Advertisment

ଟଙ୍କା ପାଇଁ ନୁହେଁ, ବାଇକ୍ ପାଇଁ ଏହି ଫିଲ୍ମରେ କାମ କରିଥିଲେ ଜନ୍‌

ଖୁବ୍ କମ ଟଙ୍କାରେ ତିଆରି ହୋଇଥିଲା 'ଧୂମ୍'। ନିର୍ମାତା କେବଳ ବାଇକ୍‌ରେ ଦେଇଥିଲେ ଧ୍ୟାନ। ତେବେ ଜନ୍‌ଙ୍କୁ ସେମିତି କିଛି ଡାଏଲଗ୍‌ ମିଳି ନଥିଲା। କାହିଁକି ଏହି ଫିଲ୍ମ୍ ସାଇନ୍ କଲେ ଜାଣନ୍ତୁ…

ଅଦ୍ୟତନ ହୋଇଛି
John Abraham Not Worked For Money In Dhoom But For Bike

John Abraham not worked for money in dhoom but for bike

Advertisment

ଅଭିଷେକ ବଚ୍ଚନ, ଜନ୍ ଆବ୍ରାହମ୍‌ ଏବଂ ଉଦୟ ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର 'ଧୂମ୍' ରିଲିଜ୍ ହେବା ମାତ୍ରେ ଏକ ଧୂମ୍ ମଚେଇ ଦେଇଥିଲା। ଏହି ଚଳଚ୍ଚିତ୍ରର ନିର୍ମାତା ଆଦିତ୍ୟ ଚୋପ୍ରା ନିଜେ ପ୍ରକାଶ କରିଛନ୍ତି ଯେ ସେ ଫିଲ୍ମର ଷ୍ଟାର୍‌କାଷ୍ଟ୍‌ ଅପେକ୍ଷା ଫିଲ୍ମରେ ବ୍ୟବହୃତ ବାଇକ୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ତଥାପି, ଏହି ଚଳଚ୍ଚିତ୍ରରେ ବଡ ତାରକାଙ୍କୁ ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କାହାଣୀ ହେଉଛି ଜନ୍ ଆବ୍ରାହମ୍‌ଙ୍କର। ସେ ଏହି ଫିଲ୍ମକୁ ସାଇନ୍ କରିବା ପଛରେ ଏକ ବଡ଼ କାରଣ ରହିଛି। ତେବେ ଏହାର କାରଣ କ’ଣ ଥିଲା ଆସନ୍ତୁ ଜାଣିବା…

Advertisment

୨୦୦୪ ମସିହାରେ ଯେତେବେଳେ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା, ସେତେବେଳେ 'ଧୂମ୍' ନିର୍ମାତା ଆଦିତ୍ୟ ଚୋପ୍ରା ବହୁତ ଡରି ଯାଇଥିଲେ। ଯେହେତୁ ଏହି ଫିଲ୍ମ ଏକ ଭିନ୍ନ ପ୍ରକାରର ଥିଲା, ଏହାକୁ ଦର୍ଶକ ପସନ୍ଦ କରିବେ କି ନାହିଁ ତାହାକୁ ନେଇ ସେ ଭୟ କରୁଥିଲେ। ତେବେ ଚଳଚ୍ଚିତ୍ରଟି ରିଲିଜ ହେବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରିଥିଲେ। ଜନ, ଅଭିଷେକ ଏବଂ ଉଦୟଙ୍କ ଅଭିନୀତ ଚଳଚ୍ଚିତ୍ରର ସ୍ୱାଦ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। କିନ୍ତୁ ଯେତେବେଳେ ଫିଲ୍ମ ରିଲିଜ୍ ହେଲା, ଏହା ଇତିହାସ ସୃଷ୍ଟି କରିଥିଲା।

ଅଧିକ ପଢ଼ନ୍ତୁ: ମୁଁ ହିନ୍ଦୀ ସିନେମାର ହିରୋ, କୌଣସି ଆଞ୍ଚଳିକ ଫିଲ୍ମ କରିବି ନାହିଁ; ଜନ୍‌ ଆବ୍ରାହମ୍‌

Advertisment

ଓଟିଟି ପ୍ଲାଟଫର୍ମରେ ନିକଟରେ ରିଲିଜ୍ ହୋଇଥିବା 'ଦ ରୋମାଣ୍ଟିକ୍ସ'ରେ ଆଦିତ୍ୟ ଚୋପ୍ରା ୟଶ୍‌ ରାଜ୍‌ ଫିଲ୍ମ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ଆଦିତ୍ୟ ‘ଧୂମ୍’ ଫିଲ୍ମରୁ ଏପରି ଏକ କାହାଣୀ ଶେୟାର କରିଛନ୍ତି ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ମାତ୍ର ୧ କୋଟି ଟଙ୍କା ମିଳିଥିଲା। କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ବାଇକ୍ ଉପରେ ଥିଲା। ଯେଉଁଥିପାଇଁ ସେ ବଡ ଷ୍ଟାର୍‌ କାଷ୍ଟ ନେବାକୁ ଚାହୁଁନଥିଲେ। କାରଣ ଫିଲ୍ମର ବଜେଟ୍ କେବଳ ଷ୍ଟାର୍‌କାଷ୍ଟରେ ପଳେଇଯାଏ।

ସେହି ସମୟରେ ଜନ୍‌ଙ୍କ ଚାର୍ଜ ମଧ୍ୟ ଅଧିକ ନଥିଲା, ଯେତେବେଳେ ତାଙ୍କୁ ଯୋଗାଯୋଗ କରାଯାଇଥିଲା, ସେ ସାଙ୍ଗେ ସାଙ୍ଗେ ହଁ କରିଦେଇଥିଲେ, କାରଣ ସେ ଏହି ଫିଲ୍ମରେ ବାଇକ୍ ଚଳାଇବାର ସୁଯୋଗ ପାଇବେ। ଜନ୍ ନିଜେ ମଧ୍ୟ ଅନେକ ସ୍ଥାନରେ ଉଲ୍ଲେଖ କରିଛନ୍ତି ଯେ ସେ ଫିଲ୍ମରେ ତାଙ୍କୁ ଭଲ ଡାଏଲଗ୍ ମିଳୁ ବା ନମିଳୁ ତାଙ୍କୁ କୌଣସି ଫରକ ପଡି ନଥିଲା।

Advertisment

ଏହି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ୍ ଏକ ଯୁବ ଆଇକନ୍ ଭାବରେ ପ୍ରବେଶ କରିଥିଲେ ଯିଏ ଲମ୍ବା ଚୁଟି ରଖୁଥିଲେ ଏବଂ ଦ୍ରୁତ ବାଇକ୍ ଚଳାଉଥିଲେ। ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ମଧ୍ୟ ବାଇକକୁ ଖୁବ ଭଲ ପାଆନ୍ତି। ଏହି ଚଳଚ୍ଚିତ୍ରରେ ସେ ନିଜ ସ୍ୱପ୍ନକୁ 'ଧୂମ୍' ଭାବରେ ପରଦାରେ ଆଣିଥିଲେ। ଏହି ଚଳଚ୍ଚିତ୍ରଟି ଏକ ଟ୍ରେଣ୍ଡ ସେଟ୍ ହୋଇଯାଇଥିଲା।

ଏହି ଚଳଚ୍ଚିତ୍ରଟି ଯୁବକମାନଙ୍କ ସ୍ୱପ୍ନକୁ ଡେଣା ଦେବା ପାଇଁ କାମ କରିଥିଲା। ଚଳଚ୍ଚିତ୍ର ପଣ୍ଡିତଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ର ଦ୍ୱାରା ଏକ ପୁରା ଯୁବପିଢି ଖୁବ ପ୍ରଭାବିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଯେତେବେଳେ ଜନ୍ ଆବ୍ରାହମ୍ ବାଇକ୍ ଚଳାଉଥିବାର ନଜର ଆସିଥିଲେ, ସେତେବେଳେ ତାଙ୍କର କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଛାଇ ଯାଇଥିଲା।

ପ୍ରକାଶଥାଉ ଯେ 'ଧୂମ୍' କେବଳ ଜନ୍ ଆବ୍ରାହମଙ୍କ ପାଇଁ ନୁହେଁ ବରଂ ଅଭିଷେକ ବଚ୍ଚନଙ୍କ କ୍ୟାରିୟର ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିଥିଲା। ​​ସେତେବେଳେ ଜୁନିଅର ବଚ୍ଚନ ମଧ୍ୟ ତାଙ୍କ ଚଳଚ୍ଚିତ୍ର କ୍ୟାରିଅରକୁ ଆଗକୁ ନେବାକୁ ସଂଘର୍ଷ କରୁଥିଲେ। ଅଭିଷେକ ଏବଂ ଜନ୍ ଆବ୍ରାହମ୍‌ ପ୍ରଥମ ଥର ପାଇଁ ୟଶ୍‌ ରାଜ୍‌ ଫିଲ୍ମସ୍ ବ୍ୟାନରରେ ଏକାଠି କାମ କରିଥିଲେ।

ଏହି ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ ଏବଂ ଅଭିଷେକ ବଚ୍ଚନଙ୍କ ବ୍ୟତୀତ ଉଦୟ ଚୋପ୍ରା, ଈଶା ଦେଓଲ ଏବଂ ରିମି ସେନ୍ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।

John Abraham Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ