Advertisment

ଚର୍ଚ୍ଚାରେ କିଆରା ଆଡ୍‌ଭାନୀ; ଅଛନ୍ତି କି ଗର୍ଭବତୀ

କିଆରା ଆଡ୍‌ଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ ୪ ଦିନ ହୋଇନି। କିଆରା ଗର୍ଭବତୀ ହେବା କଥା ନେଇ ଚର୍ଚ୍ଚା ଜୋର୍ ଧରିଲାଣି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…

ଅଦ୍ୟତନ ହୋଇଛି
Kiara Advani Seems Pregnant Like Alia Bhatt Before Marriage

Kiara Advani seems pregnant like alia bhatt before marriage

Advertisment

ଚାରି ଦିନ ପୂର୍ବେ କିଆରା ଆଡ୍‌ଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ବିବାହ କରିଛନ୍ତି। ଉଭୟ ରାଜସ୍ଥାନର ଜୈସଲ୍‌ମେ୍‌ରର ସୂର୍ଯ୍ୟଗଡ ମହଲରେ ନିଜର ନିକଟ ତଥା ପ୍ରିୟ ଲୋକଙ୍କ ଉପସ୍ଥିତିରେ ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ପାଇଁ ପରସ୍ପରକୁ ନିଜର କରିଛନ୍ତି।

Advertisment

ଏହି ଦମ୍ପତି ସେମାନଙ୍କ ବିବାହ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଅତ୍ୟନ୍ତ ଗୁପ୍ତ ରଖିଥିଲେ, କିନ୍ତୁ ବର୍ତ୍ତମାନ ବିବାହ ପରେ ଦୁହେଁ ଖୋଲାଖୋଲି ଭାବେ ପାପାରାଜି ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳେ। ଦମ୍ପତି ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କର ବିବାହ କଥା କହିଥିଲେ। ତେବେ ବର୍ତ୍ତମାନ ଏକ ଭିଡିଓ ପାଇଁ କିଆରା ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏହି ଭିଡିଓରେ କିଆରା ଏକ ଶାଲରେ ତାଙ୍କ ପେଟକୁ ଲୁଚାଉଛନ୍ତି ଏବଂ ଏହି ଦୃଶ୍ୟ ତାଙ୍କ ପାଇଁ ମହଙ୍ଗା ପଡିଛି।

ଅଧିକ ପଢ଼ନ୍ତୁ: କିଆରା ଏବଂ ସିଦ୍ଧାର୍ଥ ଡେଟିଂ କରୁଥିଲେ, କିନ୍ତୁ କୌଣସି ବ୍ରାଣ୍ଡ୍‌ର ପ୍ରମୋସନ ପାଇଁ ନୁହେଁ: କଙ୍ଗନା

Advertisment

କ୍ୟାମେରା ଆଗରେ କିଆରା ତାଙ୍କ ପେଟକୁ ଲୁଚାଉଥିବାର ଦେଖି ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଯେ ଆଲିଆ ଭଟ୍ଟଙ୍କ ପରି କିଆରା ବିବାହ ପୂର୍ବରୁ ଗର୍ଭବତୀ ହୋଇଛନ୍ତି କି? କିଆରା ଏବଂ ସିଦ୍ଧାର୍ଥ ଫେବୃଆରୀ ୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ବିବାହର ୪ ଦିନ ବି ହୋଇ ନାହିଁ କିନ୍ତୁ ବର୍ତ୍ତମାନ କିଆରାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା ଜୋରସୋରରେ ଚାଲିଛି। ଭିଡିଓଟି ଜୈସଲମର୍ ବିମାନବନ୍ଦରରୁ ଆସିଛି, ଯେଉଁଠାରେ କିଆରା ତାଙ୍କ ପେଟକୁ ଶାଲରେ ଘୋଡାଇଥିବାର ନଜର ଆସିଛନ୍ତି। କିଆରାର ଏହି ଭିଡିଓ ଦେଖି ଲୋକମାନେ ତାଙ୍କୁ ଗର୍ଭବତୀ ବୋଲି କହିବା ଆରମ୍ଭ କରିଛନ୍ତି।

Advertisment

କିଆରାଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି – “ମୋର ପୂରା ବିଶ୍ୱାସ ଯେ ତାଙ୍କର ବି ୨-୩ ମାସ ଭିତରେ ଗର୍ଭଧାରଣ ଖବର ସାମ୍ନାକୁ ଆସିବ। ସେ ଯୁଆଡେ ବି ଯାଉଛନ୍ତି ସବୁବେଳେ ପେଟକୁ ଲୁଚାଇ ରଖୁଛନ୍ତି। ଲୋକମାନଙ୍କୁ ବୋକା ଭାବୁଛନ୍ତି।”

ପ୍ରକାଶଥାଉ ଯେ ଆଲିଆ ଭଟ୍ଟ ବିବାହ କରିବାର ୧-୨ ମାସରେ ପରେ ତାଙ୍କ ଗର୍ଭଧାରଣ କଥା ପ୍ରଶଂସକମାନଙ୍କୁ ଜଣେଇଥିଲେ। ୨୦୨୨ ମସିହାରେ, ସେ ତାଙ୍କ ଝିଅ 'ରାହା'କୁ ମଧ୍ୟ ଏ ଦୁନିଆକୁ ସ୍ୱାଗତ କରିଥିଲେ।

ତେବେ ସେ ଯାହା ବି କିଆରା ଆଡଭାନୀ ପ୍ରକୃତରେ ବର୍ଭବତୀ ଅଛନ୍ତି କି ନାହିଁ ତାହା ପରେ ନିଶ୍ଚିତ ଜଣା ପଡିବ। ରିପୋର୍ଟ ଅନୁଯାୟୀ, ଏହି ନବ ଦମ୍ପତି ଦିଲ୍ଲୀରେ ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ରିସେପ୍ସନ୍ ଆୟୋଜନ କରିବେ, ଯେଉଁଥିରେ ବହୁ ବଲିଉଡ୍‌ ସେଲିବ୍ରିଟି ଯୋଗଦେବେ। ଖବର ଅନୁଯାୟୀ, ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ଦକ୍ଷିଣ ସୁପର୍‌ଷ୍ଟାର ରାମ ଚରଣ ସିଦ୍ଧାର୍ଥ-କିଆରାଙ୍କ ବିବାହ ଭୋଜିରେ ଯୋଗଦେବାକୁ ଯାଉଛନ୍ତି।

Kiara Advani Siddharth Malhotra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ