Advertisment

'କିସି କା ଭାଇ କିସି କୀ ଜାନ'କୁ ନେଇ ଆଶା ଓ ନିରାଶା; ଏମିତି କହିଲେ ବାଣିଜ୍ୟ ବିଶେଷଜ୍ଞ

ଇଦ୍‌ରେ ମୁକ୍ତିଲାଭ କରିବ ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'କିସି କା ଭାଇ କିସି କୀ ଜାନ'। ସଲମାନଙ୍କ ପ୍ରଶଂସକ ଏହାକୁ ନେଇ ବହୁତ କିଛି ଆଶା କରିଛନ୍ତି। କିନ୍ତୁ ବାଣିଜ୍ୟ ବିଶେଷଜ୍ଞଙ୍କ ମତ କିଛି ଭିନ୍ନ କୁହେ। ଦର୍ଶକଙ୍କୁ ନିରାଶ କରିବ କି ଫିଲ୍ମ…

ଅଦ୍ୟତନ ହୋଇଛି
Kisi ka bhai kisi ki jaan day 1 collection prediction

Kisi ka bhai kisi ki jaan day 1 collection prediction

Advertisment

ସିନେମାର ସୁଲତାନ୍ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କୀ ଜାନ'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ତେବେ ଏହାର ଓପନିଙ୍ଗ କ’ଣ ହେବ ତାହା ଅନିଶ୍ଚିତତା ଭିତରେ ଥିବାବେଳେ ଶାହରୁଖ ଖାନଙ୍କ 'ପଠାନ'ର ଜବରଦସ୍ତ ଓପନିଙ୍ଗ୍‌ ପରେ ସଲମାନ ଖାନଙ୍କ ପାଇଁ ବକ୍ସ ଅଫିସ୍‌ ଚ୍ୟାଲେଞ୍ଜ ବଢି ଯାଇଛି।

Advertisment

ଏହି ଫିଲ୍ମଟି ଇଦ୍‌ରେ ରିଲିଜ୍ ହେବ। ତେବେ ପୂର୍ବରୁ ଏହି ଦିନ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ କିଛି ଚଳଚ୍ଚିତ୍ର ନିର୍ମାତାଙ୍କ ଆଶାନୁସାରେ ରୋଜଗାର କରିପାରିନି। ଏବେ 'କିସି କା ଭାଇ କିସି କୀ ଜାନ'କୁ ନେଇ କ’ଣ ବାଣିଜ୍ୟିକ ଆଶା ରହିଛି ଆସନ୍ତୁ ଜାଣିବା।

ଇଦ୍‌ରେ ସଲମାନଙ୍କ ଫିଲ୍ମ ରିଲିଜ୍ ହେବାର ଧାରା ଦୀର୍ଘ ଦିନ ଧରି ରହିଆସିଛି। ସଲମାନଙ୍କ ଫିଲ୍ମ 'ୱାଣ୍ଟେଡ୍', 'ବଡିଗାର୍ଡ', 'ସୁଲତାନ', 'ଦବଙ୍ଗ' ଏବଂ 'ବଜରଙ୍ଗୀ ଭାଇଜାନ୍' ମଧ୍ୟ ଇଦ୍‌ରେ ରିଲିଜ୍‌ ହୋଇଥିଲା ଆଉ ବକ୍ସ ଅଫିସ୍‌ରେ ହଙ୍ଗାମା କରିଥିଲା।

Advertisment

ଅଧିକ ପଢ଼ନ୍ତୁ: 'କିସି କା ଭାଇ କିସି କୀ ଜାନ'କୁ ନେଇ ବଡ ଆଶା; ୫ କାରଣ ନେଇ ହିଟ୍ ହେବ

ତେବେ ଏମିତି ମଧ୍ୟ କିଛି ଫିଲ୍ମ ଅଛି ଯାହା ଇଦ୍‌ରେ ରିଲିଜ୍ ହୋଇଥିଲେ ମଧ୍ୟ ସେପରି ଭଲ ରୋଜଗାର କରିପାରିନି। ଫିଲ୍ମ 'ଟ୍ୟୁବ୍‌ଲାଇଟ୍', 'ଭାରତ' ଏବଂ 'ରେସ୍' ଇଦ୍‌ରେ ରିଲିଜ୍ ହୋଇଥିଲେ ବି ଚମତ୍କାର କରିପାରି ନଥିଲା। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ସିନେମା ବିଶେଷଜ୍ଞଙ୍କ ଆଖି ପୁଣି ଥରେ ସଲମାନ ଖାନଙ୍କ ନୂଆ ଚଳଚ୍ଚିତ୍ର 'କିସି କା ଭାଇ କିସି କୀ ଜାନ'ର ପ୍ରଥମ ଦିନର ରୋଜଗାର ଉପରେ ରହିଛି।

Advertisment

ତେବେ ଚଳିତ ବର୍ଷ ଜାନୁଆରୀ ୨୫ ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ପ୍ରଥମ ଦିନରେ ୫୭ କୋଟି ଟଙ୍କା ରୋଜଗାର କରି ହିନ୍ଦୀ ସିନେମାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଫିଲ୍ମ 'କିସି କା ଭାଇ କିସି କୀ ଜାନ'ର ଆଡ୍‌ଭାନ୍ସ ବୁକିଂକୁ ଦେଖି ଏହାର ଓପେନିଙ୍ଗ୍ କମ୍ ହେବ ବୋଲି ଆଶା କରାଯାଉଛି। ବାଣିଜ୍ୟ ବିଶେଷଜ୍ଞ ନରେନ୍ଦ୍ର ଗୁପ୍ତା ଫିଲ୍ମର ଆଗୁଆ ବୁକିଂରେ ବିଳମ୍ବକୁ ଏହାର କାରଣ ବୋଲି କହିଛନ୍ତି।

ନରେନ୍ଦ୍ର ଗୁପ୍ତା କୁହନ୍ତି, “କିସି କା ଭାଇ କିସି କୀ ଜାନ'ର ଆଡଭାନ୍ସ ବୁକିଂ ବହୁ ପୂର୍ବରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏହା ହୋଇ ନଥିଲା। ଏହାର ଅଗ୍ରୀମ ବୁକିଂ ଏପ୍ରିଲ ୧୬ ରୁ ଆରମ୍ଭ ହୋଇଛି କିନ୍ତୁ ଟିକେଟ୍ ବିକ୍ରିର ଗତି ମନ୍ଥର ରହିଛି।" ନରେନ୍ଦ୍ରଙ୍କ ଅନୁଯାୟୀ ଶୁକ୍ରବାର ଦିନ ଫିଲ୍ମର ଓପେନିଙ୍ଗ୍ ପ୍ରାୟ ୧୮ ରୁ ୨୦କୋଟି ଟଙ୍କା ହୋଇପାରେ।

ନରେନ୍ଦ୍ର ଗୁପ୍ତା ପୁଣି କହିଛନ୍ତି ଯେ “ଟ୍ରେଲର୍‌ ଦେଖି ଫିଲ୍ମରୁ ଅଧିକ ଆଶା କରାଯାଇ ପାରୁ ନାହିଁ। ଏହା ସାଉଥ୍ ଚଳଚ୍ଚିତ୍ର 'ଭୀରମ'ର ରିମେକ୍ ଏବଂ ସିନେମା ହଲ୍‌ରେ ଲୋକମାନେ ସାଉଥ୍‌ର ହିନ୍ଦୀ ରିମେକ୍ ଫିଲ୍ମକୁ ପସନ୍ଦ କରୁ ନାହାନ୍ତି।

ସେହିପରି ବାଣିଜ୍ୟ ବିଶେଷଜ୍ଞ ଅତୁଲ ମୋହନ ବିଶ୍ୱାସ କରନ୍ତି ଯେ “ଫିଲ୍ମ 'କିସି କା ଭାଇ କିସି କୀ ଜାନ'କୁ ପାରିବାରିକ ଦର୍ଶକଙ୍କ ଭଲ ପାଇବା ମିଳିଯିବ। ଏହି ଚଳଚ୍ଚିତ୍ରରେ ଆକ୍ସନ୍, ଇମୋସନ୍ ଏବଂ ଡ୍ରାମା ରହିଛି ଏବଂ ସଲମାନ ଖାନଙ୍କ ପ୍ରଶଂସକମାନେ ଏହିପରି ଚଳଚ୍ଚିତ୍ରକୁ ଅପେକ୍ଷା କରିଥାନ୍ତି। ଚାନ୍ଦ ଦେଖିବା ପରେ ଫିଲ୍ମର ନାଇଟ୍ ଶୋ’ ସେହିଦିନ ଭଲ ଚାଲିବ ଏବଂ ପରଦିନ ଇଦ୍, ତା’ ପରେ ବାସି ଇଦ୍ ଦିନରେ ମଧ୍ୟ 'କିସି କା ଭାଇ କିସି କୀ ଜାନ' ଭଲ ରୋଜଗାର କରିବ।”

ଅତୁଲ ମୋହନ ପୁଣି କହିଛନ୍ତି ଯେ ଚଳଚ୍ଚିତ୍ରଟି ଏହାର ନିର୍ମାଣ, କାହାଣୀ ଏବଂ ନିଜ ଦମ ଅନୁଯାୟୀ ବ୍ୟବସାୟ କରିବ। ତେବେ ସେ ଫିଲ୍ମର ଦୁର୍ବଳ ଦିଗ ଏହାର ସଙ୍ଗୀତ ବୋଲି ବିବେଚନା କରନ୍ତି। ଅତୁଲଙ୍କ ଅନୁଯାୟୀ, ସଲମାନଙ୍କ ସବୁ ଚଳଚ୍ଚିତ୍ରରେ ସଙ୍ଗୀତ ସବୁବେଳେ ଚମତ୍କାର ଥିବା ବେଳେ ଏହି ଫିଲ୍ମରେ ଏହା ଦେଖିବାକୁ ମିଳେନି।

Salman Khan Bollywood Pooja Hegde
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ