Sunjay Kapur
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ ୧୨ ଜୁନ୍ ୨୦୨୫ରେ ହୋଇଥିଲା । ଇଂଲଣ୍ଡର ୱାରସିୟରରେ ପୋଲୋ ଖେଳୁଥିବା ସମୟରେ ମୃତ୍ୟୁ ହୋଇଥିଲା । ପୋଲୋ ଖେଳୁଥିବା ସମୟରେ ସେ ହଠାତ୍ ଅଚେତ ହୋଇପଡିଥିଲେ ।
ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ମୃତ୍ୟୁର ମହୁମାଛି କାମୁଡିବା ଯୋଗୁଁ ହୋଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ମାଆ ରାନୀ କପୁରଙ୍କ ଦାବି ଘଟଣାରେ ନୂଆ ମୋଡ ଆଣିଛି ।
ଅଧିକ ପଢନ୍ତୁ:ସବୁ କିଛି କେବଳ ବାହାନା ଥିଲା , କାରଣ ଏବେ ଜଣାପଡ଼ିଲା
ସେ କହିଛନ୍ତି ମୋ ପୁଅର ମୃତ୍ୟୁ ଯେଉଁ ପରିସ୍ଥିତିରେ ହୋଇଥିଲା ତାହା ସଂଦିଗ୍ଧ ଓ ଅସ୍ପଷ୍ଟ ଥିଲା । ତାଙ୍କୁ ପୁଅର ମୃତ୍ୟୁ ନେଇ କୌଣସି କାଗଜପତ୍ର ଦିଆଯାଇନାହି । ପୁଅର ମୃତ୍ୟୁ ସଂପର୍କରେ ସେ ଯାହା ବି ଜାଣିଛନ୍ତି ମିଡିଆ ରିପୋର୍ଟରୁ ଜାଣିଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି ତାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନାହିଁ କି କଂପାନୀରେ କୌଣସି ଅଧିକାରୀ ଦିଆଯାଇଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ କୌଣସି ସ୍ପଷ୍ଟୀକରଣ ବିନା କିଛି କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ।
ସଞ୍ଜୟଙ୍କ ମାଆ କହିଛନ୍ତି ସେ ସମୟରେ ମୁଁ ଷ୍ଟ୍ରେସରେ ଥିଲି । ତଥାପି ତାଙ୍କୁ ବନ୍ଦ ରୁମ ଭିତରେ କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଯାଇଥିଲା ।
ସଞ୍ଜୟଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁର, କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ ସାମିଲ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753463128.jpg)