Advertisment

Odia Jatra Industry in Turmoil: ଉଠୁଛି ପଡ଼ୁଛି ଅପେରା ଇଣ୍ଡଷ୍ଟ୍ରି; ଆଖଡ଼ା ପୂର୍ବରୁ କଳାକାର-ମାଲିକଙ୍କ ତୁ ତୁ ମେଁ ମେଁ...

ପୁଣି ଯାତ୍ରାରେ ଯାତେରା। ଦୋଷ ଲଦାଲଦି, ଆରୋପ ପ୍ରତ୍ୟାରୋପ। ଯାତ୍ରା ଖଳନାୟକ କାହ୍ନା ସ୍ୱାଇଁ ଏବଂ ଯାତ୍ରା ମାଲିକ୍ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି।

Odia Jatra Industry in Turmoil

Odia Jatra Industry in Turmoil

Advertisment

ଓଡ଼ିଶା ଯାତ୍ରା ଜଗତରେ ନିଇତି ଚାଲିଛି ନୂଆ ପାଲା। ପାର୍ଟି ଅଦଳ ବଦଳ ସାଙ୍ଗକୁ ଟଙ୍କା ନେଣଦେଣ ମାମଲା ନୂଆ ନୂଆ ବିବାଦ ସୃଷ୍ଟି କରୁଛି । ପୀୟୂଷ-ସଞ୍ଜୀବ ପରେ ଏବେ ସଞ୍ଜୀବ-କାହ୍ନା ଓ ଟିକି କଣ୍ଟ୍ରୋଭର୍ସିକୁ ନେଇ ଉଠୁଛି ପଡ଼ୁଛି ଅପେରା ଇଣ୍ଡଷ୍ଟ୍ରି। ନୂଆ ଯାତ୍ରା ବର୍ଷର ଆଖଡ଼ା ପୂର୍ବରୁ କଳାକାର-ମାଲିକଙ୍କ ତୁ ତୁ ମେଁ ମେଁ ଏବେ ଚରମସୀମାରେ ପହଞ୍ଚିଛି।

Advertisment

ପୁଣି ଯାତ୍ରାରେ ଯାତେରା। ଦୋଷ ଲଦାଲଦି, ଆରୋପ ପ୍ରତ୍ୟାରୋପ। ଯାତ୍ରା ଖଳନାୟକ କାହ୍ନା ସ୍ୱାଇଁ ଏବଂ ଯାତ୍ରା ମାଲିକ୍ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ୨୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ ମଧ୍ୟ ଯାତ୍ରା ସିଂହବାହିନୀ ଛାଡ଼ି କାହ୍ନା ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଟିକି ଯାତ୍ରା ଶ୍ରୀ ମନ୍ଦିର ସହ ଜଡ଼ିତ ହୋଇଥିଲେ । ଅବଶ୍ୟ ଯାତ୍ରା ସିଂହବାହିନୀକୁ ସେମାନେ ୧୮ ଲକ୍ଷ ଟଙ୍କା ଫେରାଇ ଦେଇଥିବା ବେଳେ ଆଉ ଦୁଇ ଲକ୍ଷ ଟଙ୍କା ଫେରାଇ ନାହାନ୍ତି । ଏହାକୁ ନେଇ କାହ୍ନା ଓ ଟିକିଙ୍କୁ ବ୍ୟାନ୍ କରାଯାଉ ବୋଲି ମାଲିକ ସଂଘରେ ଦାବି କରିଥିଲେ ଯାତ୍ରା ମାଲିକ ସଞ୍ଜୀବ ପାଢୀ। ଏହା ପରେ ସଞ୍ଜୀବ ପାଢ଼ୀଙ୍କ ବିରୋଧରେ ଅଭିନେତା କାହ୍ନା ଆଣିଛନ୍ତି ବଡ଼ ଅଭିଯୋଗ । କହିଛନ୍ତି, ଓଡ଼ିଶାରେ ଯାତ୍ରା ସଂସ୍କୃତିକୁ ବଞ୍ଚାଇ ରଖିଥିବା  ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ଯାତ୍ରାନୁଷ୍ଠାନ ଗୁଡ଼ିକୁ ଭାଙ୍ଗି ଦେବାକୁ ସଞ୍ଜୀବ ପାଢ଼ୀ ଷଡ଼ଯନ୍ତ୍ର କରିଥିଲେ। କିଛି କଳାକାରଙ୍କ ସହ ତାଙ୍କୁ ମାରି ଦେଇଥାନ୍ତେ। ଏହା ଚିଙ୍ଗୁଡ଼ି ବ୍ୟବସାୟ ନୁହେଁ କଳାକାର ବ୍ୟବସାୟ।  

ଅଧିକ ପଢ଼ନ୍ତୁ: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ, ମାଲିକ ସଂଘ ଓ ଓଡ଼ିଶା ମାଷ୍ଟର ଆସୋସିଏନଙ୍କୁ ମାଗିଲେ ଭୁଲ୍

Advertisment

ପୂର୍ବରୁ ଅଭିନେତା ପୀୟୂଷ ତ୍ରିପାଠୀ ଦୁଇଟି ଯାତ୍ରା ଅନୁଷ୍ଠାନ ସୂର୍ଯ୍ୟ ମନ୍ଦିର ଏବଂ ସିଂହବାହିନୀ ମାଲିକଙ୍କ ଠାରୁ ଅଗ୍ରୀମ ନେଇଥିବା ପରିପ୍ରେକ୍ଷୀରେ  ମାଲିକ୍ ସଂଘ ଦ୍ୱାରା ଏକ ବର୍ଷ ପାଇଁ ବିଶ୍ରାମ ଦିଆଯାଇଥିଲା l ସେହିଭଳି କାହ୍ନା ଓ ଟିକିଙ୍କୁ ମଧ୍ୟ ଏକବର୍ଷ ପାଇଁ ବ୍ୟାନ ଦାବି କରିଥିଲେ ସଞ୍ଜୀବ ପାଢ଼ୀ । ଏକ୍ଷେତ୍ରରେ ମାଲିକ୍ ସଂଘ ଚୁପ୍ ବସିଥିବା ବେଳେ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ମାଲିକ ପ୍ରମୋଦ ସ୍ୱାଇଁ ମୁହଁ ଖୋଲିଛନ୍ତି । ପାଢ଼ୀ ବାବୁ ମୋ ଯାତ୍ରା ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ଚୁକ୍ତି ଥିବା ସତ୍ତ୍ୱେ ଆମ ପାର୍ଟିର କିଛି କଳାକାରଙ୍କୁ ନେଇ ଯାଇଥିଲେ । ଚଳିତ ବର୍ଷ ଶ୍ରୀ ମନ୍ଦିର ଯାତ୍ରା ପାର୍ଟି କିଛି କଳାକାରଙ୍କୁ ଠିକ୍ ସମୟରେ ବୁକିଙ୍ଗ କରିଛି। ପୀୟୂଷଙ୍କୁ ବିଶ୍ରାମ ଦେବା ଦ୍ବାରା ସୂର୍ଯ୍ୟ ମନ୍ଦିରର କ୍ଷତି ହୋଇଛି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ପ୍ରମୋଦ ସ୍ବାଇଁ ।

ପୂର୍ବରୁ ଟଙ୍କା ଦେବା ନେବାକୁ ନେଇ ପୀୟୂଷ ତ୍ରିପାଠୀ ଓ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।  ସଞ୍ଜୀବ ପାଢ଼ୀଙ୍କୁ କଳା ପାହାଡର ଆଖ୍ୟା ଦେଇଥିଲେ ଯାତ୍ରା ପାର୍ଟି ମ୍ୟାନେଜର ବଙ୍କିମ ସ୍ୱାଇଁ । ଏବେ ପୁଣି କାହ୍ନା ଟିକିଙ୍କ ସହ ସଞ୍ଜୀବ ପାଢ଼ୀଙ୍କ ବିବାଦ ଯାତ୍ରା ଜଗତ ପାଇଁ ଆଉ ଏକ ଅଡ଼ୁଆ ସୃଷ୍ଟି କରିଛି। 

Advertisment
Odia Jatra Odia Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ