Advertisment

Robo Dog in Jatra: ଯାତ୍ରାମଞ୍ଚରୁ ହଟିବ ଅଶ୍ଲୀଳତା, ପ୍ରଥମ ଥର ଦେଖିବାକୁ ମିଳିବ ରୋବଟିକ୍ ଡଗ୍

ଯାତ୍ରାରେ ଅଶ୍ଳୀଳତା, ଅପସଂସ୍କୃତିର ପ୍ରବେଶକୁ ନେଇ ବିରୋଧ, ହୋହଲ୍ଲା ଭିତରେ ଏମିତି କିଛି ନୂଆ ପ୍ରୟୋଗ ପାଇଁ ଅଣ୍ଟାଭିଡିଛି ଜଲିଉଡ୍। ପ୍ରଥମ ଥର ପାଇଁ ଯାତ୍ରା ଜଗତରେ ପାଦ ଥାପିଥବା ଅପରେ ଯାଜ୍ଞସେନୀ ଦର୍ଶକଙ୍କୁ ଆକର୍ଷତି କରିବାକୁ ମଞ୍ଚକୁ ରୋବଟିକ୍ ଡଗ୍ ଆଣୁଥିଲା ବେଳେ, ମଞ୍ଚ ଉପରେ ଘୋଡ଼ା ଚଢ଼େଇବାକୁ ପ୍ରସ୍ତୁତି ଚଳାଇଛି ଧଉଳି ଗଣନାଟ୍ୟ।

robo Dog

robo Dog

Advertisment

ମଞ୍ଚ ଦୁଲୁକେଇବ ରୋବଟିକ୍ ଡଗ୍ ଓ ଧଳା ଘୋଡ଼ା। ଯାତ୍ରାରେ ଅଶ୍ଳୀଳତା, ଅପସଂସ୍କୃତିର ପ୍ରବେଶକୁ ନେଇ ବିରୋଧ, ହୋହଲ୍ଲା ଭିତରେ ଏମିତି କିଛି ନୂଆ ପ୍ରୟୋଗ ପାଇଁ ଅଣ୍ଟାଭିଡିଛି ଜଲିଉଡ୍। ପ୍ରଥମ ଥର ପାଇଁ ଯାତ୍ରା ଜଗତରେ ପାଦ ଥାପିଥବା ଅପରେ ଯାଜ୍ଞସେନୀ ଦର୍ଶକଙ୍କୁ ଆକର୍ଷତି କରିବାକୁ ମଞ୍ଚକୁ ରୋବଟିକ୍ ଡଗ୍ ଆଣୁଥିଲା ବେଳେ, ମଞ୍ଚ ଉପରେ ଘୋଡ଼ା ଚଢ଼େଇବାକୁ ପ୍ରସ୍ତୁତି ଚଳାଇଛି ଧଉଳି ଗଣନାଟ୍ୟ। ଡ୍ୟାନ୍ସ ମାଷ୍ଟର ଯେମିତି କହିବେ ତାଙ୍କଠୁ ଶିଖି ସେମିତି ନାଚିବ ଏହି ରୋବୋଟିକ କୁକୁର। ଚତୁର ଚାଲିଚଲଣଠୁ ନେଇ ଭଳିକି ଭଳି ଅଙ୍ଗଭଙ୍ଗୀ, ସବୁଥିରେ ମନ ମୋହିବ। ଜଲୱା ଦେଖାଇ ବହି ଆରମ୍ଭରୁ ତାତି ଭରିବ।

Advertisment

ଜଲିଉଡରେ ପ୍ରଥମଥର ପାଇଁ ଏମିତି ରୋବୋଟିକ୍ ଡଗକୁ ମଞ୍ଚକୁ ଆଣୁଛି ଅପରା ଯାଜ୍ଞସେନୀ। ନୂଆ ପାର୍ଟି, ପ୍ରଦର୍ଶନରେ ବି ନୂଆ ଇନୋଭେସନ। ତେବେ ଯାତ୍ରା ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରିବା ପୂର୍ବରୁ ଆଜି ଓଟିଭି ଷ୍ଟୁଡିଓରେ ବି ନିଜ ଯାଦୁ ଦେଖାଇଛି ରୋବଟିକ୍ ଡଗ୍। ସ୍ବାଗତଠୁ ନେଇ ହ୍ୟାଣ୍ଡସେକ୍ କଲା। ଡେଇଁବାକୁ କହିଲେ ଡେଇଁଲା,ଦୁଇ ଗୋଡ଼ରେ ନାଚିଲା ଓ ହାର୍ଟ ସିମ୍ବଲ ଦେଖାଇ ସେ ବି ଭଲପାଇ ପାରେ ଜଣେଇ ଦେଲା।
ଆଇଟମ୍ ଗାର୍ଲଙ୍କ ହଟ୍ ଡ୍ୟାନସକୁ ମାତ୍ ଦେବାକୁ ଅପେରା ଯାଜ୍ଞସେନୀ ରୋବଟିକ୍ ଟେକ୍ନୋଲଜି ଜରିଆରେ ପେଣ୍ଡାଲରେ ଚମକ୍ ଭରିବାକୁ ଯାଉଛି ତ, ଏପଟେ ମଞ୍ଚରେ ସତ ସତିକା ଧଳା ଘୋଡ଼ା ଚଢ଼େଇବାକୁ ଯାଉଛି ଧଉଳି ଗଣନାଟ୍ୟ। ଏ ପ୍ରୟୋଗ ବି ଯାତ୍ରା ଇତିହାସରେ ପ୍ରଥମ। ନାଟକ ଚଣ୍ଡାଶୋକରେ ସମ୍ରାଟ ଅଶୋକ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଏଇ ଘୋଡ଼ା ଚଢ଼ି ସିଧା ମଞ୍ଚକୁ ଯିବେ। ଚଳିତ ଯାତ୍ରା ଋତୁରେ ଧଉଳିର ଏ ବହି ଖେଳିବା ପୂର୍ବରୁ ଆଖଡ଼ା ପୂଜାରେ ବି କମାଲ କରିଥିଲା ଏ ଧଳା ଘୋଡ଼ା।

ଅଧିକ ପଢନ୍ତୁ: ଫାର୍ମା ଫାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ମୃତକଙ୍କୁ ମିଳିବ ୧ କୋଟି

Advertisment
Jatra Party Robots Odia Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ