Advertisment

ଆସୁଛି ପ୍ରଭାସଙ୍କ ସବୁଠୁ ବଡ ଫିଲ୍ମ; ୬୦୦୦ ବର୍ଷ ତଳର ଏହି କଥା କହିବ

ପ୍ରଭାସଙ୍କ ପାଇଁ ୨୦୨୩ ଭଲ ନଥିଲା। ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ସାଙ୍ଘାତିକ ଭାବେ ଫ୍ଲପ୍ ହୋଇଥିଲା। ଏହା ପରେ ‘ସାଲାର’ ଆସିଲା କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ସେମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିପାରିଲା ନାହିଁ। ଅବଶ୍ୟ, ୨୦୨୪ ପ୍ରଭାସଙ୍କ ପାଇଁ ବହୁତ ବଡ ହେବାକୁ ଯାଉଛି କାରଣ ତାଙ୍କ ଫିଲ୍ମ ‘ପ୍ରୋଜେକ୍ଟ K’ ବା ‘କଲ୍କି ୨୮୯୮ ଏଡି’ ଖୁବ ଶୀଘ୍ର ଆସୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Nag Ashwin shares update on 'Kalki 2898 AD

Kalki 2898 ad starts from Mahabharata period and will release in 9 parts

ବାହୁବଲୀ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ପାଇଁ ୨୦୨୩ ଭଲ ନଥିଲା। ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ସାଙ୍ଘାତିକ ଭାବେ ଫ୍ଲପ୍ ହୋଇଥିଲା। ଏହା ପରେ ‘ସାଲାର’ ଆସିଲା କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ସେମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିପାରିଲା ନାହିଁ। ଅବଶ୍ୟ, ୨୦୨୪ ପ୍ରଭାସଙ୍କ ପାଇଁ ବହୁତ ବଡ ହେବାକୁ ଯାଉଛି କାରଣ ତାଙ୍କ ଫିଲ୍ମ ‘ପ୍ରୋଜେକ୍ଟ K’ ବା ‘କଲ୍କି ୨୮୯୮ ଏଡି’ (Kalki 2898 AD) ଖୁବ ଶୀଘ୍ର ଆସୁଛି।

Advertisment

ଏହି ଫିଲ୍ମଟି ଭାରତୀୟ ସିନେମା ଇତିହାସରେ ସବୁଠୁ ବଡ ଚଳଚ୍ଚିତ୍ର ବୋଲି କୁହାଯାଉଛି, ଯାହା ୯ଟି ପାର୍ଟରେ ନିର୍ମାଣ ହେବ। ଏହି ଚଳଚ୍ଚିତ୍ର ସମ୍ବନ୍ଧରେ ଏକ ସାକ୍ଷାତକାର ସମୟରେ ‘ପ୍ରୋଜେକ୍ଟ K’‌ ନିର୍ମାତା ନାଗ ଅଶ୍ୱିନ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ମହାଭାରତ ସମୟରୁ ଆରମ୍ଭ ହୋଇ ୨୮୯୮ ମସିହାରେ ଶେଷ ହେବ, ଯାହା ୬୦୦୦ ବର୍ଷର ତଳର କଥା କହିବ।

ଅଧିକ ପଢ଼ନ୍ତୁ: ଏକାଠି ହେବେ ଅର୍ଜୁନ-ବିଦ୍ୟୁତ; 'କ୍ରାକ୍‌’ରେ କରିବେ ଦମଦାର ଆକ୍ସନ

‘କଲ୍କି ୨୮୯୮ ଏଡି’ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ସମୟରେ, ଚଳଚ୍ଚିତ୍ର ନିର୍ମାତା ନାଗ ଅଶ୍ୱିନ୍ ଏହି ଚଳଚ୍ଚିତ୍ରର ଟାଇଟଲ୍ ପଛରେ ଥିବା କାହାଣୀକୁ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଆମର ଚଳଚ୍ଚିତ୍ର ମହାଭାରତ ସମୟରୁ ଆରମ୍ଭ ହୋଇ ୨୮୯୮ ରେ ଶେଷ ହେବ ଏବଂ ଏହା ମଧ୍ୟ ଫିଲ୍ମର ଟାଇଟଲ୍।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏଠାରେ ଥିବା ଦୁନିଆକୁ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ, କଳ୍ପନା କରୁଛୁ ଯେ ଏହା କିପରି ହୋଇପାରେ। ଆମେ ତଥାପି ଏହାକୁ ଭାରତୀୟ କରି ରଖିବୁ ଏବଂ ଆମର ଆହ୍ୱାନ ଏହାକୁ ‘ବ୍ଲେଡ୍ ରନର୍’ ଭଳି କରିବା ନୁହେଁ। ସେ କହିଛନ୍ତି ଯେ ଯଦି ଆମେ ୨୮୯୮ ଖ୍ରୀଷ୍ଟାବ୍ଦରୁ ୬୦୦୦ ବର୍ଷ ଫଛକୁ ଫେରିଯିବା, ତେବେ ଆମେ ଖ୍ରୀଷ୍ଟପୂର୍ବ ୩୧୦୨ରେ ପହଞ୍ଚିବୁ, ଯେତେବେଳେ କୁହାଯାଏ ଯେ ଶ୍ରୀକୃଷ୍ଣଙ୍କର ଶେଷ ଅବତାର ଘଟିଥିଲା।

‘କଲ୍କି ୨୮୯୮ ଏଡି’ ଟିମ୍ ନିକଟରେ ୨୩ ଫେବୃଆରୀରେ ଏହି ଚଳଚ୍ଚିତ୍ର ସହିତ ଜଡିତ ଏକ ଟିଜର ଶେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ପ୍ରକାଶଥାଉ ଯେ ପ୍ରଭାସଙ୍କ ବ୍ୟତୀତ ଏଥିରେ ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋନ, ଦିଶା ପାଟାନି ମୁଖ୍ୟ ଭୂମିକାରେ ରହିବେ। କେବଳ ଏତିକି ନୁହେଁ ବିଜୟ ଦେବରକୋଣ୍ଡା, ମୃଣାଲ ଠାକୁର, ଜୁନିୟର୍ ଏନ୍‌ଟିଆର୍ ଭଳି ତାରକା ମଧ୍ୟ ଏହି ସାମିଲ୍ ହେବେ। ଏହି ଚଳଚ୍ଚିତ୍ର ମେ ୨୦୨୪ରେ ପରଦାରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଭୟଙ୍କର ରୂପ ନେଇ ଆସୁଛନ୍ତି ଅଜୟ ଦେବଗନ, ଆର୍. ମାଧବନ୍; ଏହି ଦିନ ରିଲିଜ୍

Prabhas Amitabh Bachchan Tollywood
Advertisment
Advertisment