Advertisment

ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କଲେ ଜାଭେଦ୍ ଅଖତର

ପ୍ରବୀଣ ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଆଜିର ଚଳଚ୍ଚିତ୍ର ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ବର୍ତ୍ତମାନର ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀକୁ ବଢାଇବା ପାଇଁ ନିଜ ଚଳଚ୍ଚିତ୍ରରେ ଗୀତ ବ୍ୟବହାର କରୁ ନାହାନ୍ତି। ସେମାନେ କେବଳ ଅଧିକ ଟକା ରୋଜଗାର କରିବା ନେଇ ସିନେମାରେ ଗୀତର ବ୍ୟବହାର କରିଥାନ୍ତି।

author-image
Pramod Behera
ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କଲେ ଜାଭେଦ୍ ଅଖତର

Javed Akhtar

ମୁମ୍ବାଇ : ପ୍ରବୀଣ ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଆଜିର ଚଳଚ୍ଚିତ୍ର ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ବର୍ତ୍ତମାନର ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀକୁ ବଢାଇବା ପାଇଁ ନିଜ ଚଳଚ୍ଚିତ୍ରରେ ଗୀତ ବ୍ୟବହାର କରୁ ନାହାନ୍ତି। ସେମାନେ କେବଳ ଅଧିକ ଟକା ରୋଜଗାର କରିବା ନେଇ ସିନେମାରେ ଗୀତର ବ୍ୟବହାର କରିଥାନ୍ତି। 'ସିଲ୍‌ସିଲା' (୧୯୮୧), '୧୯୪୨: ଏ ଲଭ୍ ଷ୍ଟୋରୀ', 'ଦିଲ ଚାହାତା ହୈ', 'କଲ ହୋ ନା ହୋ' ଏବଂ 'ଗଲି ବଏ' (୨୦୧୯) ଭଳି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିବା ଜାଭେଦ ଅଖତର କୁହନ୍ତି ଯେ ଗୀତଗୁଡ଼ିକୁ ଚଳଚ୍ଚିତ୍ରର ସ୍କ୍ରିପ୍ଟ ସହିତ ଲିଙ୍କ୍ କରିବାକୁ ଚଳଚ୍ଚିତ୍ର ନିର୍ମାତା ଲଜ୍ଜିତ ଅନୁଭବ କରନ୍ତି, ତେଣୁ ସେମାନେ ତାହା କରିବାକୁ ବାରଣ କରନ୍ତି। ସାମ୍ପ୍ରତିକ ଯୁଗରେ, ରୂପେଲି ପରଦାରେ କାହାଣୀ ଦେଖାଇବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହାର ସିଧାସଳଖ ପ୍ରଭାବ ଚଳଚ୍ଚିତ୍ରର ଗୀତ ଉପରେ ପଡୁଛି।

Advertisment
ଜାଭେଦ୍ ଅଖତର

ଜାଭେଦ ଅଖତର ପିଟିଆଇ-ଭାଷାଙ୍କୁ ଦେଇଥିବ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି, “ବର୍ତ୍ତମାନ ଯୁଗରେ ଜୀବନର ଗତି ସହିତ ଚଳଚ୍ଚିତ୍ରର ଗତି ମଧ୍ୟ ବୃଦ୍ଧି ପାଇଛି, ଫଳସ୍ୱରୂପ ସଙ୍ଗୀତର ଗତି ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ବହୁତ ଉଚ୍ଚ ସ୍ୱରରେ ଶବ୍ଦଗୁଡ଼ିକୁ ବୁଝିବା ବହୁତ କଷ୍ଟକର। ଗୀତଗୁଡ଼ିକର ଶବ୍ଦ ସେତେବେଳେ ଗଭୀର ଭାବରେ ବୁଝିହେବ ଯେତେବେଳେ ସଙ୍ଗୀତର ଟେମ୍ପୋ ମଧ୍ୟମ ହୋଇଥିବ। କିନ୍ତୁ ବର୍ତ୍ତମାନ ଯୁଗର ସଂଗୀତ ଗୀତଗୁଡ଼ିକର ଲିରିକ୍ସକୁ ଅଧିକ ଗୁରୁତ୍ୱ ଦେଇ ନ ଥାଏ।”

Advertisment

୭୬ ବର୍ଷୀୟ ଏହି ଲେଖକ କହିଛନ୍ତି ଯେ “ବର୍ତ୍ତମାନ ଚଳଚ୍ଚିତ୍ର ଯୁଗରେ ଦେଖାଯାଉଥିବା ନାଟକରେ ହ୍ରାସ ଘଟିଛି, ଯାହା ଏକ ବଡ ପରିବର୍ତ୍ତନ। ସ୍କ୍ରିପ୍ଟରେ ଭାବପ୍ରବଣତାକୁ ଚଳଚ୍ଚିତ୍ର ନିର୍ମାତାମାନେ ଅଧିକ ଗୁରୁତ୍ୱ ଦେଉ ନାହାଁନ୍ତି, ତେଣୁ କଲାକାରମାନଙ୍କ ଭାବନାକୁ ଦର୍ଶାଉଥିବା ଗୀତଗୁଡ଼ିକର ଗୁରୁତ୍ୱ ଧୀରେ ଧୀରେ କମିଯାଉଛି।” ଜାଭେଦ୍ ଅଖତର କୁହନ୍ତି ଯେ 'ଆଜିର ନିର୍ଦ୍ଦେଶକ ଏବଂ ଲେଖକଙ୍କ ସମ୍ପୂର୍ଣ୍ଣ ଭିନ୍ନ ଆଭିମୁଖ୍ୟ ରହିଛି। ସେ ଚଳଚ୍ଚିତ୍ରରେ ଭାବପ୍ରବଣତା ଏବଂ ଭାବନାକୁ ଅଧିକ ଗୁରୁତ୍ୱ ଦେବା ସପକ୍ଷରେ ନାହାଁନ୍ତି। ସେଥିପାଇଁ ଚଳଚ୍ଚିତ୍ରରେ ଭାବନା ସହ ଜଡିତ ଗୀତର ଅଭାବ ଦେଖିବାକୁ ମିଳେ।

ବିଶିଷ୍ଟ ଗୀତିକାର ଅନୁଭବ କରନ୍ତି ଯେ “ବର୍ତ୍ତମାନ ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ ହିନ୍ଦୀ ଚଳଚ୍ଚିତ୍ର ନୁହେଁ ବରଂ ପାଶ୍ଚାତ୍ୟ ସିନେମା ଜଗତ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବାରୁ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ସ୍କ୍ରିପ୍ଟ ସହିତ କିପରି ସଂଯୋଗ କରାଯାଏ ତାହା ଜାଣିବାରେ ସଂପୂର୍ଣ୍ଣ ଅଜ୍ଞ।” ଏହି ଗୀତିକାର କହିଛନ୍ତି ଯେ “ଯେତେବେଳେ ସ୍କ୍ରିପ୍ଟ ସହ ଜଡିତ ଗୀତଗୁଡ଼ିକ ଚଳଚ୍ଚିତ୍ରରେ ସାମିଲ ହୁଏ, ତେବେ ସେଗୁଡ଼ିକ ବ୍ୟାକ୍‌ଗ୍ରାଉଣ୍ଡରେ ଚଲାଯାଏ ଏବଂ ସେଗୁଡିକୁ ଅଧିକରୁ ଅଧିକ ଟଙ୍କା ରୋଜଗାରରେ ବ୍ୟବହୃତ ହୋଇଥାଏ, କାରଣ ଫିଲ୍ମ ଗୀତ ବିକ୍ରି କରିବା ଦ୍ୱାରା ବହୁ ଅର୍ଥ ଉପାର୍ଜନ ହୋଇଥାଏ। ଏହି ପରିସ୍ଥିତି ଅତ୍ୟନ୍ତ ଦୁଃଖଦାୟକ।

Bollywood Javed Akhtar Entertainment
Advertisment
Advertisment