Advertisment

Happy Birthday: କପିଲ ଶର୍ମାଙ୍କ ପ୍ରେମ କାହାଣୀ; ଏମିତି ପାଇଥିଲେ ଗିନ୍ନୀ ଚତରଥଙ୍କୁ

ଆଜି କପିଲ ଶର୍ମା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ବିଳାସପୂର୍ଣ୍ଣ ଘର, ବିଳାସପୂର୍ଣ୍ଣ କାର୍‌ ଏବଂ ବିଳାସପୂର୍ଣ୍ଣ ଜୀବନ ଅଛି। ସେ କିନ୍ତୁ ତାଙ୍କ ଗରିବୀ ଦିନର ପ୍ରେମକୁ ଭୁଲି ନାହାନ୍ତି। ଆଜି ବି ସେ ଖୁବ ଭଲ ପାଆନ୍ତି ଗିନ୍ନୀ ଚତରଥଙ୍କୁ ଆଉ ତାଙ୍କ ପାଇଁ ସେ ସବୁ କିଛି ବୋଲି କୁହନ୍ତି।

ଅଦ୍ୟତନ ହୋଇଛି
Kapil Sharma Birthday Today

Kapil Sharma found ginni chatrath innocent love

Advertisment

କପିଲ ଶର୍ମା ବର୍ତ୍ତମାନ କେବଳ ଭାରତରେ ନୁହେଁ ଦୁନିଆର ଶ୍ରେଷ୍ଠ ହାସ୍ୟ ଅଭିନେତାମାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଖାଲି କମେଡି ନୁହେଁ ନିଜର ସୁମଧୁର ସ୍ୱର ଏବଂ ଦୃଢ ଅଭିନୟରେରେ ମଧ୍ୟ ସେ ସମସ୍ତଙ୍କ ହୃଦୟ କିଣି ନିଅନ୍ତି। ସେ ତାଙ୍କ ସୋ’ରୁ ପ୍ରତି ସିଜନ୍‌ରେ ପ୍ରାୟ ୩୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ବିଳାସପୂର୍ଣ୍ଣ ଘର, ବିଳାସପୂର୍ଣ୍ଣ କାର୍‌ ଏବଂ ବିଳାସପୂର୍ଣ୍ଣ ଜୀବନ ଭିତରେ ବି କପିଲ ସାଧାରଣ ଲୋକଙ୍କ ସମସ୍ୟା ଖୋଜି ଲୋକଙ୍କୁ ହସାଇବାର ସକ୍ଷମ ହୁଅନ୍ତି।

Advertisment

କପିଲ ଶର୍ମା ବର୍ତ୍ତମାନ ତାଙ୍କ ବୈବାହିକ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ନିଜ କ୍ୟାରିଅରକୁ ଏକ ନୂଆ ସ୍ତରକୁ ନେବା ପାଇଁ ଦିନରାତି କାମ କରୁଛନ୍ତି। ଆଜି କପିଲ ଶର୍ମା ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନର ଏହି ବିଶେଷ ମୁହୂର୍ତ୍ତରେ ବଲିଉଡ ତାରକାମାନେ କପିଲ ଶର୍ମାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ଦିନେ ମୋଟାପଣ ପାଇଁ କରାଯାଇଥିଲା ବାରଣ; ଏବେ ସବୁଠୁ ଲୋକପ୍ରିୟ କପିଲ୍ ଶର୍ମା

Advertisment

କପିଲ ଶର୍ମା ତାଙ୍କ ୪୨ତମ ଜନ୍ମଦିନକୁ ପରିବାର ସହ ପାଳନ କରିଛନ୍ତି। ସେ ହୁଏତ ଆଜି ଏକ ବିଶେଷ ଖ୍ୟାତି ଅର୍ଜନ କରିଥାଇ ପାରନ୍ତି, କିନ୍ତୁ ଏହା ପରେ ମଧ୍ୟ କପିଲ ତାଙ୍କ ପ୍ରେମ ଗିନ୍ନୀ ଚତରଥଙ୍କୁ ତାଙ୍କ ଜୀବନର ପ୍ରତ୍ୟେକ ସୋପାନରେ ଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ୧୨ ଡିସେମ୍ବର ୨୦୧୮ରେ କପିଲ ଶର୍ମା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ।

ଆଜି କପିଲ ଏବଂ ଗିନୀଙ୍କର ୨ଟି ସନ୍ତାନ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ବହୁତ ପ୍ରେମ ମଧ୍ୟ ଅଛି। କପିଲଙ୍କ ପାଇଁ ତାଙ୍କ ପ୍ରେମକୁ ପାଇବା ପାଇଁ ତାଙ୍କ କ୍ୟାରିୟର ପରି ସଂଘର୍ଷ କରିବାକୁ ପଡିଛି। ପ୍ରେମ ପରେ, ସେମାନଙ୍କ ସମ୍ପର୍କରେ କଳହ ମଧ୍ୟ ଆସିଥିଲା କିନ୍ତୁ ପରେ ସେମାନଙ୍କ ହୃଦୟ ପୁଣି ମିଶିଥିଲା।

Advertisment

୨୦୦୫ ମସିହାରେ, ୨୪ ବର୍ଷୀୟ କପିଲ ପଞ୍ଜାବର ଜଲନ୍ଧରରେ ମାଷ୍ଟର୍ସ ଡିଗ୍ରୀ କରୁଥିଲେ। ଏହା ସହିତ ପକେଟ ମନୀ ପାଇଁ ଥିଏଟର ମଧ୍ୟ କରୁଥିଲେ। ଏହି ସମୟରେ ସେ ୧୯ ବର୍ଷ ବୟସ୍କା ଗିନ୍ନୀ ଚତରଥ୍‌ଙ୍କୁ ଭେଟିଥିଲେ। ଗିନ୍ନୀ କପିଲଙ୍କ ଠାରୁ ୪ ବର୍ଷ ଜୁନିଅର ଥିଲେ। କପିଲଙ୍କ ଦକ୍ଷତା ଏବଂ କଳା ପ୍ରତି ଥିବା ତାଙ୍କର ଭଲପାଇବା ଗିନ୍ନୀଙ୍କୁ ପସନ୍ଦ ଆସିଥିଲା। ଏନେଇ ସେ କପିଲଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ସେ କପିଲଙ୍କୁ ଏ କଥା ଜଣାଇ ନଥିଲେ। ପରେ କିନ୍ତୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।

କ୍ୟାରିୟରକୁ ଗଢିବା ପାଇଁ କପିଲ ମୁମ୍ବାଇ ଆସିଥିଲେ ଏବଂ ଗିନ୍ନୀ ତାଙ୍କ ପାଠପଢା ଜାରି ରଖିଥିଲେ। ଏହା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିଲା। ଗରୀବ ପରିବାରରୁ ଆସିଥିଲେ ବି କପିଲ ଶର୍ମାଙ୍କ କମ୍ପାନୀ ଛାଡି ନଥିଲେ ଗିନ୍ନୀ। କପିଲ ମଧ୍ୟ କଠିନ ପରିଶ୍ରମ କରିଥିଲେ, ଆଜି ସମଗ୍ର ବିଶ୍ୱ ଏହାର ଫଳାଫଳ ଦେଖୁଛି।

ଏହା ପରେ ମଧ୍ୟ କପିଲ ତାଙ୍କର ପୁରୁଣ ଦିନର ପ୍ରେମକୁ ଭୁଲି ନାହାନ୍ତି ଏବଂ ଗିନ୍ନୀଙ୍କୁ ତାଙ୍କ ଜୀବନର ଏକ ଅଂଶ କରିନେଇଛନ୍ତି। ଉଭୟ କପିଲ ଏବଂ ଗିନ୍ନୀ ସୁଖମୟ ଜୀବନ ବିତାଉଛନ୍ତି।

Kapil Sharma The Kapil Sharma Show Bollywood Happy Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ