Advertisment

Jatra Actor Sanjay Bhol Apologizes: ଭୁଲ୍ ମାଗିଲେ ଯାତ୍ରା ଅଭିନେତା ସଞ୍ଜୟ ଭୋଳ; ହଟିଲା ବ୍ୟାନ୍...

ଯାତ୍ରା ଖଳନାୟକ ସଂଜୟ ଭୋଳଙ୍କ ଟିପ୍ପଣୀକୁ ନେଇ ଭୁବନେଶ୍ବରରେ ଅପେରା ମାଷ୍ଟର୍ସ ଆସୋସିଏସନ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସଂଜୟ ଭୋଳ ଭୁଲ୍ ମାଗିଥିଲେ।

ଅଦ୍ୟତନ ହୋଇଛି
 Jatra Actor Sanjay Bhol Apologizes

Jatra Actor Sanjay Bhol Apologizes

Advertisment

ଭୁଲ୍ ମାଗିଲେ ଯାତ୍ରା ଖଳନାୟକ ସଂଜୟ ଭୋଳ। ଅପେରା ମାଷ୍ଟର ଆସୋସିଏସନ୍‌କୁ ଭୁଲ୍ ମାଗିଛନ୍ତି ସଂଜୟ। ଏହାପରେ ତାଙ୍କ ଉପରୁ ବ୍ୟାନ୍ ହଟିଛି । ଯାତ୍ରା ଖଳନାୟକ ସଂଜୟ ଭୋଳଙ୍କ ଟିପ୍ପଣୀକୁ ନେଇ ଭୁବନେଶ୍ବରରେ ଅପେରା ମାଷ୍ଟର୍ସ ଆସୋସିଏସନ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସଂଜୟ ଭୋଳ ଭୁଲ୍ ମାଗିଥିଲେ।

Advertisment

କିଛିଦିନ ତଳେ ସାକ୍ଷାତକାରରେ ସଂଜୟ ଭୋଳ ଲେଖକ ଓ ନିର୍ଦ୍ଦେଶକଙ୍କୁ ସମାଲୋଚନା କରିଥିଲେ। ଏହାପରେ ମାଷ୍ଟର୍ସ ଆସୋସିଏସନ୍ କ୍ଷୁବ୍ଧ ହୋଇ ସଂଜୟଙ୍କୁ ବ୍ୟାନ୍ କରିଥିଲା। ତେବେ ଆଜି ସଂଜୟ ନିଜେ ଆସି ଭୁଲ୍ ମାଗିବା ପରେ ତାଙ୍କ ଉପରୁ ହଟିଛି ବ୍ୟାନ୍। ଏନେଇ ସଂଜୟ ଭୋଳଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ନିରଞ୍ଜନ ରେଡ୍ଡୀ।

ଅଧିକ ପଢ଼ନ୍ତୁ: କନ୍ନଡ -ତାମିଲ୍ ବିବାଦ ପରେ ‘ହିନ୍ଦୀ’କୁ ନେଇ ବିବାଦୀୟ ମତ ଦେଲେ କମଲ ହାସନ

Advertisment

ତେବେ ବଡ଼ କଥା ହେଲା ଯାତ୍ରା କଳିରେ ପଡୁନି ଯବନିକା। ଓଲଟା ସେହି କଳି ନିଆଁରେ ନିଇତି ଘିଅ ଢାଳୁଛନ୍ତି ଜଣଙ୍କ ପରେ ଜଣେ କଳାକାର। ଯାତ୍ରା ମଞ୍ଚର ହାସ୍ୟ ଅଭିନେତା ନରି ପଣ୍ଡା, ଅଭିନେତ୍ରୀ ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର, ଅଶୋକ ସମ୍ରାଟ ଯାତ୍ରାପାର୍ଟିର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଭଳି କଳାକାର ଭିନ୍ନ ଭିନ୍ନ ସମୟରେ ଅନନ୍ତ ଧଳଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ବିବାଦ ଛିଡ଼ା କରାଇଛନ୍ତି। 

ଏବ ସବୁଠି ପ୍ରଶ୍ନ, କିଏ କହୁଛନ୍ତି ସତ ?  କ’ଣ ଚାଲିଛି ଯାତ୍ରା ଜଗତରେ ? କାହିଁକି ଉଠୁଛି ଏଭଳି ଗୋଟିଏ ପରେ ଗୋଟିଏ ବିବାଦ ?

Advertisment
Sanjay Bhol Jatra Villain Sanjay Bhol Odia Jatra Villain Sanjay Bhol Sanjay Bhol On Gaap Saap Sanjay Bhol Interview
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ