Advertisment

KBCରେ ଅମିତାଭଙ୍କ ଦାଢି ଛୁଇଁବାକୁ କହିଲେ ଯୁବତୀ, କାହିଁକି ପଚାରିବାରୁ ଦେଲେ ଏମିତି ଉତ୍ତର

KBCରେ ଜଣେ ପ୍ରତିଯୋଗୀ ଅମିତାଭ ବଚ୍ଚନଙ୍କୁ ଅନୁରୋଧ କରିଛନ୍ତି ଯେ ସେ ତାଙ୍କ ଦାଢି ଛୁଇଁ ପାରିବେ କି? ସେ କହିଛନ୍ତି, “ଏହା ଆପଣଙ୍କ ପାଇଁ ଅଜବ ହୋଇପାରେ, କିନ୍ତୁ ମୁଁ ଆପଣଙ୍କ ଦାଢି ଛୁଇଁବାକୁ ଚାହୁଁଥିଲି।” ଯେତେବେଳେ ବିଗ୍ ବି ପଚାରିଲେ କାହିଁକି, ଦେଲେ ମଜ୍ଜାଳିଆ ଉତ୍ତର।

author-image
Pramod Behera
ଅଦ୍ୟତନ ହୋଇଛି
KBC 16 contestant requested amitabh bachchan to touch his beard

KBC 16 contestant requested amitabh bachchan to touch his beard

'କୌନ୍‌ ବନେଗା କରୋଡପତି ୧୬'ର ନୂଆ ଏପିସୋଡ୍‌କୁ ଇଣ୍ଡିଆ ଚ୍ୟାଲେଞ୍ଜର ବୋଲି ସପ୍ତାହ କୁହାଯାଉଛି। ପୂରା ସପ୍ତାହରେ 'ଜଲ୍‌ଦୀ ୫' ନାମକ ଏକ ନୂଆ ସେଗ୍‌ମେଣ୍ଟର ଆରମ୍ଭ ସହିତ ପୂରା ଖେଳ ଶୋ’ର ଫର୍ମାଟରେ ପରିବର୍ତ୍ତନ ଦେଖାଯିବ। ଟୁଇଷ୍ଟ ଅନୁଯାୟୀ, ଫାଷ୍ଟେଷ୍ଟ୍‌ ଫିଙ୍ଗର ଫାର୍ଷ୍ଟ୍ ଟପ୍ ୨ ବିଜେତା ହଟ୍‌ ସିଟ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଯିଏ ରାଉଣ୍ଡ ଜିତିବ ସେ ହଟ୍‌ ସିଟ୍‌ରେ ପହଞ୍ଚିବ।

Advertisment

ଶେଷରେ ଉତ୍ତରପ୍ରଦେଶର ବଲିଆରୁ ଅଲ୍‌କା ସିଂହ ରାଉଣ୍ଡ ଜିତିଥିଲେ। ଅଲ୍‌କା ଭାବପ୍ରବଣ ହୋଇଯାଉଛନ୍ତି ଏବଂ ବିଗ୍ ବି ତାଙ୍କୁ ଲୁହ ପୋଛିବା ପାଇଁ ଟିସୁ ଦେଉଛନ୍ତି, ଯାହା ଖୁବ୍ ଆକର୍ଷଣୀୟ ଲାଗେ।

KBC 16 contestant requested amitabh bachchan to touch his beard
ଜିତିବା ପରେ ଭାବପ୍ରବଣ

ଯେତେବେଳେ ଅମିତାଭ ବଚ୍ଚନ ତାଙ୍କୁ କହିଥିଲେ ଯେ ପ୍ରତିଯୋଗୀମାନେ ହଟ୍‌ ସିଟ୍‌ରେ ବସିବା ପରେ ଅନେକ ସମୟରେ ଭାବପ୍ରବଣ ହୁଅନ୍ତି, ଅଲକା ତାଙ୍କୁ କୁହନ୍ତି ଯେ ସେ ଏତେ କାନ୍ଦି ନାହାନ୍ତି। ବିଗ୍ ବି ସଙ୍ଗେ ସଙ୍ଗେ ତାଙ୍କୁ ସରୀ କହି ପୁଣି ମଜ୍ଜା କରି କୁହନ୍ତି, “ଦେଖିଲ କେତେ ଜଳୋଦି ଆମେ ସରୀ କହିଦେଲୁ।” ଏହାପରେ ଅଲ୍‌କା ମଧ୍ୟ ମଜ୍ଜା କରି ତାଙ୍କୁ 'ଗୁଡ୍ ବୟ' ବୋଲି କୁହନ୍ତି ଏବଂ ସେ ଲାଜେଇ ଯାଆନ୍ତି। ତେବେ ୨୪ ବର୍ଷୀୟ ଅଲ୍‌କା ଭାରତୀୟ ଡାକ କାର୍ଯ୍ୟାଳୟରେ ଶାଖା ପୋଷ୍ଟ ମାଷ୍ଟର ଭାବରେ କାମ କରନ୍ତି।

Advertisment
KBC 16 contestant requested amitabh bachchan to touch his beard
ଅମିତାଭ ଦେଉଛନ୍ତି ଟିସୁ ପେପର୍

ଅଲ୍‌କାଙ୍କ ଅମିତାଭଙ୍କୁ ଏପରି ଅନୁରୋଧ:

ଅମିତାଭ ବଚ୍ଚନଙ୍କୁ ଅଲ୍‌କା ଅନୁରୋଧ କରିଛନ୍ତି ଯେ, ସେ ତାଙ୍କ ଦାଢି ଛୁଇଁ ପାରିବେ କି? ସେ କହିଛନ୍ତି, “ଏହା ଆପଣଙ୍କ ପାଇଁ ଅଜବ ହୋଇପାରେ, କିନ୍ତୁ ମୁଁ ଆପଣଙ୍କ ଦାଢି ଛୁଇଁବାକୁ ଚାହୁଁଥିଲି।” ଯେତେବେଳେ ବିଗ୍ ବି ପଚାରନ୍ତି ଯେ ସେ ନିଜ ଭାଇ କିମ୍ବା ବାପାଙ୍କ ଦାଢିକୁ କାହିଁକି ଛୁଅନ୍ତି ନାହିଁ, ସେତେବେଳେ ସେ ଉତ୍ତର ଦିଅନ୍ତି ଯେ “ମୋ ଭାଇ କ୍ଲିନ୍ ସେଭ୍ ଲୁକ୍‌ରେ ରହିବାକୁ ପସନ୍ଦ କରନ୍ତି, ତେଣୁ ସେ ଦାଢି ରଖନ୍ତି ନାହିଁ ଏବଂ ମୋ ବାପା ମଧ୍ୟ ରଖନ୍ତି ନାହିଁ। ମୁଁ ଆପଣଙ୍କର ଏହି ଧଳା ଦାଢିକୁ ଛୁଇଁବି।”

KBC 16 contestant requested amitabh bachchan to touch his beard
ଦାଢି ଛୁଇଁବାକୁ ଅନୁରୋଧ

ଏହା ପରେ ବିଗ୍ ବି ମଜ୍ଜା କରି କୁହନ୍ତି, “ଯେତେବେଳେ ତୁମର ଭାଇ ୮୨ ବର୍ଷର ହୋଇଯିବ, ତାଙ୍କର ଦାଢି ମଧ୍ୟ ଧଳା ହୋଇଯିବ। ତା’ପରେ ଆପଣ ଏହାକୁ ଛୁଇଁ ପାରିବେ। ଅମିତାଭ ଯେତେବେଳେ କୁହନ୍ତି ଶୋ’ ଶେଷ ହେବା ପରେ ସେ ତାଙ୍କ ଦାଢି ଛୁଇଁପାରିବେ, ଅଲ୍‌କା କୁହନ୍ତି ଯେ ସେ ବାହାନା କରୁଛନ୍ତି।

ଅଲକା ଏବଂ ବିଗ୍ ବିଙ୍କ ମଜ୍ଜାଦାର କଥା:

ଏହି ଶୋ’ରେ ସେମାନେ ଆହୁରି ମଧ୍ୟ ମଜ୍ଜାଦାର କଥା ହୋଇଛନ୍ତି। ଅଲ୍‌କା କହିଛନ୍ତି ଯେ ଯେତେବେଳେ ତାଙ୍କ ବୋର୍ଡ ପରୀକ୍ଷା ସମୟ ଆସିଥିଲା ​​ସେତେବେଳେ ସେ ବହୁତ ଛୋଟ ଥିଲେ, ତେଣୁ ତାଙ୍କ ସ୍କୁଲ୍ ତାଙ୍କ ବାପାମାଆଙ୍କୁ ତାଙ୍କ ବୟସ ବଢାଇବାକୁ ପରାମର୍ଶ ଦେଇଥିଲା। ଫଳସ୍ୱରୂପ, ତାଙ୍କୁ ପ୍ରକୃତରେ ୨୨ ବର୍ଷ, କିନ୍ତୁ କାଗଜରେ ସେ ୨୪ ବର୍ଷ।

KBC 16 contestant requested amitabh bachchan to touch his beard
ଅଲକା ଏବଂ ବିଗ୍ ବିଙ୍କ ମଜ୍ଜାଦାର କଥା

ଯେତେବେଳେ ଅମିତାଭ ବଚ୍ଚନ ପଚାରିଛନ୍ତି ଯେ ସେ ଏନେଇ ଖୁସି ଅଛନ୍ତି କି ଖରାପ ଭାବନ୍ତି, ସେ କୁହନ୍ତି ଯେ ସେ ଏହାକୁ ପସନ୍ଦ କରନ୍ତି ନାହିଁ। ଏହା ପରେ ବିଗ୍ ବି’ଙ୍କୁ ଉଦାହରଣ ନେଇ ସେ ପଚାରନ୍ତି, ଯଦି କେହି ଆପଣଙ୍କୁ 'ବୃଢା' ବୋଲି ଡାକିବେ ତେବେ ଆପଣ ଏହା ପସନ୍ଦ କରିବେ କି? ବିଗ୍ ବି ମଜ୍ଜା କରି କୁହନ୍ତି, “ମୋତେ ପ୍ରତିଦିନ ଏମିତି ଡକାଯାଏ”।

Amitabh Bachchan KBC KBC Contestant
Advertisment
Advertisment