Advertisment

ରୋମାଣ୍ଟିକ୍ ଗୀତର ବାଦଶାହା କିଶୋର କୁମାର କାହିଁକି କରିଥିଲେ ଧର୍ମ ପରିବର୍ତ୍ତନ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ନେଇ ରହିଛି ଅନେକ ରୋଚକ କଥା। ସେ ୪ଟି ବିବାହ କରିବା ସହିତ ଧର୍ମ ପରିବର୍ତ୍ତନ ଭଳି ଅନେକ ଅଜଣା କଥା ତାଙ୍କ ସହ ଜଡିତ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ଏ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Kishore Kumar Death Anniversary

Kishore kumar death anniversary he changed his religion for Madhubala

Advertisment

ବଲିଉଡର ଭେଟେରାନ ଗାୟକ କିଶୋର କୁମାର ସାରା ଦୁନିଆରୁ ବିଦାୟ ନେବାର ୩୫ ବର୍ଷ ବିତିଗଲାଣି। ମଧ୍ୟପ୍ରଦେଶର ଖଣ୍ଡୱାଠାରେ ୪ ଅଗଷ୍ଟ ୧୯୨୯ରେ ଜନ୍ମ ହୋଇଥିବା କିଶୋର କୁମାରଙ୍କ ହୃଦଘାତ ହେତୁ ୧୩ ଅକ୍ଟୋବର ୧୯୮୭ରେ ଦେହାନ୍ତ ହୋଇଥିଲା।

Advertisment

ଖୁବ୍ କମ୍ ଲୋକ ଜାଣିଥିବେ ଯେ କିଶୋର କୁମାରଙ୍କ ପିଲାଦିନର ନାମ ଆଭାସ କୁମାର ଗାଙ୍ଗୁଲି ଥିଲା। ସିନେମା ଜଗତରେ ଜଡିତ ହେବା ପରେ ସେ ତାଙ୍କ ନାମକୁ ପରିବର୍ତ୍ତନ କରି କିଶୋର କୁମାର କରିଦେଇଥିଲେ। ତେବେ ଆସନ୍ତୁ, ଆଜି ତାଙ୍କ ପୁଣ୍ୟତିଥିରେ ତାଙ୍କ ଜୀବନ ସହିତ ଜଡିତ କିଛି ରୋଚକ ତଥ୍ୟ ଉପରେ ନଜର ପକେଇ ନେବା।

ଅଧିକ ପଢ଼ନ୍ତୁ: କିଶୋର କୁମାରଙ୍କ ଘରକୁ ଭଡାରେ ନେଲେ କୋହଲି; ଖୋଲିବେ ନୂଆ ସଂସ୍ଥା

କିଶୋର କୁମାରଙ୍କ ପ୍ରକୃତ ନାମ ଥିଲା ଆଭାସ କୁମାର ଗାଙ୍ଗୁଲି। ୨୦୧୨ ମସିହାରେ କିଶୋର କୁମାରଙ୍କ ଶେଷ ଗୀତ (ଯାହା କେବେ ରିଲିଜ୍ ହୋଇ ନଥିଲା) ୧୫ ଲକ୍ଷରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା। କିଶୋର କୁମାର ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ‘ବମ୍ବେ ଟକିଜ’ରୁ ଆରମ୍ଭ କରିଥିଲେ। ସେ ଏହି ଚଳଚ୍ଚିତ୍ରରେ ଜଣେ ଗାୟକ ଭାବରେ ଅଭିନୟ କରିଥିଲେ।

Advertisment

କିଶୋର କୁମାର ପ୍ରଥମ ଥର ପାଇଁ ୧୯୪୬ ମସିହାରେ ‘ଶିକାରୀ’ ଫିଲ୍ମରେ ପରଦାରେ କାମ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଭାଇ ଅଶୋକ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, କିଶୋର କୁମାର ହଲିଉଡ୍‌ ଅଭିନେତା-ଗାୟକ ଡେନୀ କାୟେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଏପରିକି ସେ ତାଙ୍କ ଘରେ ତାଙ୍କର ଅନେକ ପୋଷ୍ଟର ମଧ୍ୟ ଟାଙ୍ଗିଥିଲେ।

Advertisment

କିଶୋର କୁମାର ମୁମ୍ବାଇ ଆସିବା ପୂର୍ବରୁ ତାଙ୍କ ଭାଇ ଅଶୋକ କୁମାର ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ସେ ତାଙ୍କ ଭାଇଙ୍କ ସହଯୋଗରେ ମୁମ୍ବାଇ ଆସିଥିଲେ। ତାଙ୍କ ଭାଇ ଅଶୋକ କୁମାର ଚାହୁଁଥିଲେ କିଶୋର ତାଙ୍କ ପରି ଜଣେ ଅଭିନେତା ଭାବରେ କ୍ୟାରିୟର କରନ୍ତୁ, କିନ୍ତୁ କିଶୋର ଏହା ଉପରେ ଆଦୌ ଗୁରୁତ୍ୱ ଦେଉ ନଥିଲେ।

କିଶୋର କୁମାର ଚାରି ଜଣଙ୍କୁ ବିବାହ କରିଥିଲେ। ୧୯୫୦ ମସିହାରେ ରୁମା ଗୁହାଙ୍କ ସହିତ ତାଙ୍କର ପ୍ରଥମ ବିବାହ ହୋଇଥିଲା। କିନ୍ତୁ ବିବାହର ୮ ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଗଲେ। ପରେ ୧୯୬୦ ମସିହାରେ ମଧୁବାଲାଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର ନଅ ବର୍ଷ ପରେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ୧୯୭୬ ମସିହାରେ କିଶୋର କୁମାର ଯୋଗିତା ବାଲିଙ୍କୁ ବିବାହ କରିଥିଲେ ଏବଂ ଦୁଇ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ। ସେ ଚତୁର୍ଥ ଥର ପାଇଁ ଲୀନା ଚନ୍ଦଭାରକରଙ୍କୁ ବିବାହ କରିଥିଲେ।

କିଶୋର କୁମାର ମଧୁବାଲାଙ୍କ ପ୍ରେମରେ ଏତେ ବୁଡି ଯାଇଥିଲେ ଯେ ସେ ବିବାହ ପରେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ ମଧୁବାଲାଙ୍କ ସହ ବିବାହ ପରେ ସେ ତାଙ୍କ ନାଁ ପରିବର୍ତ୍ତନ କରି କିଶୋର କୁମାରରୁ କରିମ ଅବଦୁଲ କରିଦେଇଥିଲେ।

କିଶୋର କୁମାର ଏକ ପ୍ରସିଦ୍ଧ ଗୀତ 'ପାଞ୍ଚ ରୂପୟା ବାରହ ଆନା' ଗାଇଥିଲେ। ଏହି ଗୀତଟି ସେ କରଜ କରିଥିବା ୫ ଟଙ୍କା ୭୫ ପଇସା ଉପରେ ଆଧାରିତ ଥିଲା।

କିଶୋର କୁମାର ନିଜ କ୍ୟାରିୟରରେ କେବେବି ମାଗଣାରେ କାମ କରି ନାହାନ୍ତି। ସେ କେବେବି କାହା ପାଇଁ ମାଗଣାରେ ଗୀତ ଗାଇ ନାହାନ୍ତି। କୁହାଯାଏ ଯେ କିଶୋରଙ୍କ କାମ କରିବାର ତରିକା ହେଲା ଯେ ସେ ସର୍ବଦା ଅଗ୍ରୀମ ଟଙ୍କା ନେଇ ତା’ପରେ ଗୀତଗୁଡ଼ିକରେ କାମ କରୁଥିଲେ। କିନ୍ତୁ ସେ କେବଳ ରାଜେଶ ଖାନ୍ନା ଏବଂ ଡେନି ଡେଞ୍ଜୋଗପାଙ୍କ ଉପରେ ଏହି ନିୟମ ଲାଗୁ କରୁ ନଥିଲେ।

ଅମିତାଭ ବଚ୍ଚନ ଙ୍କ କ୍ୟାରିଅରରେ କିଶୋର କୁମାର ୧୩୧ଟି ଗୀତ ଗାଇଥିଲେ। ଏଥିମଧ୍ୟରୁ ୧୧୫ ଟି ଗୀତ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା। ପରେ ଏକ ସମୟ ଆସିଲା ଏହି ଯୋଡି ଭାଙ୍ଗିଯାଇଥିଲା।

Bollywood Kishore Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ