Advertisment

ଗୋଟିଏ ଦିନରେ ରିଲିଜ୍ ହେବ ୟଶ୍, ଆମୀର ଓ ପ୍ରଭାସଙ୍କ ଫିଲ୍ମ

କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍‌ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍‌। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ଆଶା କରାଯାଉଛି।

April Big Fight

April Big Fight

Advertisment

(ପ୍ରସନଜିତ୍‌ ରାୟ): ବୈଶାଖୀରେ ବଡ଼ ଫାଇଟ୍‌। ଆମ୍ନାସାମ୍ନି ହେବେ ଦଶନ୍ଧିର ତିନିଟି ବଡ଼ ଫିଲ୍ମ। ପାନ୍‌ ଇଣ୍ଡିଆ ସୁପରଷ୍ଟାର୍‌ ୟଶ୍‌ଙ୍କ ବହୁ ପ୍ରତିକ୍ଷିତ କେଜିଏଫ୍‌-୨, ସାଉଥ୍‌ ସେନ୍‌ସେସନ୍‌ ପ୍ରଭାସଙ୍କ ସଲାର୍‌ ଏବଂ ମିଷ୍ଟର ପର୍‌ଫେକ୍ଟ ଆମୀର ଖାନ୍‌ଙ୍କ ଲାଲ୍‌ ସିଂହ ଚଢ଼ା ଏକାଦିନରେ ରିଲିଜ୍‌ ହେବ। ଆସନ୍ତା ବର୍ଷ ଏପ୍ରିଲ ୧୪ରେ ଏହି ତିନିଟି ଫିଲ୍ମ ରିଲିଜ୍‌ ହେବ। ଲାଲ୍‌ ସିଂହ ଚଢ଼ା ରିଲିଜ୍‌ ନେଇ ଆମୀର ଘୋଷଣା କରିଛନ୍ତି। ବୈଶାଖୀ ଅବସରରେ ଏହି ଫିଲ୍ମକୁ ସାରା ଦେଶରେ ରିଲିଜ୍‌ କରାଯିବ। କେଜିଏଫ୍‌-୨ ଓ ସଲାର୍‌ ବି ଏପ୍ରିଲ ୧୪ରେ ରିଲିଜ୍‌ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ତେଣୁ ସ୍କିନ୍‌ରେ ଏକ ବଡ଼ ଫାଇଟ୍‌ ହେବା ସମ୍ଭାବନା ରହିଛି।

Advertisment

କରୋନା କଟକଣା ଯୋଗୁଁ ପ୍ରାୟ ଦେଢ଼ ବର୍ଷ ବିଳମ୍ବରେ କେଜିଏଫ୍‌-୨ ରିଲିଜ୍‌ ହେବ। ପୂର୍ବରୁ ୨୦୧୮ରେ କେଜିଏଫ୍‌ର ପ୍ରଥମ ପାର୍ଟ ଦେଶରେ ହଇଚଇ ସୃଷ୍ଟି କରିଥିଲା। ୟଶ୍‌ଙ୍କ ଅଭିନୟ, ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶନା ଓ ପିକ୍‌ଚରାଇଜେସନ୍‌କୁ ଫ୍ୟାନ୍‌ଙ୍କ ଥମ୍ସ ଅପ୍‌ ମିଳିଥିଲା। ମୂଲ ଫିଲ୍ମ କନ୍ନଡରେ ପ୍ରସ୍ତୁତ ହୋଇଥିଲେ ବି ସାରା ଦେଶରୁ ୟଶ୍‌ଙ୍କୁ ଛୁଟିଥିଲା ପ୍ରଶଂସା। ରାତାରାତି ସେ କନ୍ନଡ ଷ୍ଟାର୍‌ରୁ ପାନ୍‌ ଇଣ୍ଡିଆ ହିରୋ ପାଲଟି ଯାଇଥିଲେ। ତେବେ ୨୦୨୦ରେ ଏହାର ଦ୍ୱିତୀୟ ଭାଗ ଆସିବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁଁ ଫିଲ୍ମର ରିଲିଜ୍‌ ଡେଟ୍‌ ବାରମ୍ବାର ଘୁଞ୍ଚିଥିଲା। କେଜିଏଫ୍‌-୨ରେ ୟଶଙ୍କ ସହ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍‌ ଡ୍ୟାସିଂ ରୋଲ୍‌ରେ ନଜର ଆସିବେ।

ସେହିପରି ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶିତ ଶକ ହାଇ ବଜେଟ୍‌ ଫିଲ୍ମ ସଲାର ବି ସମାନ ଦିନରେ ରିଲିଜ୍‌ ହେଉଛି। ପ୍ରଭାସ ଓ ସ୍ରୁତି ହସନ୍‌ଙ୍କ ଅଭିନିତ ଅାକ୍ସନ୍‌ ଥ୍ରିର୍ଲ‌ ଫିଲ୍ମକୁ ଅନେଇ ବସିଛନ୍ତି ଫ୍ୟାନ୍‌। ତେଲୁଗୁ, ତାମିଲ, ହିନ୍ଦୀ, ଇଂରାଜୀରେ ରିଲିଜ୍‌ ହେବ। ସେହିଭଳି ଆମୀରଙ୍କ ବହୁ ପ୍ରତିକ୍ଷିତ ସିନେମା ଲାଲ୍‌ ସିଂହ ଚଢ଼ାକୁ ଉତ୍ସୃକତା ଲାଗି ରହିଛି। ଦେଶର ୧୦୦ଟି ସହରରେ ଫିଲ୍ମର ସୁଟିଂ ହୋଇଛି। ଆମୀରଙ୍କ ସହ କରିନା ଫିଲ୍ମରେ ନଜର ଆସିବେ। ତେବେ ଆମୀରଙ୍କ ଲୁକ୍‌ ଓ ଫିଲ୍ମର କାହାଣୀ ଏବେ ସସପେନ୍ସ ବଢ଼ାଇଛି।

Advertisment

କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍‌ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍‌। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ଆଶା କରାଯାଉଛି।

Mumbai Bollywood Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ