Advertisment

ଆସନ୍ତା ୯ରେ ବିବାହ କରିବେ କ୍ୟାଟ୍ରିନା-ଭିକି

ଆଉ କେଇଟା ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏହି ଦୁଇ ବଲିଉଡ ଷ୍ଟାର୍ ଡିସେମ୍ବର ୯ରେ ବିବାହ କରିବାକୁ ଥିବା ବେଳେ, ରାଜସ୍ଥାନ ସବାଇ ମାଧୋପୁରରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ପ୍ରତିଦିନ ଏହି ଷ୍ଟାର୍ ଯୋଡ଼ିଙ୍କ ବିବାହକୁ ନେଇ ଆସୁଛି ନୂଆ ନୂଆ ରୋଚକ କଥା ...

ଅଦ୍ୟତନ ହୋଇଛି
Katrina Vicky

Katrina Vicky

Advertisment

ମୁମ୍ବାଇ: ୭୦୦ ବର୍ଷ ପୁରୁଣା ଦୁର୍ଗ ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ା । ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଷ୍ଟାର୍ ଯୋଡ଼ି- କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ । ୭ରୁ ୯ ତାରିଖ ଯାଏଁ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ସେଲିବ୍ରିଟି ଅତିଥିଙ୍କୁ ନେଇ ରାଜକୀୟ ଅନ୍ଦାଜରେ ଚାଲିବ ଉତ୍ସବ । ସେଥିପାଇଁ ୬ରୁ ୧୧ ତାରିଖ ଯାଏଁ ବୁକ୍ ହୋଇସାରିଛି ପୁରା ଭେନ୍ୟୁ ।

Advertisment

ଏହି ରିସୋର୍ଟରେ ୪୮ଟି ସୁଇଟ୍ ଥିବା ବେଳେ ପ୍ରତ୍ୟେକ ସୁଇଟ୍ ରାତିକ ଭଡ଼ା ୮୪ ହଜାର ଟଙ୍କାରୁ ଆରମ୍ଭ ହୋଇ ୩ ଲକ୍ଷ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିସହ ଗାର୍ଡେନ୍, ପୁଲ୍, ଡାଇନିଂ ପାଭିଲିୟନ୍, ପ୍ରାଇଭେଟ୍ ଗାର୍ଡେନ୍ ଓ ଆରାବଳି ପର୍ବତମାଳା ଦେଖିବାକୁ ଭିୟୁ ପଏଣ୍ଟ୍ ଆଦି ରହିଛି । ସେଠାରେ ଏହି ସ୍ଥାନକୁ କ୍ୟାଟ୍ରିନା ଓ ଭିକି କୌଶଲ ଜୟପୁରରୁ ସିଧା ହେଲିକପ୍ଟରରେ ଯିବେ ବୋଲି ଚର୍ଚ୍ଚା ହେଉଛି ।

ସେହି ରିସୋର୍ଟ ଉପରେ କୌଣସି ଅନଧିକୃତ ଡ୍ରୋନ୍ ଉଡ଼ିଲେ ତାହାକୁ ଗୁଳିକରି ଖସାଇ ଦିଆଯିବ ବୋଲି ମଧ୍ୟ କୁହାଯାଉଛି । ତେବେ ଏହା ପୂର୍ବରୁ ହୋଟେଲ୍ ବାହାରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ଏବଂ ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

Advertisment
Katrina Vicky Katrina Vicky

ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ବିବାହ ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କ ପାଇଁ ରହିଛି କଡ଼ା ଏସ୍ଓପି । ଯେମିତିକି, ବିବାହ ସ୍ଥଳରେ କେହି ଫୋନ୍ ବ୍ୟବହାର କରିବେ ନାହିଁ। କେହି ଫଟୋ ଉଠାଇ ପାରିବେ ନାହିଁ, କେହି ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରିପାରିବେ ନାହିଁ । ଲୋକେସନ୍ ସେୟାର୍ କରିବାକୁ ମଧ୍ୟ ମନା ।

ରିଲ୍ ବା ସର୍ଟ ଭିଡିଓ ପାଇଁ ବି ବାରଣ ରହିଛି ତେବେ ଭିଆଇପି ଗେଷ୍ଟ୍ ମାନଙ୍କ ପାଇଁ ଛଦ୍ମନାମରେ ନିକଟସ୍ଥ ରନ୍ଥମ୍ବର୍ ଜାତୀୟ ଉଦ୍ୟାନ ବୁଲିବା ପାଇଁ ବୁକ୍ କରାଯାଇଥିବା ଚର୍ଚ୍ଚାକୁ ବନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି

Advertisment
Bollywood Katrina Kaif & Vicky Kaushal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ