Advertisment

ପ୍ରଥମଥର ରିଲ୍ ଯୋଡି ବନିବେ ଭିକ୍ଟ୍ରି‌ନା !

ରଅଲ ଯୋଡ଼ିରୁ ରିଲ୍ ଯୋଡି ବନିବେ ନବ ବିବାହିତା ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍ । ଫିଲ୍ମ ‘ଜି ଲେ ଜରା’ ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ । ନିକଟରେ ବିବାହ କରିଥିବା ଏହି କ୍ୟୁଟ୍ କପଲ ଖୁବଶୀଘ୍ର ବଡ଼ ପରଦା ନିଜର ଅଭିନୟର ଯାଦୁ ଦେଖେଇବେ।

ଅଦ୍ୟତନ ହୋଇଛି
vicky kaushal and katrina kaif

vicky kaushal and katrina kaif

Advertisment

ଭିକ୍କି କୌଶଲ ଓ କ୍ୟାଟ୍ରୀନା କୈଫ୍‌ଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ରିଅଲ ଯୋଡ଼ିରୁ ରିଲ ଯୋଡ଼ିରେ ନଜର ଆସିବେ ଭିକ୍ଟ୍ରିନା । ସୂଚନା ଅନୁଯାୟୀ ଯେ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଜି ଲେ ଜରା’ ପାଇଁ ନିର୍ମାତା ଭିକ୍କି କୌଶଲ୍ ଓ କ୍ୟାଟ୍ରିନା କୈଫଙ୍କ ସହ କଥା ହେଉଛନ୍ତି। ଯଦି ସବୁ କିଛି ଠିକ ରହେ ତେବେ ଦର୍ଶକ ପରଦାରେ ଏହି ନବ ବିବାହିତ ଯୋଡ଼ିଙ୍କୁ ଖୁବଶୀଘ୍ର ଦେଖିପାରିବେ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ।

Advertisment

ମିଡିଆ ରିପୋର୍ଟ ମୁତାବକ ଫିଲ୍ମରେ ଭିକ୍କିଙ୍କ ଅପୋଜିଟରେ କ୍ୟାଟ୍ରିନାଙ୍କୁ ହିରୋଇନ ନେବାକୁ ମେକର୍ସ କଥା ବାର୍ତ୍ତା ହେଉଛନ୍ତି । ଯଦି ଏହା ସ୍ଥିର ହୁଏ ତାହେଲେ ଭିକ୍କି ଓ କ୍ୟାଟ୍ରିନାଙ୍କ ଏକାଠି ଅଭିନୀତ ପ୍ରଥମ ଫିଲ୍ମ ହେବ। ଫିଲ୍ମରେ ଅଭିନୟ ପାଇଁ ଭିକ୍କି ରାଜି ହେଲେ ଆଉ କେବଳ ଜଣେ ଲିଡ୍ ହିରୋଙ୍କୁ ହିଁ ଖୋଜିବା ବାକି ରହିବ। ତା ପରେ ଫିଲ୍ମର କାଷ୍ଟିଂ ଶେଷ ହେବ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଥିବା ଫରହାନ ଅଖତର ମଧ୍ୟ ଲିଡ଼ ରୋଲରେ ନଜର ଆସିବେ।

ସୂଚନା ଅନୁସାରେ ଏହି ଫିଲ୍ମରେ ଲିଡ଼ରେ ମହିଳା କଳାକାର ରହିବେ।  ଫିଲ୍ମରେ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ଏକାଠି ବଡ଼ ପରଦାରେ ଅଭିନୟ କରିବେ। ଫିଲ୍ମର କାହାଣୀ ବିଷୟରେ ମିଳିଥିବା ସୂଚନା ଅନୁସାରେ ଏହା ଏକ ରୋଡ଼ ଟ୍ରିପର ଫିଲ୍ମ।

Advertisment

ସୂଚନା ଅନୁଯାୟୀ, ଭିକି କ୍ୟାଟ୍ରିନାଙ୍କ ବିବାହ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମେତ ବଲିଉଡର ବହୁ ଘନିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ।

Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ