Advertisment

ଆଉ ଜଣେ କ୍ୟାଟ୍ରିନା, ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ବି-ଟାଉନରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନାହିଁ । କିନ୍ତୁ ଏବେ ଆଉ ଜଣେ କଟ୍ରିନାଙ୍କ ଭିଡିଓ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । କ୍ୟାଟ୍ରିନାଙ୍କ ପରି ଏକା ଭଳି ଦିଶୁଥିବା ଆଲିନା ରାୟଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Duplicate katrina

Duplicate katrina

Advertisment

  ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରଶସଂକଙ୍କ ସଂଖ୍ୟା କମ୍ ନାହିଁ । କିନ୍ତୁ ଏବେ ଆଉ ଜଣେ କ୍ୟାଟ୍ରିନାଙ୍କ ଭିଡିଓ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । କ୍ୟାଟ୍ରିନାଙ୍କ ପରି ଏକା ଭଳି ଦିଶୁଥିବା ଆଲିନା ରାୟଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ସୂଚନା ଅନୁସାରେ କ୍ୟାଟ୍ରିନା  କୈଫଙ୍କ ହମସକଲ୍ ଅଲିନା ରାୟ ତାଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ ତେବେ ଏହି ଭିଡିଓ କୁ ଦେଖି ବହୁ ଲୋକ ଦ୍ୱନ୍ଦରେ ପଡି ଯାଇଛନ୍ତି । କାହିଁକି ନା ଆଲିନା ବିଲକୁଲ କ୍ୟାଟ୍ରିନାଙ୍କ ପରି ଦେଖା ଯାଉଛନ୍ତି । ଏହି ଭିଡିଓଗୁଡିକ ଦେଖି ଲୋକମାନେ କ୍ଷଣିକ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଆଲିନା ରାୟ ଲୋକଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ସଂଗ୍ରହ କରୁଛନ୍ତି । ଆଲିନା ରାୟ ବର୍ତ୍ତମାନ ଇନଷ୍ଟାଗ୍ରାମରେ ବହୁତ ପପୁଲାର ଥିବା ବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କର ଭିଡିଓକୁ ବହୁ ଦର୍ଶକ ପ୍ରଂଶସା କରିଛନ୍ତି । କିଛି ବର୍ଷ ମଧ୍ୟରେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ୨ ଲକ୍ଷରୁ ଅଧିକ ପ୍ରଶସଂକ ଅଛନ୍ତି । ନିକଟରେ ଆଲିନା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ଭଗବାନଙ୍କୁ କହୁଛନ୍ତି। 'ହେ ଭଗବାନ, ତୁମେ ମୋ କଥା କାହିଁକି ଶୁଣୁ ନାହଁ'? ଏହାର ଉତ୍ତରରେ, ଇଶ୍ୱରଙ୍କ ସ୍ୱର ଶୁଣାଯାଏ, 'ମୁଁ ତୁମର କାର୍ଯ୍ୟ ଦେଖିବା ପରେ ତୁମକୁ ଅବରୋଧ କରିଛି'

Advertisment

ତେବେ ଆଲିନାଙ୍କ ଏହିପରି ଅନେକ ଭିଡିଓ ଏବଂ ଫଟୋ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁସାରେ କ୍ୟାଟ୍ରିନା କୈଫ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟାଇଗର-୩' 'ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ସୁଟିଂ ତୁର୍କୀରେ ସୁଟିଂ କରାଯାଉଛି। ନିକଟରେ ଫିଲ୍ମ ସୁଟିଂର ଏକ ଫଟୋ ସୋସିଆଲ ମିଡିଆରେ ସଲମାନ ଓ କ୍ୟାଟ୍ରିନା ସେୟାର କରିଥିଲେ । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

Duplicate Katrina Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ