Advertisment

ଭୁବନେଶ୍ୱରର ଗଳିକନ୍ଦିରେ ବୁଲୁଛୁନ୍ତି ବଲିଉଡ ଅଭିନେତା କପିଲ ଶର୍ମା

କପିଲଙ୍କ ଏଭଳି ଅବତାର ଦେଖି ରାଜଧାନୀରେ ଆଲୋଡ଼ନ !

ଅଦ୍ୟତନ ହୋଇଛି
Bollywood Actor Kapil Sharma

Bollywood Actor Kapil Sharma

Advertisment

ମନ୍ଦିରମାଳିନୀ ଭୁବନେଶ୍ୱରର ଗଳି କନ୍ଦିରେ ବୁଲୁଛୁନ୍ତି ବଲିଉଡ ଅଭିନେତା କପିଲ ଶର୍ମା। ବାଇକ ଧରି ଘରକୁ ଘରକୁ ଯାଇ ଖାଇବା ଡେଲିଭରି କରୁଛନ୍ତି। ସତରେ ନୁହେଁ ଚାଲିଛି ସୁଟିଂ। ଭୁବନେଶ୍ୱରରେ କପିଲ୍‌ଙ୍କ ଆଗାମୀ ଫିଲ୍ମର ସୁଟିଂ ବେଳର ଏ ହେଉଛି ଭିଡିଓ। ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଅପ୍ କମିଂ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଭାରତର ଅନ୍ୟତମ ବଡ଼ ସେଲେବ୍ରିଟି ତଥା କମେଡିଆନ୍ କପିଲ ଶର୍ମା।

Advertisment
ଅଭିନେତା କପିଲ ଶର୍ମାଅଭିନେତା କପିଲ ଶର୍ମା ବାଇକ୍‌ରେ ବୁଲୁଥିବାର ଦୃଶ୍ୟ

ଜଣେ ଡେଲିଭରି ବୟ୍ ଭାବେ ନଜର ଆସିବେ କପିଲ୍। ଆଉ ଏହାକୁ ରିଆଲିଷ୍ଟିକ୍ କରିବାକୁ ଭୁବନେଶ୍ୱରରେ ଚାଲିଥିଲା ସୁଟିଂ।  ଭୁବନେଶ୍ୱରର ବିଭିନ୍ନ ରେସ୍ତୋରାଁ, ପୁରୁଣା ଅଞ୍ଚଳରେ ଫିଲ୍ମର କିଛି ଗୁରୁତ୍ୱପୂର୍ଣ୍ଣ ସିନ୍‌କୁ ପରଦାକୁ ଆଣିବାକୁ ଚେଷ୍ଟା କରିଛନ୍ତି ନନ୍ଦିତା।

କୁହାଯାଉଛି, ଫିଲ୍ମଟି ଓଡ଼ିଆଙ୍କ ଜୀବନଶୈଳୀ ଉପରେ ଆଧାରିତ। ତେଣୁ ଏଥିରେ କିଛି ଓଡ଼ିଶାର ଛୁଙ୍କ ଦେବାକୁ କପିଲ ଓ ପୁରା ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କପିଲଙ୍କ ସହ ହିରୋଇନ୍ ଭୂମିକାରେ ନଜରରେ ଆସିବେ ସାୟନୀ ଗୁପ୍ତା। ଏବେ ଯାଏଁ ଆନୁଷ୍ଠାନିକ ଭାବେ ଫିଲ୍ମର ନାଁ ଦିଆଯାଇନି। ସିନେମାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ଯୋଜନା ରହିଛି।

Advertisment
Bollywood Actor Kapil Sharma In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ