Advertisment

Jatra Controversy: ଯାତ୍ରାରେ ଫୁଲ୍ ଯାତେରା; ପୀୟୂଷଙ୍କୁ ନେଇ ପୁଣି ବାଡ଼ିଆବାଡ଼ି, ମାଲିକ ସଂଘରେ ଫାଟ...

ମାଲିକ ମାଲିକ ଭିତରେ ଟଣାଭିଡ଼ା...ଯେଉଁ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ଅଭିନେତା ପୀୟୂଷ ତାଙ୍କ ସହ ବିଶ୍ବାସଘାତକତା କଲେ ବୋଲି ମାଲିକ ସଂଘରେ ଫେରାଦ ହୋଇ ତାଙ୍କୁ ବର୍ଷେ ବସେଇଲେ, ସେଇ ସଂଜୀବ ପାଢ଼ୀ ସାମ୍ବାଦିକ ସମ୍ମିଳନୀ କରି ଏବେ କହୁଛନ୍ତି ଭିନ୍ନ କଥା...

undefined

Jatra Controversy

Advertisment

ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ନୂଆ ତାମସା। ମାଲିକ ସଂଘ ବର୍ଷେ ବିଶ୍ରାମ ଦେଇଥିବା ପୀୟୂଷଙ୍କୁ ପୁଣି 5 ବର୍ଷ ପାଇଁ ନେବେ ବୋଲି ସିଂହବାହିନୀ ମାଲିକଙ୍କ ଘୋଷଣା ପରେ ମାଲିକ ସଂଘରେ ଫାଟ। ମୁହାଁମୁହିଁ ହୋଇଛନ୍ତି ସିଂହବାହିନୀ ମାଲିକ ଓ ସୂର୍ଯ୍ୟମନ୍ଦିର ମାଲିକ। ସୂର୍ଯ୍ୟମନ୍ଦିର ମାଲିକଙ୍କ ଧମକ ଯଦି ପୀୟୂଷ ମଞ୍ଚ ଚଢ଼ନ୍ତି ତାହେଲେ ପରିଣତି ଭଲ ହେବନି। ଦେଖନ୍ତୁ ରିପୋର୍ଟ।

Advertisment

ଯାତ୍ରାରେ ଫେରେ ଫୁଲ୍ ଯାତେରା...ଅଭିନେତା ପୀୟୂଷଙ୍କୁ ନେଇ ପୁଣି ବାଡ଼ିଆବାଡ଼ି...ମାଲିକ ସଂଘରେ ଫାଟ...ମାଲିକ ମାଲିକ ଭିତରେ ଟଣାଭିଡ଼ା...ଯେଉଁ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ଅଭିନେତା ପୀୟୂଷ ତାଙ୍କ ସହ ବିଶ୍ବାସଘାତକତା କଲେ ବୋଲି ମାଲିକ ସଂଘରେ ଫେରାଦ ହୋଇ ତାଙ୍କୁ ବର୍ଷେ ବସେଇଲେ, ସେଇ ସଂଜୀବ ପାଢ଼ୀ ସାମ୍ବାଦିକ ସମ୍ମିଳନୀ କରି ଏବେ କହୁଛନ୍ତି ଭିନ୍ନ କଥା...

ଯୋଉ ମୁହଁରେ ଉସୁନା, ପୁଣି ସେଇ ମୁହଁରେ ଅରୁଆ। ପୂରା ୟୁ ଟର୍ଣ୍ଣ। ତାଙ୍କ ଉପସ୍ଥିତିରେ ସେଦିନ ମାଲିକ ସଂଘ ନେଇଥିବା ନିଷ୍ପତ୍ତିରେ ହଁରେ ହଁ ଭରି ଏବେ କିନ୍ତୁ ଏକଦମ୍ ପଲଟିଯାଇ ସଂଜୀବ ପାଢ଼ୀ କହୁଛନ୍ତି ପୀୟୂଷ ସିଂହବାହିନୀ ପାର୍ଟିରେ ହଣ୍ଡ୍ରେଡ୍ ପର୍ସେଣ୍ଟ ଯୋଗ ଦେଉଛନ୍ତି। କେବେଠୁ ଯୋଗଦେବେ ସେ କଥା ଏବେ କହିବିନି। ଏମିତିକି କମେଡିଆନ୍ ନରି ପଣ୍ଡାଙ୍କ ଭଳି ସବୁ କଳାକାରଙ୍କ ଉପରୁ ବ୍ୟାନ୍ ହଟୁ ବୋଲି ବି କହିଛନ୍ତି ସଂଜୀବ। ଏପଟେ 2025-26 ଯାତ୍ରା ଋତୁ ପାଇଁ ମଞ୍ଚ ଚଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିଥିବା ପୀୟୂଷ ବି ବାଟ ଖୋଲା ରଖିଛନ୍ତି। ଏନେଇ ଏବେ ତାଙ୍କ ପ୍ରତିକ୍ରିୟା ମିଳି ନଥିଲେ ବି କିଛି ଦିନ ତଳେ ମାଲିକ ସଂଘଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅନୁରୋଧ କରିଥିଲେ ପୀୟୂଷ।

Advertisment

ଏପଟେ କିନ୍ତୁ ସିଂହବାହିନୀ ମାଲିକ ସଂଜୀବଙ୍କ ସହ ଅଗ୍ରୀମ ବିବାଦ ପୂର୍ବରୁ ପୀୟୂଷଙ୍କ ସହ ଦୁଇ ବର୍ଷିଆ ଚୁକ୍ତି କରିଥିବା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ କିନ୍ତୁ ନଛୋଡ଼ ବନ୍ଦା। କହିଛନ୍ତି ବର୍ଷେ ପାଇଁ ବିଶ୍ରାମରେ ଥିବା ପୀୟୂଷ ଯଦି ତା ଭିତରେ ମଞ୍ଚକୁ ଚଢନ୍ତି, ତାହେଲେ ପରିଣାମ ଖରାପ ହେବ। ଏମିତିକି ଆଇନର ଆଶ୍ରୟ ନେବାକୁ ବି ଧମକ ଦେଇଛନ୍ତି ପ୍ରମୋଦ।

ଏଠି ପ୍ରଶ୍ନ, ପୀୟୂଷଙ୍କୁ ମାଲିକ ସଂଘ ନିଷ୍ପତ୍ତି ମୁତାବକ ବିଶ୍ରାମ ଦିଆଯାଇଥିଲା ବେଳେ ସଞ୍ଜୀବ ପାଢ଼ୀଙ୍କ ଏଭଳି ବୟାନ ପଛର ରହସ୍ୟ କଣ ? ସତରେ ସେ ଏବର୍ଷ ମଞ୍ଚକୁ ଫେରୁଛନ୍ତି ନା, ଏମିତି ଚର୍ଚ୍ଚା କରି ଯାତ୍ରା କମିଟିଠୁ ଅଗ୍ରୀମ ବୁକିଂ ନେବାର ମିଛ ଚାଲ୍ ଖେଳାଚାଲିଛି ? ଚଳିତ ଯାତ୍ରା ଋତୁ ପାଇଁ ରିହର୍ସାଲ୍ ଚାଲିଥିବା ବେଳେ, କାଳେ ନିର୍ଦ୍ଦିଷ୍ଟ ଭାବେ ପୀୟୂଷ କେବେ ସିଂହବାହିନୀରେ ଯୋଗ ଦେଉଛନ୍ତି ଘୋଷଣା କଲେ ଅକଳରେ ପଡ଼ିଯିବେ ସେଇଥିପାଇଁ ସମୟ ଗଡ଼ାଉ ନାହାନ୍ତି ତ ସଂଜୀବ ? ରିହର୍ସାଲରେ ଡମି କଳାକାରଙ୍କୁ ରଖି ଠିକ୍ ପାର୍ଟି ବଜାରରେ ଖେଳିଲା ବେଳେ ସେତେବେଳେ ପୀୟୂଷଙ୍କୁ ମଞ୍ଚକୁ ଓହ୍ଲାଇବେନି ତ ସିଂହବାହିନୀ ମାଲିକ ତାକୁ ନେଇ ଚର୍ଚ୍ଚା।

Advertisment

ଅଧିକ ପଢ଼ନ୍ତୁ: ରିଲିଜ୍ ହେଲା ଫିଲ୍ମ 'ଜନ ନାୟଗନ୍‌'ର ଟିଜର୍‌; ପୋଲିସ୍ ଅବତାରରେ ବିଜୟଙ୍କ ଦମଦାର ଆକ୍ସନ୍

Jatra Party Jatra Artistes Odia Jatra Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ