Advertisment

‘ବିଲ୍ଲୀ ବିଲ୍ଲୀ'ରେ ସଲମାନଙ୍କ ଧମାକାଦାର ଷ୍ଟେପ୍

‘ବିଲ୍ଲୀ ବିଲ୍ଲୀ' ଇଣ୍ଟର୍‌ନେଟ୍‌ରେ ଛାଇଗଲାଣି। ଏଥିରେ ସଲମାନ ଖାନଙ୍କ ଟିପିକାଲ୍ ଡ୍ୟାନ୍ସ ଷ୍ଟାଇଲ୍ ଦେଖିବାକୁ ମିଳିବ। ଭାଇଜାନଙ୍କ ଡ୍ୟାନ୍ସ ଷ୍ଟେପ୍ କରୁଛି ପାଗଳ।

ଅଦ୍ୟତନ ହୋଇଛି
Kisi Ka Bhai Kisi Ki Jaan Billi Billi Song Released

Kisi ka bhai kisi ki jaan billi billi song released

Advertisment

ସଲମାନ ଖାନଙ୍କ 'କିସି କା ଭାଇ, କିସି କି ଜାନ'ର ସର୍ବଶେଷ ଟ୍ରାକ୍‌ ‘ବିଲ୍ଲୀ ବିଲ୍ଲୀ' ଇଣ୍ଟର୍‌ନେଟ୍‌ରେ ଛାଇଗଲାଣି। ଏଥିରେ ସଲମାନ ଖାନଙ୍କ ଟିପିକାଲ୍ ଡ୍ୟାନ୍ସ ଷ୍ଟାଇଲ୍ ଦେଖିବାକୁ ମିଳିବ। ନିକଟରେ ନିର୍ମାତା ଫିଲ୍ମର ଅଡିଓ ରିଲିଜ୍ କରିଥିଲେ ଯାହାକୁ ସୁଖବୀର କମ୍ପୋଜ୍ କରିଛନ୍ତି ଆଉ ଗାଇଛନ୍ତି।

Advertisment

ଗୀତର ଅଡିଓ ଭର୍ଜନ ଆସିବା ମାତ୍ରେ ଲୋକମାନେ ଏହାକୁ ଖୁବ ପସନ୍ଦ କତିଥିଲେ ଏବଂ ଏହା ମ୍ୟୁଜିକ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ରେଡିଓ ନେଟୱାର୍କରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଏହା ପରେ ଗୀତର ଏକ ଛୋଟ ଝଲକ ସୋସିଆଲ ମିଡିଆ ରେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଏବେ ‘ବିଲ୍ଲୀ ବିଲ୍ଲୀ'ର ସମ୍ପୂର୍ଣ୍ଣ ଅଡିଓ ଭିଡିଓ ରିଲିଜ୍ ହୋଇଛି।

ଅଧିକ ପଢ଼ନ୍ତୁ: ଭିନ୍ନ ଲୁକ୍‌ରେ ସାରା ଅଲି ଖାନ; ମୁହଁରେ ନିଶ ଆଉ ଦାଢ଼ି

ଏହି ଗୀତରେ ସଲମାନ ଖାନଙ୍କ ଡ୍ୟାନ୍ସ ଷ୍ଟେପ୍‌ ତାଙ୍କୁ ପୁଣି ଥରେ ଅନ୍ୟମାନଙ୍କଠାରୁ ଅଲଗା କରିଛି। ଏହାକୁ ହୁଏତ ଅନ୍ୟ କୌଣସି ଅଭିନେତା କରିପାରିବେ ନାହିଁ। ଏହି ଗୀତରେ ପୂଜା ହେଗ୍‌ଡେଙ୍କ ସହ ସଲମାନ ଖାନଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଏହା କୁହାଯାଇପାରେ ଯେ ସଲମାନ ପୁଣିଥରେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ନାଚିବାକୁ ବାଧ୍ୟ କରିବେ।

Advertisment

ଏହି ଗୀତରେ ଫିଲ୍ମର ଅନ୍ୟକଳାକାର ଯଥା ଭେଙ୍କଟେଶ, ଭୂମିକା ଚାୱଲା, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜସ୍ସୀ ଗିଲ୍‌, ଶହନାଜ୍‌ ଗିଲ୍‌, ପଲକ ତିୱାରୀ ଏବଂ ଭୀନାଲି ଭଟନାଗର ମଧ୍ୟ ନଜର ଆସନ୍ତି।

ପ୍ରକାଶଥାଉ ଯେ ସୁଖବୀର ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ପାଇଁ ଏକ ଗୀତ କମ୍ପୋଜ୍ କରିଛନ୍ତି  ଏବଂ ଗାଇଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଗୀତର ଆଉ ଏକ ଦୃଶ୍ୟ ହେଲା ଧଳା ସାର୍ଟ ଏବଂ କଳା ଜ୍ୟାକେଟ୍‌ରେ ସଲମାନଙ୍କ ଚମତ୍କାର ଚେହେରା। ଏଥି ସହିତ, ପୂର୍ବରୁ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍‌ ଗୀତ ‘ନୈୟୋ ଲଗଦା’ ଲୋକଙ୍କ ହୃଦୟରେ ଏହାର ବିଶେଷ ସ୍ଥାନ ସୃଷ୍ଟି କରିଛି।

Advertisment

ସଲମାନ ଖାନଙ୍କ ଦ୍ୱାରା ନିର୍ମିତ ସଲମାନ ଖାନ ଫିଲ୍ମ ପ୍ରଡକ୍ସନ୍, ‘କିସି କା ଭାଇ କିସି କି ଜାନ’କୁ ଫରହାଦ୍ ସାମଜୀ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ସଲମାନ ଖାନ, ଭେଙ୍କଟେଶ ଦଗ୍‌ଗୁବତୀ, ପୂଜା ହେଗ୍‌ଡେ, ଜଗପତି ବାବୁ, ଭୂମିକା ଚାୱଲା, ବିଜେନ୍ଦର ସିଂହ, ଅଭିମନ୍ୟୁ ସିଂହ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜସ୍ସୀ ଗିଲ୍‌, ଶହନାଜ୍‌ ଗିଲ୍‌, ପଲକ ତିୱାରୀ ଏବଂ ଭୀନାଲି ଭଟନାଗରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଚଳିତ ବର୍ଷ ଇଦ୍‌ରେ ରିଲିଜ୍ ହେବାକୁ ଯାଉଛି।

Salman Khan Bollywood Puja Hegde
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ