ପୋଡିର ଅର୍ଥ ନୁହେଁ ଯେ ଜଣେ ବ୍ୟକ୍ତିଙ୍କୁ ପୋଡିବା, କିନ୍ତୁ ଏହି ରୂପରେ ଆମେ ରାବଣ ସହିତ ଜଡିତ ୧୦ଟି ମନ୍ଦକୁ ପୋଡିଥାଉ। ଅନ୍ୟବେଳେ ଏହି ରାବଣ କଥା ପଡିଲେ ରାମାୟଣର ଲଙ୍କାଧିଶ ରାବଣର ଚେହେରା ସାମ୍ନାକୁ ଆସୁଥିବା ବେଳେ ଆଜିକାଲି ନିର୍ଦ୍ଦେଶକ ଓମ୍ ରାଓତଙ୍କ ଫିଲ୍ମ 'ଆଦିପୁରୁଷ'ର ଲଙ୍କେଶ୍ ସୈଫ୍‌ ଅଲି ଖାନ୍‌ଙ୍କ ଭୟାନକ ରୂପ ସାମ୍ନାକୁ ଆସିଯାଏ।

Advertisment

ଏଥିରେ ଚିତ୍ରିତ ହୋଇଥିବା ଲଙ୍କେଶ ବର୍ଷ ବର୍ଷ ଧରି ଆମ ମନରେ ରହିଆସିଥିବା ରାବଣର ପ୍ରତିଛବିଠାରୁ ଖୁବ ଅଲଗା। ଏହାକୁ ନେଇ ଏବେ ବିବାଦ ଉପୁଜିଛି। ନେତା ରାଜନେତା ଠାରୁ ଆରମ୍ଭ କରି ଅଭିନେତାମାନେ ମଧ୍ୟ ଏହାକୁ ପ୍ରତିବାଦ କରୁଛନ୍ତି। ତେବେ ଆସନ୍ତୁ ‘ଆଦିପୁରୁଷ’ର ଟିଜର୍‌ରେ ଥିବା ୧୦ଟି ତ୍ରୁଟି ବିଷୟରେ ଜାଣିନେବା ଆପଣଙ୍କୁ ବାରମ୍ବାର ଧକ୍କା ଦେବ।

VFX:

ଆଦିପୁରୁଷର ଟିଜରରେ ପ୍ରଥମେ ଦେଖିବାକୁ ମିଳିଛି ଯେ ଅତି ଦୁର୍ବଳ VFX । ସେ ବାନରସେନା ହୁଅନ୍ତୁ ବା ଆକାଶରେ ଉଡ଼ୁଥିବା କଳା ଶାଗୁଣା ପକ୍ଷୀ ଏହି ଫିଲ୍ମର ଦୁର୍ବଳ VFXକୁ ଦୃଷ୍ଟି ଆକର୍ଷଣ କରେ। ଭିଏଫ୍‌ଏକ୍ସରେ ଏପରି ଉତ୍ତେଜନା ଦେଖାଦେଇଛି ଯେ ଅଜୟ ଦେବଗନଙ୍କ ଭିଏଫଏକ୍ସ କମ୍ପାନୀ ତୁରନ୍ତ ଏକ ବିବୃତ୍ତି ଜାରି କରିଛି ଯେ ଭାଇ, ଏହି ଘଟଣାରେ ଆମର କୌଣସି ସମ୍ପର୍କ ନାହିଁ। ଆମେ ଏହା କରିନାହୁଁ।

Advertisment

କଳା ଲଙ୍କା :

ବର୍ଷ ବର୍ଷ ଧରି ଆମେ ସୁନାର ଲଙ୍କା ଶୁଣିଛେ। ଲଙ୍କା ଦହନର ମଧ୍ୟ ପୁରା କାହାଣୀ ଶୁଣିଥିବେ। କିନ୍ତୁ ଏହି ଫିଲ୍ମର ଟିଜରରେ ସୁବର୍ଣ୍ଣ ଲଙ୍କା ବଦଳରେ କଳା ଲଙ୍କାର ଦୃଶ୍ୟ ଦେଖୁବାକୁ ମିଳେ।

ପୋଷାକ :

ଟିଜରରେ ଯେଉଁଭଳି ଭାବରେ ଶ୍ରୀରାମ ବା ହନୁମାନ ନଜର ଆସୁଛନ୍ତି ସେମାନଙ୍କ ପୋଷାକ ଦେଖିଲେ ଆପଣ ଜଣେ ଯୋଦ୍ଧାଙ୍କୁ ମନେ ପକେଇବେ କିନ୍ତୁ ଏଥିରୁଅ ରାମାୟଣର ଅନୁଭବ ଆସିବ ନାହିଁ।

ହନୁମାନ :

ମଧ୍ୟପ୍ରଦେଶର ଗୃହମନ୍ତ୍ରୀ 'ଆଦିପୁରୁଷ'ରେ ରାମ ଭକ୍ତ ହନୁମାନଙ୍କ ପୋଷାକ ଉପରେ ଆପତ୍ତି କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମରେ ହନୁମାନ ଯେଉଁ ପୋଷାକ ପିନ୍ଧିଛନ୍ତି ତାହା ଚମଡା ଭଳି ଦେଖାଯାଉଛି। ଏହା ଆମର ବିଶ୍ୱାସକୁ ଆଘାତ କରୁଛି। ଆମେ ଦାବି କରୁଛୁ ଯେ ଫିଲ୍ମର ନିର୍ମାତା ସେହି ଦୃଶ୍ୟଗୁଡିକୁ ହଟାନ୍ତୁ, ନଚେତ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ବୃହତ ଶାଗୁଣା :

ସମସ୍ତେ ଜାଣନ୍ତି ଯେ ରାଣ ପୁଷ୍ପକ ସୀତାଙ୍କୁ ଅପହରଣ କରିଥିଲା, କିନ୍ତୁ ଏହି ଟିଜର୍‌ରେ ଲଙ୍କେଶ ଏକ ବୃହତ୍ ଶାଗୁଣା ପକ୍ଷୀ ଉପରେ ବସିଥିବାର ନଜର ଆସିଛନ୍ତି।

ରାବଣ ହେଲା ଲଙ୍କେଶ :

ବର୍ତ୍ତମାନ ରାବଣକୁ ନେଇ ବିବାଦ ଦେଖାଦେଇଛି। ଏହି ଟିଜରରେ ରାବଣର ଚେହେରା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରେ ରାବଣ ବିନା ମୁକୁଟରେ ନଜର ଆସୁଥିବା ବେଳେ ଲୋକଙ୍କୁ ଭୟଭୀତ କରୁଥିବା କୌଣସି ଏକ ରାକ୍ଷସ ପରି ଦେଖାଯାଉଛି। ଲୋକମାନେ ରାବଣର ଏହି ଚେହେରାଲି ଆଲାଉଦ୍ଦିନ ଖିଲ୍‌ଜୀଙ୍କ ସହିତ ଯୋଡିଛନ୍ତି।

ମାତା ସୀତା :

ଏହି ଟିଜରରେ ସୀତାଙ୍କ କେବଳ ଗୋଟିଏ ଝଲକ ଦେଖିବାକୁ ମିଳିଛି। ସୀତା ଅବତାରକୁ ନେଇ କିଛି ଲୋକ ଆପତ୍ତି ମଧ୍ୟ ଉଠେଇଛନ୍ତି।

ଶ୍ରୀରାମ :

ଏହି ଫିଲ୍ମରେ ପ୍ରଭାସଙ୍କୁ ଶ୍ରୀରାମ ଭୂମିକାରେ ଦେଖିବାକୁ ମିଳେ। ମର୍ଯ୍ୟାଦା ପୁରୁଷୋତ୍ତମ ରାମନ୍ଦ୍ରଙ୍କ ପ୍ରତିଛବିକୁ ଆପଣ ଯେମିତି ଦେଖିବାକୁ ଚାହାନ୍ତି ତାହା ପ୍ରଭାସଙ୍କ ଚେହେରାରେ ଦେଖିବାକୁ ମିଳେ ନାହିଁ।

ବାନର ସେନା :

ରାମାୟଣ କଥା ଚିନ୍ତା କଲେ ବାନର ସେନାର ବଳ ଉପରେ ପ୍ରଭୁ ଶ୍ରୀରାମ ରାବଣ ବିରୁଦ୍ଧରେ ପୁରା ଯୁଦ୍ଧ ଜିତିଥିଲେ। କିନ୍ତୁ ଏହି ବାନର ସେନାକୁ ଆଦିପୁରୁଷରେ ଏକ 'ଶିମ୍ପାଞ୍ଜି ସେନା' ଭାବରେ ଦର୍ଶାଯାଇଛି। ଏହି ସମସ୍ତ ଦୃଶ୍ୟ ଏକ ଭିଡିଓଗେମ୍ ପରି ଦେଖାଯାଏ।

ଆଦିପୁରୁଷ ନାମକୁ ନେଇ ବିବାଦ :

ତ୍ରିଗୁଣାତ୍ମକ ବ୍ରହ୍ମର ଅବଧାରଣରେ ସୃଷ୍ଟିକର୍ତ୍ତା ବିଷ୍ଣୁଙ୍କୁ ଆଦିପୁରୁଷର ମାନ୍ୟତା ଦିଆଯାଏ। ବ୍ରହ୍ମାଣ୍ଡର ପ୍ରଥମ ବା ଆଦିମ ପ୍ରାଣୀ, ଯିଏ ଏହି ଚରାଚର ଜଗତକୁ ସର୍ବ ପ୍ରଥମେ ଆସିଥିଲେ, ସେ ହେଉଛନ୍ତି ଭଗବାନ ବିଷ୍ଣୁ। ବିଷ୍ଣୁଙ୍କୁ 'ଅଜ' ମଧ୍ୟ କୁହାଯାଏ, ଅର୍ଥାତ୍ ଯିଏ ଜନ୍ମ ହୋଇ ନଥାନ୍ତି। ସେଥିପାଇଁ ଭଗବାନ ବିଷ୍ଣୁ ହେଉଛନ୍ତି ଆଦିପୁରୁଷ।

ତେବେ ରାମ, କୃଷ୍ଣ କିମ୍ବା ପର୍ଶୁରାମ ବିଷ୍ଣୁଙ୍କର ଏହି ଅବତାର ମାଙ୍କର ଗର୍ଭରୁ ଜନ୍ମ ନେଇଛନ୍ତି, ତେଣୁ ସେମାନଙ୍କୁ ଆଦିପୁରୁଷ କୁହାଯାଇପାରିବ ନାହିଁ। ଆଉ ଏକ ବିଚାର ସାମ୍ବ ପୁରାଣ ଅନୁଯାୟୀ ସୂର୍ଯ୍ୟଙ୍କୁ ମଧ୍ୟ ଆଦିପୁରୁଷ କୁହାଯାଏ। କାରଣ ଜଗତ ସୃଷ୍ଟି ଠାରୁ ଆରମ୍ଭ କରି ଏହାର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସବୁ ଭାର ସୂର୍ଯ୍ୟଙ୍କ ଉପରେ ରହିଛି।

Prabhas Saif Ali Khan Bollywood Adipurush Ravan Of Adipurush
Advertisment
Advertisment