Advertisment

ଆସିଲା ଶୁଭ ଖବର; ମା’ ହେବେ କାଜଲ

ନୂଆବର୍ଷରେ କାଜଲ ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଭଲ ଖବର। ଚଳିତ ବର୍ଷ ତାଙ୍କ ଘରେ ଶୁଭିବ କୁଆଁ କୁଆଁ ରାବ। ଅଭିନେତ୍ରୀ ମା’ ହେବେ ବୋଲି ତାଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି।

author-image
Pramod Behera
Kajal Aggarwal is pregnant, become mother shortly

Kajal Aggarwal is pregnant, become mother shortly

ନୂଆଦିଲ୍ଲୀ: ସିଂଘମ୍ ଫେମ୍ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ନୂଆବର୍ଷ ଆରମ୍ଭ ହେବା ସହିତ ତାଙ୍କ ସହ ଜଡିତ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ କାଜଲ ଅଗ୍ରୱାଲଙ୍କୁ ନେଇ କଳ୍ପନା ଜଳ୍ପନା କରାଯାଉଥିଲା ଯେ ସେ ଗର୍ଭବତୀ ଅଛନ୍ତି, କିନ୍ତୁ ବର୍ତ୍ତମାନ କାଜଲଙ୍କ ସ୍ୱାମୀ ଗୌତମ କିଚଲୁ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ କାଜଲ ଅଗ୍ରୱାଲ ଚଳିତ ବର୍ଷ ମା’ ହେବାକୁ ଯାଉଛନ୍ତି।

Advertisment

ଗୌତମ କିଚଲୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ କାଜଲ ଅଗ୍ରୱାଲଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହଳଦିଆ ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଦୀର୍ଘ ଦିନର ପ୍ରେମିକା ଗୌତମ କିଚଲୁଙ୍କୁ ବିବାହ କରିଥିଲେ।

ଗୌତମ ଶେୟାର କରିଥିବା ଫଟୋର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “୨୦୨୨, ବର୍ତ୍ତମାନ ତୁମର ଆଉ ମୋର ସାକ୍ଷୀ। ଏହା ସହିତ ଗୌତମ ଏକ ଗର୍ଭବତୀ ମହିଳା ଇମୋଜି ମଧ୍ୟ ପୋଷ୍ଟ୍‌ କରିଛନ୍ତି। ଏହା ବ୍ୟତୀତ କାଜଲ ଅଗ୍ରୱାଲ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବେବି ବମ୍ପ୍‌ ଦେଖାଉଛନ୍ତି। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ଯେ “ମୁଁ ପୁରୁଣା ସରିଯାଇଥିବା ଜିନିଷଗୁଡ଼ିକ ପାଇଁ ମୋ ଆଖି ବନ୍ଦ କରି ଦେଉଛି ଏବଂ ନୂଆ ଆରମ୍ଭ ପାଇଁ ମୋର ଆଖି ଖୋଲୁଛି।” ଶୁଭ ନୂଆବର୍ଷର ଫେମ୍, ୨୦୨୧ ପାଇଁ ବହୁତ କୃତଜ୍ଞ। ଏହା ସହିତ କାଜଲ ଏକ ଲାଲ ହାର୍ଟ ଇମୋଜି ମଧ୍ୟ ଶେୟାର କରିଛନ୍ତି।

Advertisment

ଏହି ଚିତ୍ରଗୁଡ଼ିକରେ, ଅଭିନେତ୍ରୀ ସବୁଜ ପୋଷାକରେ ନଜର ଆସିଥିବା ବେଳେ ଗୌତମ ନୀଳ ରଙ୍ଗର ସାର୍ଟ ଓ ଡେନିମ୍ ଜିନ୍ସ ପିନ୍ଧି କାଜଲଙ୍କ ପେଟରେ ହାତ ମାରୁଥିବା ଦେଖାଯାଉଛି। ଏହି ପୋଷାକରେ କାଜଲ ଅଗ୍ରୱାଲଙ୍କ ବେବି ବମ୍ପ୍ ସ୍ପଷ୍ଟ ଦେଖାଯାଉଛି।

ଏହିସବୁ ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ କାଜଲ ଅଗ୍ରୱାଲ ଏବଂ ଗୌତମ କିଚଲୁଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଲୋକମାଙ୍କ ଲାଇନ ଲାଗିଛି। ଏହାପୂର୍ବରୁ ଯେତେବେଳେ କାଜଲ ଅଗ୍ରୱାଲ ଗର୍ଭବତୀ ହେବାର ଅନୁମାନ କରାଯାଉଥିଲା, ସମୟ ଆସିଲା ପରେ ସେ ଏହା ବିଷୟରେ କହିବେ ବୋଲି କହିଥିଲେ।

ତେବେ କାଜଲଙ୍କ ଗର୍ଭଧାରଣକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା ଯେତେବେଳେ ଅଭିନେତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଚାର୍ଯ୍ୟ’ର ନିର୍ମାତାଙ୍କୁ ତାଙ୍କ ଗର୍ଭଧାରଣ ବିଷୟରେ ଅବଗତ କରାଇଥିଲେ। ଗୁଜବ ହେଲା ଯେ ଅଭିନେତ୍ରୀ ଶୀଘ୍ର ତାଙ୍କ ଫିଲ୍ମର ସୁଟିଂ ଶେଷ କରିବାରେ ବ୍ୟସ୍ତ ଅଛନ୍ତି। ତେଣୁ, ସେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଆଗାମୀ ପିଲା ଉପରେ ଧ୍ୟାନ ଦେଇ ପାରିବେ। ‘ଆଚାର୍ଯ୍ୟ’ରେ ସାଉଥ୍‌ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀଙ୍କ ବିପକ୍ଷରେ ମହିଳା ଲିଡ୍‌ରେ କାଜଲ ଅଗ୍ରୱାଲଙ୍କୁ ଦେଖିବାକୁ ମିଳିବ।

Bollywood
Advertisment
Advertisment