Advertisment

କେ.ଏଲ୍ ରାହୁଲ - ଆଥିୟା ଶେଟ୍ଟୀ ଯିବେନି ହନିମୁନ୍; କାହିଁକି…

କେ.ଏଲ୍ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିବାହ ପରେ ସୁନୀଲ ଗୋଟିଏ ନୁହେଁ ୨ଟି ଗ୍ରାଣ୍ଡ୍ ରିସେପ୍ସନ୍ ଦେବାର ଯୋଜନା କରୁଛନ୍ତି। କିନ୍ତୁ ଆଥିୟା ଏବଂ ରାହୁଲ କେବଳ ରିସେପ୍ସନ୍ ନୁହେଁ ହନିମୁନ୍ ମଧ୍ୟ ବାତିଲ କରିଛନ୍ତି। ହେଲେ କାହିଁକି…

ଅଦ୍ୟତନ ହୋଇଛି
Kl Rahul Athiya Shetty Honeymoon Details

Kl Rahul Athiya Shetty honeymoon details

Advertisment

ଦୀର୍ଘ ସମୟ ଧରି ଡେଟିଂ କରିବା ପରେ କେ.ଏଲ୍ ରାହୁଲ ଏବଂ ଆଥିୟା ଶେଟ୍ଟୀ ଶେଷରେ ବିବାହ କରିଛନ୍ତି। ସେମାନଙ୍କ ବିବାହକୁ ନେଇ କ୍ରିକେଟ୍ ଜଗତରୁ ବଲିଉଡ୍‌ ପର୍ଯ୍ୟନ୍ତ ସବୁଠି ଖୁସିର ମାହୋଲ ଦେଖାଯାଇଛି। ଖଣ୍ଡାଲାର ଫାର୍ମହାଉସ୍‌ରେ ତାଙ୍କ ପ୍ରିୟ ଝିଅର ବିବାହ ପରେ ସୁନୀଲ ଶେଟ୍ଟୀ ପାପାରାଜିଙ୍କୁ ମିଠା ବାଣ୍ଟିଥିଲେ। ବିବାହ ପରେ ସୁନୀଲ ଗୋଟିଏ ନୁହେଁ ୨ଟି ଗ୍ରାଣ୍ଡ୍‌ ରିସେପ୍‌ସନ୍ ଯୋଜନା କରୁଛନ୍ତି। କିନ୍ତୁ ବିବାହ ପରେ ଆଥିୟା ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ କେବଳ ରିସେପ୍‌ସନ୍ ନୁହେଁ ହନିମୁନ୍ ମଧ୍ୟ ବାତିଲ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଥିୟା ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ବିବାହ ପରେ ତୁରନ୍ତ ହନିମୁନ୍‌କୁ ଯିବେ ନାହିଁ। ସେମାନଙ୍କର ପ୍ରତିବଦ୍ଧତା ଏବଂ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ଉଭୟ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେମାନେ ପ୍ରଥମେ ତାଙ୍କର ବୃତ୍ତିଗତ ପ୍ରତିଶ୍ରୁତିକୁ ପୂରା କରିବେ, ପରେ ମେ’ ମାସ ପାଖାପାଖି ହନିମୁନ୍ ଯିବେ ବୋଲି ସେମାନେ କହିଛନ୍ତି।

କେ.ଏଲ୍ ରାହୁଲଙ୍କୁ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ୍‌ ସିରିଜ୍ ଖେଳିବାକୁ ପଡିବ। ବିସିସିଆଇ ଟିମ୍ ଘୋଷଣା କରିଛ ଯେ ରାହୁଲ ଟିମ୍‌ର ଉପ-ଅଧିନାୟକ। ପ୍ରଥମ ଟେଷ୍ଟ୍‌ ମ୍ୟାଚ୍ ନାଗପୁରରେ ୯ ଫେବୃଆରୀରୁ ୧୩ ଫେବୃଆରୀ ମଧ୍ୟରେ ହେବ। ଏହି ଟେଷ୍ଟ୍‌ ସିରିଜ୍ ପରେ ଆଇପିଏଲ୍ ଖେଳିବାକୁ ପଡିବ। ଏନେଇ ଆଗାମୀ ୩ ମାସ ପାଇଁ କ୍ରିକେଟର ବହୁତ ବ୍ୟସ୍ତବହୁଳ ଭିତରେ ରହିବେ।

Advertisment

ସେହିପରି ଆଥିୟା ଶେଟ୍ଟୀ ମଧ୍ୟ ତାଙ୍କର ବୃତ୍ତିଗତ ପ୍ରତିଶ୍ରୁତିରେ ବ୍ୟସ୍ତ ଅଛନ୍ତି। ତେବେ ରିପୋର୍ଟ ଅନୁଯାୟୀ ସେମାନେ ନିଜ ନିଜ କାମରୁ ଫ୍ରି ହେବା ପରେ ୟୁରୋପ ଯାଇପାରନ୍ତି। ଅନ୍ୟପକ୍ଷରେ ବିବାହ ପରେ ସୁନୀଲ ଶେଟ୍ଟୀ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଏବଂ ନିଜେ କହିଥିଲେ ଯେ ଆଇପିଏଲ ପରେ ଏକ ଗ୍ରାଣ୍ଡ୍‌ ରିସେପସନ୍ ହେବ।

Advertisment

ଏବେ ରାହୁଲ କ୍ରିକେଟ୍ ମ୍ୟାଚ୍ ପାଇଁ ଅଭ୍ୟାସ ଆରମ୍ଭ କରିବେ, ସେହିପରି ଆଥିୟା ନିଜ କାମରେ ବ୍ୟସ୍ତ ରହିବେ। ସେମାନେ ଫ୍ରି ହେବା ପରେ ବିବାହ ଭୋଜି ଦିଆଯିବ। ଗଣମାଧ୍ୟମ ସାମ୍ନାରେ କଥାବାର୍ତ୍ତା ହୋଇ ମିଠା ବାଣ୍ଟିବା ବେଳେ ସୁନୀଲ ଏକ ଲୁଙ୍ଗି ଷ୍ଟାଇଲ୍ ପୋଷାକରେ ପୁଅ ଅହାନ୍ ଶେଟ୍ଟୀଙ୍କ ସହିତ ବହୁତ ଖୁସି ଥିବା ନଜର ଆସିଥିଲେ।

Athiya Shetty KL Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ